Odisha Elections 2024

ଚନ୍ଦ୍ର ମୃତ୍ତିକାରୁ ଅମ୍ଳଜାନ ବାହାର କଲେ ନାସା ବୈଜ୍ଞାନିକ

ଓ୍ବାଶିଂଟନ,୨୭ା୪: ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ଆର୍ଟେମିସ୍‌ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀଙ୍କୁ ପ୍ରେରଣ କରିବା ଲାଗି ଉଦ୍ୟମ ଚଳାଇଥିବାବେଳେ ଏହାର ବୈଜ୍ଞାନିକମାନେ ଚନ୍ଦ୍ର ମୃତ୍ତିକା ଅନୁରୂପ ପଦାର୍ଥରୁ ଅମ୍ଳଜାନ ବାହାର କରିବାରେ ସଫଳ ହୋଇଛନ୍ତି। ଚନ୍ଦ୍ରର ଉପରିଭାଗରେ ରହିଥିବା ମାଟି ଅତ୍ୟନ୍ତ ସୂକ୍ଷ୍ମ ଦାନାଯୁକ୍ତ ପଦାର୍ଥ। ଏକ ଶୂନ୍ୟ ପରିବେଶରେ ସେଥିରୁ ଅମ୍ଳଜାନ ବାହାର କରାଯିବାକୁ ଏକ ବଡ଼ ସଫଳତା କୁହାଯାଉଛି। ଆଗାମୀ ଦିନରେ ମହାକାଶଚାରୀମାନେ ଚନ୍ଦ୍ର ପରିବେଶର ସମ୍ବଳକୁ ବ୍ୟବହାର କରିବା ସହ ସେଥିରୁ ଅମ୍ଳଜାନ ବାହାର କରିପାରିବେ ବୋଲି କୁହାଯାଉଛି।
ଚନ୍ଦ୍ରପୃଷ୍ଠରେ ଦୀର୍ଘଦିନ ଅବସ୍ଥିତି ପାଇଁ ଅମ୍ଳଜାନ ଅତି ଗୁରୁତ୍ୱପୂର୍ଣ୍ଣ ମୌଳିକ ଉପାଦାନ। ଏହାକୁ ଶ୍ୱାସକ୍ରିୟାରେ ବ୍ୟବହାର କରାଯିବା ସହ ପରିବହନ ଲାଗି ଏକ ପ୍ରୋପେଲାଣ୍ଟ ଭାବେ ବ୍ୟବହାର କରାଯାଇପାରିବ। ନାସା ସଫଳତାର ସହ ଏହାର ପରୀକ୍ଷା ଶେଷ କରିବା ପରେ ଚନ୍ଦ୍ରପୃଷ୍ଠରେ ଥିବା ପଦାର୍ଥରୁ ଅମ୍ଳଜାନ ବାହାର କରାଯାଇପାରିବ ବୋଲି ସ୍ପଷ୍ଟ କରିଛି। ନାସାର କାର୍ବୋଥର୍ମାଲ ରିଡକ୍ସନ ଡେମୋନଷ୍ଟ୍ରେଶନ (କାର୍ଡ) ଟିମ୍‌ ହଷ୍ଟନ୍‌ର ଜନ୍‌ଶନ ସ୍ପେସ୍‌ ସେଣ୍ଟରରେ ଏହି ପରୀକ୍ଷା କରିଥିଲେ। ସେମାନେ ୧୫ ଫୁଟ୍‌ ବ୍ୟାସର ଏକ ସ୍ବତନ୍ତ୍ର ଗୋଲାକୃତି ଚାମ୍ବର (ଡାର୍ଟି ଥର୍ମାଲ ଭାକ୍ୟୁମ୍‌ ଚାମ୍ବର)ରେ ଚନ୍ଦ୍ର ମୃତ୍ତିକା ଅନୁରୂପ ପଦାର୍ଥ ନେଇଥିଲେ। ସେମାନେ ଉଚ୍ଚ କ୍ଷମତାସମ୍ପନ୍ନ ଲେଜର ବ୍ୟବହାର କରି ଏକ ସୌରଶକ୍ତି କନ୍‌ସେଣ୍ଟ୍ରେଟରରୁ ଅନୁରୂପ ଉତ୍ତାପ ସୃଷ୍ଟି କରାଇ କାର୍ବୋଥର୍ମାଲ ରିଆକ୍ଟରରେ ଚନ୍ଦ୍ର ମୃତ୍ତିକା ଅନୁରୂପ ପଦାର୍ଥକୁ ତରଳାଇଥିଲେ। ଏହା ଉତ୍ତପ୍ତ ହେବା ପରେ ଗବେଷକମାନେ ମାସ୍‌ ସ୍ପେକ୍ଟ୍ରୋମିଟର ଅବ୍‌ଜରଭିଂ ଲୁନାର ଅପରେଶନ୍ସ ସହାୟତାରେ ସେଥିରୁ କାର୍ବନ ମନୋକ୍ସାଇଡ୍‌ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ। ଚନ୍ଦ୍ରପୃଷ୍ଠରେ ପ୍ରଚୁର ପରିମାଣର ଅକ୍ସିଜେନ୍‌ ଉତ୍ପାଦନ କରିବା ସାମର୍ଥ୍ୟ ଉକ୍ତ ପ୍ରଯୁକ୍ତିର ରହିଛି, ଯାହା ସେଠାରେ ମାନବ ଉପସ୍ଥିତି ଲାଗି ସହାୟକ ହେବ ବୋଲି ନାସାର ବରିଷ୍ଠ ଇଞ୍ଜିନିୟର ତଥା କାର୍ଡର ପ୍ରୋଜେକ୍ଟ ମ୍ୟାନେଜର ଆରୋନ୍‌ ପାଜ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠି ଅଛନ୍ତି ଇରାନ ରାଷ୍ଟ୍ରପତି? ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ସହ ହୋଇ ପାରୁନାହିଁ ସମ୍ପର୍କ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅବତରଣ...

ୟୁକ୍ରେନ୍‌ର ୧୦୩ ଡ୍ରୋନ୍‌, ୧୨ ମିଶାଇଲ୍‌କୁ ଖସାଇଲା ରୁଷିଆ

ମସ୍କୋ,୧୯ା୫: ରୁଷିଆର ଏୟାର ଡିଫେନ୍ସ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ର ୧୦୩ଟି ଡ୍ରୋନ୍‌ ଓ ୧୨ଟି ଆମେରିକା ନିର୍ମିତ ଏଟିଏସିଏମ୍‌ଏସ ମିଶାଇଲ ଖସାଇଥିବା ରବିବାର...

ବ୍ରିଟେନରେ ଶୁଭିଲା ‘ଅବକି ବାର ୪୦୦ ପାର୍‌’

ଲଣ୍ଡନ,୧୯।୫: ଏଥର ବ୍ରିଟେନର ସଂସଦ ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଲୋଗାନ ‘ଅବକି ବାର୍‌ ୪୦୦ ପାର୍‌’ ଶୁଣଇବାକୁ ମିଳିଛି। ଭାରତୀୟ ମହିଳାମାନେ ଶନିବାର ବ୍ରିଟିଶ ସଂସଦ...

ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା।...

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

କିର୍‌ଗିଜସ୍ତାନରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଘରେ ରହିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ,୧୮ା୫: କିର୍‌ଗିଜସ୍ତାନ ରାଜଧାନୀ ବିଶ୍‌କେକ୍‌ରେ କେତେଜଣ ଭାରତୀୟଙ୍କ ସମେତ ବିଦେଶୀ ଛାତ୍ର ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ଭାରତୀୟମାନେ ଘରେ...

ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍‌, ୬ ଦିନରେ ୨୫,୯୦୦ ମାମଲା

ସିଙ୍ଗାପୁର, ୧୮।୫: ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri