ଜିଲାପାଳ, ଏସ୍‌ପିଙ୍କୁ ଜବାବ ମାଗିଲେ ଓଏଚ୍‌ଆର୍‌ସି

କଟକ ଅଫିସ,୨୫ା୪: ସମ୍ବଲପୁରରେ ହନୁମାନ ଜୟନ୍ତୀବେଳେ ସଂଘଟିତ ଗୋଷ୍ଠୀ ସଂଘର୍ଷ ମାମଲାରେ ଜିଲାପାଳ ଏବଂ ଏସ୍‌ପି ଜବାବ ଦାଖଲ କରିବାକୁ ସୋମବାର ଓଡ଼ିଶା ମାନବ ଅଧିକାର କମିଶନ୍‌ (ଓଏଚ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଆବେଦନ ଆଧାରରେ ସମ୍ବଲପୁର ସହରରେ ଇଣ୍ଟରନେଟ୍‌ ସଂଯୋଗ ସ୍ବାଭାବିକ କରିବା ଓ ମୃତାହତଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ମେ ୭ତାରିଖ ସୁଦ୍ଧା ଜବାବ ଦାଖଲ କରିବା ନିମନ୍ତେ ଉକ୍ତ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୮ ତାରିଖକୁ ଧାର୍ଯ୍ୟ ହୋଇଛି।
ମାମଲାର ବିବରଣୀ ଅନୁଯାୟୀ, ସମ୍ବଲପୁରରେ ଏପ୍ରିଲ ୧୨ ତାରିଖରେ ହନୁମାନ ଜୟନ୍ତୀ ଅବସରରେ ଅନୁଷ୍ଠିତ ବାଇକ ରାଲି ବେଳେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହାପରେ ଇଣ୍ଟରନେଟ୍‌ ସେବାକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯାଇଥିବାରୁ ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ ପାଠପଢ଼ା ବ୍ୟାହତ ହେବା ସହ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ସମ୍ବଲପୁର ସହରରେ ଇଣ୍ଟରନେଟ ସେବା ସ୍ବାଭାବିକ କରିବା ପାଇଁ ପ୍ରାର୍ଥନା କରାଯାଇଛି। ଏଥିସହ ବାଇକ ରାଲିବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ କ’ଣ ପଦକ୍ଷେପ ନେଇଥିଲା, ଗୋଷ୍ଠୀ ସଂଘର୍ଷ ଆଶଙ୍କା ନେଇ ଗୋଇନ୍ଦା ପୋଲିସ ପାଖରେ ପୂର୍ବରୁ ସୂଚନା ଥିଲା କି ନାହିଁ, ହିଂସା ପଛରେ କ’ଣ ସବୁ କାରଣ ରହିଛି, ରାଲି ବେଳେ ସଂଘଟିତ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ପୋଲିସ ମୁତୟନ ହୋଇଥିଲେ କି ନାହିଁ, ହିଂସା ହେବା ପରେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି କି ନାହିଁ ତାହା ଅଦାଲତରେ ଦର୍ଶାଇବା ନିମନ୍ତେ ପୋଲିସକୁ ନିର୍ଦ୍ଦେଶ ଦେବାକୁ କମିଶନ୍‌ଙ୍କୁ ନିବେଦନ କରାଯାଇଛି। ସଂଘର୍ଷରେ ଆହତ ସାଧାରଣ ଲୋକ ଓ ପୋଲିସ କର୍ମଚାରୀଙ୍କ ପକ୍ଷରୁ କେତୋଟି ଅଭିଯୋଗ କରାଯାଇଛି ଏବଂ ସେଗୁଡ଼ିକର ସବିଶେଷ ତଥ୍ୟ ସହ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କମିଶନ୍‌ଙ୍କୁ ଜଣାଇବାକୁ ଆବେଦନ କରାଯାଇଛି। ସେହିପରି ସଂଘର୍ଷରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଆହତଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବା ନେଇ କମିଶନ୍‌ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତି ରାଜ୍ୟ ମାନବ ଅଧିକାର କମିଶନ୍‌ଙ୍କ ନିକଟରେ ଗତ ୧୭ ତାରିଖରେ ଏହି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri