ସଙ୍କଟମୁହାଁ ହାତୀଙ୍କ ସୁରକ୍ଷାବଳୟ

ବାଲେଶ୍ୱର ଅଫିସ,୨୯।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ନୀଳଗିରି ଓ ଔପଦା ବ୍ଲକର ପ୍ରାୟ ୨୭୨.୭୫ ବର୍ଗ କି.ମି. ଅଞ୍ଚଳରେ ରହିଛି କୁଲଡିହା ଅଭୟାରଣ୍ୟ। ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଉତ୍ତରଓଡ଼ିଶାର ଏହି ଜୈବମଣ୍ଡଳକୁ ହାତୀମାନଙ୍କ ପାଇଁ ଅମରାବତୀ କୁହାଯାଉଥିଲା। କିନ୍ତୁ ଗତ ୫ ବର୍ଷ ହେଲା ଏହି ଅଭୟାରଣ୍ୟ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ୁଥିବା ଅଭିଯୋଗ ହେଉଛି। କେତେବେଳେ ଜଙ୍ଗଲରେ ଖାଦ୍ୟାଭାବ ତ ଆଉ କେତେବେଳେ ଜଙ୍ଗଲ ନିଆଁ ଦାଉ ସାଜୁଛି। ଫଳରେ ପ୍ରତିକୂଳ ପ୍ରଭାବ ହେତୁ ଜଙ୍ଗଲୀ ଜନ୍ତୁଙ୍କ ପାଇଁ ସଂକଟ ସୃଷ୍ଟି ହେଉଛି। ଯାହାର ପରିଣାମ ସ୍ବରୂପ ବନ୍ୟଜନ୍ତୁ ଜନବସତିମୁହଁା ହେଉଛନ୍ତି। ଏପରି କି ୨୦୧୭ ପରଠାରୁ ଅଭୟାରଣ୍ୟରେ କେତେ ହାତୀ ଅଛନ୍ତି, ତାହା ବନ ବିଭାଗକୁ ଜଣା ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିବା ପ୍ରାଣୀପ୍ରେମୀଙ୍କୁ ବ୍ୟଥିତ କରୁଛି। ବନବିଭାଗର ତଥ୍ୟ ଅନୁଯାୟୀ, ୨୦୧୭ରେ ହୋଇଥିବା ଶେଷ ଗଣନା ବେଳେ କୁଲଡିହା ଅଭୟାରଣ୍ୟରେ ୯୭ ହାତୀ ରହିଥିଲେ। ସେଥିରୁ ୧୯ଟି ଦନ୍ତା, ୫୧ ମାଈ ଓ ୨୭ଟି ଛୁଆ ହାତୀ ଥିଲେ। କିନ୍ତୁ ୨୦୧୮ରୁ ୨୦୨୩ ମଧ୍ୟରେ ବାଲେଶ୍ୱର ଡିଭିଜନ୍‌ରେ ବିଭିନ୍ନ କାରଣରୁ ମୋଟ୍‌ ୨୦ଟି ହାତୀଙ୍କ ମୃତ୍ୟୁ ହୋଇଛି। ୨୦୧୮ରେ ଗୋଟିଏ ହାତୀର ଜୀବନ ଯାଇଥିବା ବେଳେ ୨୦୧୯ରେ ୫ଟି, ୨୦୨୦ରେ ୨, ୨୦୨୧ରେ ୪, ୨୦୨୨ରେ ୬ ଓ ୨୦୨୩ର ୪ ମାସ ମଧ୍ୟରେ ୨ଟି ହାତୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ପରିବେଶବିତ୍‌ ପ୍ରଶାନ୍ତ କୁମାର ପାଢ଼ୀ କହିଛନ୍ତି, କୁଲଡ଼ିହା ଅଭୟାରଣ୍ୟରେ ଉତ୍କଟ ଜଳାଭାବ ସହ ଖାଦ୍ୟାଭାବ ରହିଛି। ଫଳରେ ଡିହାଇଡ୍ରେସନ ହାତୀ ମୃତ୍ୟୁର କାରଣ ସାଜିଛି। ବନାଗ୍ନି ବୃଦ୍ଧି ସାଙ୍ଗକୁ ପରିବେଶ ଅସନ୍ତୁଳନ ହେତୁ ମଧ୍ୟ ହାତୀମାନଙ୍କ ଜୀବନ ଯାଉଛି। ଶିକାରୀମାନେ ଦାନ୍ତ ଲୁଟିବା ପାଇଁ ଦନ୍ତାହାତୀଙ୍କୁ ମାରିଦେଉଥିବା ଅନେକ ସମୟରେ ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ସଜାଗ ରହିବା ସହ ଉପଯୁକ୍ତ ପରିବେଶ ସୃଷ୍ଟି ଏବଂ ଶିକାରୀଙ୍କୁ ଦମନ କରିବା ନିତାନ୍ତ ଆବଶ୍ୟକ। ବାଲେଶ୍ୱର ଡିଏଫ୍‌ଓ ଖୁସଓ୍ବନ୍ତ ସିଂହ କହିଛନ୍ତି, ହାତୀଙ୍କ ମୃତ୍ୟୁ ସ୍ବାଭାବିକ ଭାବେ ହୋଇଛି। ଅଭୟାରଣ୍ୟରେ ପ୍ରାକୃତିକ ଆବାସ ସୃଷ୍ଟି କରାଯିବା ଦିଗରେ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନିଆଯାଉଛି। ହାତୀଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ପିଆଇ ମେମ୍ବର ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ବୈଠକ କରାଯାଉଛି। ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଯାଉଛି। ୨୪ଘଣ୍ଟିଆ ସତର୍କତା ଅବଲମ୍ବନ କରାଯାଉଛି। ହାତୀ ମୃତ୍ୟୁର ବିଶେଷ କାରଣ ଅଳ୍ପଦିନ ମଧ୍ୟରେ ଜାଣିବା ସମ୍ଭବ ନୁହେଁ। ତଥାପି ହାତୀଙ୍କ ମଧ୍ୟରେ ହେଉଥିବା ଲଢ଼େଇ, ପରିବର୍ତ୍ତନଶୀଳ ପରିବେଶ ଏବଂ ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଏହାର ଏକ କାରଣ ହୋଇପାରେ ବୋଲି ଡିଏଫ୍‌ଓ ସିଂହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri