ବାରିପଦା ପୌର ପରିଷଦରେ ଅନିୟମିତତା: ସମ୍ପର୍କୀୟଙ୍କୁ ମିଳିଛି ଦୋକାନ ଘର

ବାରିପଦା ଅଫିସ,୧।୮-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ବାରିପଦା ସହର ପରିଚିତ। ଏକଦା ଭଞ୍ଜଦେଓ ବଂଶର ରାଜଧାନୀ ଥିବା ଏହି ସହର ଏବେ ପୌର ପରିଷଦ ଦ୍ୱାରା ପରିଚାଳିତ ହେଉଛି। ତେବେ ଟେଣ୍ଡର ଫିକ୍ସିଂ, ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଟଙ୍କା ପ୍ରଦାନରେ ଅନିୟମିତତା, ନିର୍ମାଣ କାର୍ଯ୍ୟରେ ଅନିୟମିତତା ଆଦି ବିଭିନ୍ନ ଘଟଣାକୁ ନେଇ ଏହି ପୌର ପରିଷଦ ସବୁବେଳେ ସମାଲୋଚନାର ଶିକାର ହେଉଛି। ଠିକାଦାର ଓ ପୌର କର୍ମଚାରୀଙ୍କ ସମ୍ପର୍କୀୟଙ୍କ ନାଁରେ ଦୋକାନ ଘର ଦେବା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏପରିକି କଚେରି ବଜାର ପରିସରରେ ୫ ଜଣଙ୍କୁ ଦୋକାନ ଘର ନିର୍ମାଣ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ପୌର ପରିଷଦ ପକ୍ଷରୁ ୨୦୧୨ ଓ ୨୦୧୩ରେ ଦୋକାନ ଗୃହ ନିର୍ମାଣ ପାଇଁ ମ୍ୟୁନିସିପାଲ ଆକ୍ଟର ୨୫୫ ଧାରା ଅନୁସାରେ ପ୍ରଥମେ ଜାଗା ପ୍ରଦାନ କରାଯାଇଥିଲା। ପରେ ୨୦୧୫ ମସିହାରେ ଉପରୋକ୍ତ ବ୍ୟକ୍ତିମାନଙ୍କୁ ଦୋକାନଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା। ପୌର ପରିଷଦର ଜଣେ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏହି ବ୍ୟକ୍ତିମାନେ ଦୋକାନ ଘର ନିର୍ମାଣ କରିବେ ଏବଂ ଅନୁମତି ପତ୍ର ପାଇବାର ୬ ମାସ ମଧ୍ୟରେ ଦୋକାନ ଘର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନୁମତିପତ୍ର ପାଇବାର ୬ ମାସ ପରିବର୍ତ୍ତେ ପ୍ରାୟ ୪ ବର୍ଷ ପରେ ଏହା ନିର୍ମାଣ କରାଯାଉଛି। ନିୟମ ଖିଲାପ ସତ୍ତ୍ୱେ ପୌର କର୍ତ୍ତୃପକ୍ଷ ଏମାନଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏପରିକି ଗତ ଫେବୃୟାରୀରେ ପୌର ପରିଷଦ ବୋର୍ଡ ଭାଙ୍ଗିବା ପୂର୍ବରୁ ଦୋକାନଗୃହ ନିର୍ମାଣ ପାଇଁ ଦିଆଯାଇଥିବା ଅନୁମତିପତ୍ରକୁ ବାତିଲ କରି ପୁନର୍ବାର ଅନୁମତିପତ୍ର ପ୍ରଦାନ କରାଯାଇଛି। ଏସମ୍ପର୍କରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରି ଏପରି ହୋଇ ନ ଥିବା କହିଛନ୍ତି। କିନ୍ତୁ ବ୍ୟବସାୟୀ ଓ ସାଧାରଣ ଲୋକେ ଏନେଇ ପ୍ରଶ୍ନ ଉଠାଇଛନ୍ତି। ସେହିପରି କଚେରି ମାର୍କେଟ ପରିସରରେ ପୌର ପରିଷଦ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି। ଏଥିପାଇଁ ୨୦୧୬ ମସିହାରେ ବ୍ୟବସାୟୀଙ୍କୁ କଚେରି ମାର୍କେଟର କିଛି ନିର୍ଦ୍ଦିିଷ୍ଟ ସ୍ଥାନରୁ ଉଠାଯାଇଥିଲା। ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରିବା ପରିବର୍ତ୍ତେ ଠିକାଦାର ଓ ପୌରକର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ଦୋକାନ ଘର ନିର୍ମାଣ ପାଇଁ ଅନୁମତି ଦେବା ପୌର କର୍ତ୍ତୃପକ୍ଷଙ୍କ ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇଛି। ଏହି ବ୍ୟବସାୟୀମାନେ ସେତେବେଳେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସେହି ସମୟରେ ଉତ୍ତର ଦେଇଥିଲେ, କଚେରି ମାର୍କେଟ ପରିସରରେ ସ୍ଥାୟୀ ଦୋକାନ ଘର ନିର୍ମାଣ କରାଯିବା ପାଇଁ ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରାଯାଇଛି। ସ୍ଥାୟୀ ଦୋକାନ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଏହି ବ୍ୟବସାୟୀମାନେ ଅସ୍ଥାୟୀ ଭାବେ ବ୍ୟବସାୟ କରିବେ। ଏପରିସ୍ଥଳେ ଏହି କଚେରି ମାର୍କେଟ ପରିସରରେ ପ୍ରକୃତ ବ୍ୟବସାୟୀମାନଙ୍କୁ ଦୋକାନ ଘର ନିର୍ମାଣ କରିବା ପାଇଁ ଜାଗା ନ ଦେଇ ବାହାର ଲୋକଙ୍କୁ ଜାଗା ଦେବା ଘଟଣା ବ୍ୟବସାୟୀଙ୍କୁ ଆଲୋଡିତ କରିଛି। ଏହି ବ୍ୟକ୍ତିମାନେ କିଛିଦିନ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଠିକାଦାର ଓ ପୌର କର୍ମଚାରୀଙ୍କ ଚଞ୍ଚକତା ଦ୍ୱାରା ଏଭଳି କାରସାଦି କରାଯାଇଥିବା ସମାଜିକକର୍ମୀ କିଶୋର ବେହେରା ଅଭିଯୋଗ କରଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri