Posted inଜାତୀୟ

ସୁଦାନରୁ ୨୩୧ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ବିମାନ, ଏବେ ପର୍ଯ୍ୟନ୍ତ ୨୧୦୦ ସୁରକ୍ଷିତ ଉଦ୍ଧାର, ୧୬୦୦ ପହଞ୍ଚିଲେ ଭାରତ

ନୂଆଦିଲ୍ଲୀ,୨୯।୪: ଭାରତ ସରକାର ‘ଅପରେଶନ କାବେରୀ’ ଜରିଆରେ ସୁଦାନରେ ଫସି ରହିଥବା ଭାରତୀୟଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣୁଛନ୍ତି। ଏହାରି ଭିତରେ ଭାରତୀୟ ବାୟୁସେନାର ଆଉ ଏକ ବିମାନ ୨୩୧ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀ ପହଞ୍ଚିଛି। ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ନେଇ ଜେଦ୍ଦାରୁ ଉଡାଣ ଆରମ୍ଭ କରିଥିଲା। ଏହି ସୂଚନା ବିଦେଶ ରାଜ୍ୟମନ୍ତ୍ରୀ ଭି ମୁଳଣିଧରନ ଟୁଇଟ କରି ଜଣାଇଥିଲେ। ମୁରଲିଧରନ ଟୁଇଟ କରିଥିଲେ କି ୨୩୧ ଭାରତୀୟଙ୍କୁ ନେଇ ବିମାନ ନୂଆଦିଲ୍ଲୀ ପହଞ୍ଚିଯାଇଛି।

ଏହି ୫ମ ଆଉଟବାଉଂଟ ଫ୍ଲାଇଟ ସହ ୧୬୦୦ ଭାରତୀୟ ସୁରକ୍ଷିତ ସ୍ବଦେଶ ପହଞ୍ଚି ସାରିଛନ୍ତି। ଇଣ୍ଡିଗୋ ଏୟାର ଲାଇନ୍ସ ତା’ର ଏକ ବୟାନରେ କହିଛି, କି ସୁଦାନରୁ ଭାରତୀୟ ନାଗରିକଙ୍କୁ ବାହାର କରିବାକୁ କେନ୍ଦ୍ର ସରକାରଙ୍କ ମିଶନକୁ ସମର୍ଥନ କରିବାକୁ ସେ ପ୍ରତିବଦ୍ଧ। ବୟାନରେ କୁହାଯାଉଛି କି ଏୟାରଲାଇନ୍ସ ମାନବୀୟ ଆବଶ୍ୟକତାକୁ ନେଇ ଆଗକୁ ବଢିଛି। ଫଳରେ ଫସି ରହିଥିବା ଭାରତୀୟଙ୍କୁ ପୁଣିଥରେ ସୁରକ୍ଷିତ ଭାବେ ସେମାନଙ୍କ ପରିବାର ପାଖକୁ ଫେରାଇ ଆଣିହେବ। ଏହା ପୂର୍ବରୁ ଶୁକ୍ରବାର ବିଦେଶ ରାଜ୍ୟ ମନ୍ତ୍ରୀ ବି ମୁଳଲିଧରନ କହିଥିଲେ କି ‘ଅପରେଶନ କାବେରୀ’ ଜରିଆରେ ୨,୧୦୦ ଭାରତୀୟ ଜେଦ୍ଦାହ ପହଞ୍ଚିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri