ମହ୍ଲାରଙ୍କ ଭାଗ୍ୟ ବଦଳୁନାହିଁ

କାଳିଆପାଣି,୨୮ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ୍‌ ଅଧୀନ କାଳିଆପାଣି ଖଣି ଅଞ୍ଚଳ କଅଁସ ପଞ୍ଚାୟତ ବିଟସାହି ଉପରମୁଣ୍ଡ ବୁଦୁବୁଦିଆ ଜଙ୍ଗଲ କଡ଼ରେ ଚାଳଛପର, ଛିଣ୍ଡା ଜରିପାଲରେ ଝୁମ୍ପୁଡ଼ି କରି ବସବାସ କରୁଛନ୍ତି ମହ୍ଲାର ସମ୍ପ୍ରଦାୟ। ହେଲେ ସେମାନଙ୍କ ଭାଗ୍ୟ ବଦଳୁନାହିଁ। ସେମାନଙ୍କ ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି। ଝୁଣା, ମହୁ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଜୀବିକା ନିର୍ବାହ କରୁଥିବା ଏହି ପ୍ରକୃତି ପ୍ରେମୀ ମହ୍ଲାର ଜନଜାତି ସମ୍ପ୍ରଦାୟ ଅତି ସରଳ, ନିରୀହ ଓ ନିଷ୍କପଟ ମଣିଷ ଭାବେ ବେଶ ଜଣାଶୁଣା। ସେମାନଙ୍କୁ ସୁକିନ୍ଦା ସୌରିକ ଅଞ୍ଚଳର ମୂଳଦାୟାଦ ଭାବେ କହିଲେ ଅତ୍ୟୁକ୍ତି ହେବନାହିଁ। ଖଣିପାଇଁ ଜୀବନଜୀବିକା ବଂଶଜ ସବୁ ଉଜୁଡ଼ିଯାଇଥିବାବେଳେ କେବଳ ଜଙ୍ଗଲକୁ ଭଲପାଇ ସେମାନେ ବଞ୍ଚତ୍ ରହିଛନ୍ତି। ଏବେ କେତୋଟି ହାତଗଣତି ମହ୍ଲାର ପରିବାର ରହିଛନ୍ତି। ଅନାହାର, ଅପପୁଷ୍ଟି ଓ ଦୁରାରୋଗ୍ୟବ୍ୟାଧିରେ ଶିକାର ହୋଇ ଏଜାତି ସୁକିନ୍ଦାରୁ ଲୋପ ପାଇବାରେ ଲାଗିଛି। ଖଣି ଆରମ୍ଭ ପୂର୍ବରୁ ରଁାସୋଳ ପଞ୍ଚାୟତ (ଏବେର ଟାଟା ମୁଖ୍ୟ ଫାଟକ ସମ୍ମୁଖ)ରେ ୫୦ରୁ ଊର୍ଦ୍ଧ୍ୱ ପରିବାର ଘର କରି ଚଳି ଆସୁଥିଲେ। ଖଣିଜ ସମ୍ପଦ ଗଚ୍ଛିତ ଥିବା ସ୍ଥାନ ସର୍ବେକ୍ଷଣ ଓ ସଂସ୍ଥା ଚି଼ହ୍ନଟବେଳେ ବିଭିନ୍ନ ରାଜ୍ୟରୁ ଅଣଓଡ଼ିଆ କର୍ମଚାରୀ ଅଞ୍ଚଳକୁ ଯେତେବେଳେ ଆସିଥିଲେ ସେତେବେଳେ ଘଞ୍ଚ ଜଙ୍ଗଲ ସହିତ ହିଂସ୍ର ଜନ୍ତୁଙ୍କର ଭୟ ରହିଥିଲା। ତେଣୁ ଜଙ୍ଗଲରେ ରହିବାର କୌଣସି ଭରସା ନ ଥିବାରୁ ସେମାନେ ମହ୍ଲାରଙ୍କ ବାସସ୍ଥାନ ସଂଲଗ୍ନରେ ତମ୍ବୁ ପକାଇ ରହି ଅଞ୍ଚଳରେ ଗଚ୍ଛିତ ଥିବା କ୍ରୋମାଇଟର ସନ୍ଧାନ କରିଥିଲେ। ସମୟ ପରିବର୍ତ୍ତନ ସହ ତାଙ୍କ ଜାଗାରେ ମାଙ୍କେଡ଼ିଆ ଏବେ ସ୍ଥାୟୀ ଅଧିବାସୀ। ଆଉ କିଛି ବାହାର ଅଞ୍ଚଳ ଲୋକଙ୍କ ଦ୍ୱାରା ଉକ୍ତ ସ୍ଥାନ ଜବରଦଖଲ ହୋଇଛି। ଏଠାରେ ସେମାନେ ଘର ନିର୍ମାଣ ସହ ସ୍ଥାୟୀ ଅଧିବାସୀଭାବେ ନିଜକୁ ସାବ୍ୟସ୍ତ କରୁଛନ୍ତି। ଚିଙ୍ଗୁଡ଼ିପାଳ ଓ କଅଁସଠାରେ ଏବେ ବଞ୍ଚତ୍ ରହିଥିବା ୨୦ରୁ୨୫ ପରିବାରଙ୍କ ଅବସ୍ଥା ଯେ, କେହି ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ସେଥିରୁ କଅଁସଠାରେ ଥିବା ୮-୧୦ଟି ପରିବାରଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏଠାରେ ଥିବା ୮୦ ବର୍ଷୀୟା ଲଳିତା ଦେହୁରି ଓ ୭୦ ବାର୍ଷୀୟା ସଉରୀ ପଧାନଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମିଳିପାରିନାହିଁ। ମାତ୍ର ୪ ପରିବାରକୁ କେବଳ ଚାଉଳ ୧୦ କେଜି ଲେଖାଏ ମିଳୁଛି। ଆହୁରି ଅନେକ ଲୋକ ସରକାରୀ ସହାୟତା ଅପେକ୍ଷାରେ ଭୋକ ଉପାସରେ ରହିଛନ୍ତି। ତେଣୁ ସେମାନଙ୍କ ସମସ୍ୟା ପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଡିଓ ନମ୍ରତା ମୋଦିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri