ଟଙ୍କା, ପ୍ରେମ ପ୍ରମୁଖ କାରଣ

ଅନୁଗୋଳ ଅଫିସ,୨୫।୪: ଚୋରା ମଦ ବ୍ୟବସାୟରୁ ମିଳିଥିବା ଲାଭ ଟଙ୍କା ନ ଦେବା ଓ ସହଯୋଗୀଙ୍କ ବାନ୍ଧବୀଙ୍କୁ ପ୍ରେମ ହିଁ ଅନୁଗୋଳ ଥାନା ହୁଲୁରୁସିଂହାର ପ୍ରକାଶ ବେହେରା (୩୮)ଙ୍କ ହତ୍ୟାର ପ୍ରମୁଖ କାରଣ। ଅନୁଗୋଳ ଥାନା ପୋଲିସ ସୋମବାର ଏକ ଖବରଦାତା ସମ୍ମିଳନୀରେ ଏପରି ତଥ୍ୟ ରଖିବା ସହ ଏହି ବହୁ ଚର୍ଚ୍ଚିତ ହତ୍ୟା ଘଟଣା ଉପରୁ ପରଦା ଉଠାଇଛି। ଏଥିସହ ହତ୍ୟକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ପ୍ରକାଶର ବ୍ୟବସାୟିକ ସହଯୋଗୀ ଘାଷିସାହିର ବାବୁ ଓରଫ କରନ୍‌ ମୁଖୀ(୨୧) ଓ ବାବୁଙ୍କୁ ସହାୟତା କରିଥିବା ଘାଷିସାହିର କାହ୍ନୁ ମୁଖୀ(୨୩)ଙ୍କୁ ଗିରଫ କରିଛି। ହତ୍ୟା ଯୋଜନା ବିଷୟରେ ଜାଣିଥିବା ଓ ସେଥିରେ ସାମିଲ ଥିବା ଅଭିଯୋଗରେ ବାବୁଙ୍କ ବାନ୍ଧବୀ (ପ୍ରେମିକା) ଏବଂ ମୃତ ପ୍ରକାଶଙ୍କ ସୁନା ଚେନ୍‌ ରଖିଥିବାରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ, ଗୋଟିଏ ସୁନା ଚେନ୍‌ ଓ ହତ୍ୟାରେ ବ୍ୟବହୃତ ଛୁରି, କଟୁରିକୁ ଜବତ କରାଯାଇଥିବା ଅନୁଗୋଳ ଆଡିଶନାଲ ଏସ୍‌ପି ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରମାକାନ୍ତ ମାହାଳିକ, ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ଉପସ୍ଥିତ ଥିଲେ।
ପୋଲିସ କହିଛି, ହୁଲୁରୁସିଂହାର ପ୍ରକାଶଙ୍କୁ ଗତ ଶୁକ୍ରବାର ରାତିରେ ଘାଷିସାହି ଖେଳପଡ଼ିଆଠାରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଥିଲା। ଏ ନେଇ ତାଙ୍କ ସ୍ତ୍ରୀ ରିଙ୍କି ବେହେରା ଥାନାରେ ଅଭିଯୋଗ କରିବା ପରେ ନଂ. ୨୦୦/୨୩ରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରାଯାଇଥିଲା। ପ୍ରକାଶଙ୍କ ମୋବାଇଲକୁ କେଉଁମାନେ କଲ୍‌ କରିଥିଲେ ସେଠାରୁ ହିଁ ଖୋଳତାଡ କରାଯାଇଥିଲା। କଲ୍‌ ଡିଟେଲ୍ସରୁ ମୁଖ୍ୟ ଅଭିଯୁକ୍ତ ବାବୁ ଓ ଜଣେ ମହିଳାଙ୍କ ଫୋନରୁ ମଧ୍ୟ କଲ୍‌ ଆସିଥିବା ଜଣାପଡ଼ିଥିଲା। ତାହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ିଥିଲା। ପ୍ରଥମେ ବାବୁଙ୍କୁ ଥାନାକୁ ଆଣି ପଚରା ଉଚରା କରାଯାଇଥିଲା। ସେ ଏଥିରେ ସମ୍ପୃକ୍ତ ନ ଥିବା ପ୍ରଥମେ କହିଥିଲେ। ଅଧିକ ପଚରା ଉଚରା ପରେ ସେ ଏକା ଏହି ହତ୍ୟାକାଣ୍ଡ ଘଟାଇଥିବା କହିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। କିନ୍ତୁ ରିମାଣ୍ଡରେ ଆଣି ଅଧିକ ଜେରା ପରେ ହତ୍ୟା ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠିଥିଲା। ପ୍ରକାଶଙ୍କର ଏକ ବ୍ରଏଲର ପଏଣ୍ଟ ଥିଲେ ବି ସେ ଓ ବାବୁ ମିଶି ଚୋରା ମଦ ବ୍ୟବସାୟ କରୁଥିଲେ। ହେଲେ ଲାଭ ଟଙ୍କାକୁ ନେଇ ତିକ୍ତତା ଦେଖାଦେଇଥିଲା। ପ୍ରକାଶ ଲାଭ ଟଙ୍କା ବାବୁଙ୍କୁ ଦେଇ ନ ଥିଲେ। ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଥିଲେ। ଫଳରେ ବାବୁ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ଇତିମଧ୍ୟରେ ବାବୁଙ୍କ ବାନ୍ଧବୀଙ୍କ ସହ ପ୍ରକାଶଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ଏହା ବାବୁଙ୍କୁ ଆହୁରି ରକ୍ତମୁଖା କରିଦେଇଥିଲା। ଶୁକ୍ରବାର ରାତିରେ ବାବୁ କୌଣସି କଥା କହି ପ୍ରକାଶଙ୍କୁ ଘାଷିସାହି ଖେଳପଡ଼ିଆକୁ ଡାକିଥିଲେ। ସେଠାରେ ତାଙ୍କୁ ମୋବାଇଲରେ କିଛି ଦେଖାଇଥିଲେ। ପ୍ରକାଶ ମୋବାଇଲ ଦେଖିବା ସମୟରେ ବାବୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପ୍ରକାଶ ଦୌଡ଼ି ଚାଲିଯିବାକୁ ବସିଥିବାବେଳେ ପୂର୍ବରୁ ଲୁଚି ରହିଥିବା ବାବୁଙ୍କ ସହଯୋଗୀ କାହ୍ନୁ ତାଙ୍କୁ ଆଉ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ବାବୁ ଓ କାହ୍ନୁ ଦୁହେଁ ମିଶି ଗୋଡ଼ାଇ ଗୋଡ଼ାଇ ହାଣି ଚାଲିଥିଲେ। ପ୍ରକାଶଙ୍କ ମୃତ୍ୟୁ ହୋଇଯିବା ପରେ ଦୁଇ ଅଭିଯୁକ୍ତ ବ୍ୟବହୃତ ଅସ୍ତ୍ରକୁ ଲିଙ୍ଗରା ନାଳରେ ଲୁଚାଇ ପଳାଇ ଯାଇଥିଲେ। କିଛି ସମୟ ପରେ ବାବୁ ଘଟଣାସ୍ଥଳକୁ ଆସି ଅନ୍ୟମାନଙ୍କ ପରି ପ୍ରକାଶଙ୍କ ମୃତଦେହ ଦେଖିଥିଲେ। ବାବୁ ଧରାପଡ଼ିବା ପରେ ପ୍ରକାଶଙ୍କ ସୁନା ଚେନ୍‌ ଜଣେ ମହିଳାଙ୍କ ନିକଟରେ ଲୁଚାଇଥିବା ପୋଲିସକୁ କହିଥିଲେ। ପୋଲିସ ଉକ୍ତ ସୁନା ଚେନ୍‌ ଜବତ କରିବା ସହ ସମ୍ପୃକ୍ତା ମହିଳାଙ୍କୁ ଗରିଫ କରିଥିଲା। ଅଭିଯୁକ୍ତଙ୍କ ବାନ୍ଧବୀ ହତ୍ୟା ଯୋଜନା ସମ୍ପର୍କରେ ଅବଗତ ରହିବା ସହ ସେଥିରେ ସାମିଲ ଥିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଘଟଣାର ତଦନ୍ତ ଏସ୍‌ଆଇ ଶଶିଭୂଷଣ ବେହେରାଙ୍କୁ ପ୍ରଦାନ କରାଯାଇଥିବା ପୋଲିସ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri