ଭୁବନେଶ୍ୱର,୨୪।୪ (ବ୍ୟୁରୋ): ଓଡ଼ିଶା ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି। ଆବହମାନ କାଳରୁ ଓଡ଼ିଶା ମାଟିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରବିବାର ସିଏସ୍ଆଇଆର୍-ଆଇଏମ୍ଏମ୍ଟି ପରିସରରେ ଜି-୨୦ ଶିକ୍ଷା ଓ୍ବାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’କୁ ଉଦ୍ଘାଟନ କରି କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି। ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ‘ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ’ ଶୀର୍ଷକ ସମ୍ମିଳନୀ ଅନୁଷ୍ଠିତ
‘ଓଡ଼ିଶା ପରମ୍ପରାରେ …
ହୋଇଥିଲା। ଏଥିରେ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଲେ, ବିଶ୍ୱ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି। ଏହା ସହ ତାଳ ଦେବାକୁ ହେଲେ ଦକ୍ଷତା ବିକାଶ ନିତାନ୍ତ ଆବଶ୍ୟକ। ୨୦୪୭ ସୁଦ୍ଧା ବିଶ୍ୱ ଯୁବବର୍ଗଙ୍କ ମଧ୍ୟରେ ୨୫% ଭାରତରୁ ରହିବେ। ଆଗାମୀ ଦିନରେ ଡିଗ୍ରୀ ନୁହେଁ, ଦକ୍ଷତା ଓ ସାମର୍ଥ୍ୟ ହିଁ ଗୁରୁତ୍ୱ ବହନ କରିବ। ଏ ଦିଗରେ ଜି-୨୦ ଶିକ୍ଷା ଓ୍ବାର୍କିଂ ଗ୍ରୁପ୍ ବୈଠକ ବିଶେଷ ଭାବେ ସହାୟକ ହେବ। ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଟେକ୍ନୋଲୋଜିର ଯୁଗ ହେବ। ଏହି ସମୟରେ ଭାରତ ବିଶ୍ୱ ଆକାଂକ୍ଷାକୁ ପୂରଣ କରିବ। ଅଟୋମେଶନ, ମେକାନାଇଜେଶନ୍, ଡିଜିଟାଇଜେଶନ ଏବଂ ଟେକ୍ନୋଲୋଜି କାର୍ଯ୍ୟ କରିବାର ପୁରୁଣା ପଦ୍ଧତିକୁ ପରିବର୍ତ୍ତନ କରି ନୂଆ ନୂଆ ଚାକିରି ସୁଯୋଗ ସୃଷ୍ଟି କରୁଛି। ଏହାର ଅର୍ଥ ଆମକୁ ସବୁବେଳେ ସ୍କିଲ୍, ରି ସ୍କିଲ୍ ଏବଂ ଅପ୍ ସ୍କିଲର ଆବଶ୍ୟକତା ରହିଛି। ଜି-୨୦ ଜନଭାଗିଦାରୀରେ ଓଡ଼ିଶାବାସୀଙ୍କ ଯୋଗଦାନ ଉତ୍ସାହପୂର୍ଣ୍ଣ। ଏଥିରେ ଶିଳ୍ପସମୂହ, ଶିକ୍ଷାନୁଷ୍ଠାନ, ଷ୍ଟାର୍ଟଅପ୍ ପରିସଂସ୍ଥାନ ଏବଂ ଷ୍ଟେକ୍ହୋଲ୍ଡର ଜି-୨୦ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ଫ୍ରେମ୍ଓ୍ବାର୍କରେ ସାମିଲ ହୋଇ ଭାରତକୁ ବିଶ୍ୱ ମାନବ ସମ୍ବଳର ପେଣ୍ଠସ୍ଥଳ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଥିଲେ।
ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିଓ୍ବାରୀ ଯୋଗଦେଇ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ୪ଟି ପ୍ରମୁଖ ବିଷୟ – ଫାଉଣ୍ଡେଶନ ଲିଟେରାସି ଆଣ୍ଡ୍ ନ୍ୟୁମରେସି, ଏଡୁଟେକ୍, ରିସର୍ଚ୍ଚ ଏବଂ ଭବିଷ୍ୟତର ଦକ୍ଷତା ସମ୍ପର୍କରେ ଚର୍ଚ୍ଚା କରାଯିବ। ଜି-୨୦ରେ ବିଭିନ୍ନ ଦେଶ ଅଂଶଗ୍ରହଣ କରିବା ସହ ନିଜର ଚିନ୍ତାଧାରା ବାଣ୍ଟିବେ। ଏପ୍ରିଲ ୧ରୁ ଜନଭାଗିଦାରୀ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ଏବଂ ଅନ୍ୟ ସଂଗଠନକୁ ସାମିଲ କରାଯାଇଛି। ଭୁବନେଶ୍ୱର ପାଇଁ ଏହା ଏକ ଭଲ ସୁଯୋଗ ଆଣିଦେବ। ଏଥିରେ ଭବିଷ୍ୟତର ଜ୍ଞାନକୌଶଳ ସମ୍ପର୍କରେ ଅନ୍ୟମାନେ ଜାଣିପାରିବେ ବୋଲି ତିଓ୍ବାରୀ କହିଥିଲେ।
ପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଶିକ୍ଷା, ସ୍ବାସ୍ଥ୍ୟ, ମୋବିଲିଟି, ମେଟାଭର୍ସ, ରିଭର୍ସ ଇଞ୍ଜିନିୟରିଂ, ଡ୍ରୋନ୍ ଟେକ୍ନୋଲୋଜି ସହ ହସ୍ତତନ୍ତ, ଓଡ଼ିଆ ଭାସ୍କର୍ଯ୍ୟ, କଳା ସଂସ୍କୃତି, ପାଶ୍ଚାତ୍ୟ ପଢା ଶୈଳୀକୁ ନେଇ ଆୟୋଜିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ବୁଲି ଦେଖିଥିଲେ। ସିଆଇଆଇ ମିଶନ୍ ଅନ୍ ଟେକ୍, ଇନୋଭେଶନ୍ ଆଣ୍ଡ୍ ରିସର୍ଚ୍ଚ ଆଣ୍ଡ୍ ଫ୍ୟୁଚର ମୋବିଲିଟିର ଚେୟାରମ୍ୟାନ୍ ବିପିନ ସୋନ୍ଧି, ୟୁଏସ୍ଆଇବିସି ସଭାପତି ତଥା ସାଉଥ୍ ଏସିଆ, ୟୁଏସ ଚାମ୍ବର ଅଫ୍ କମର୍ସ ଉପସଭାପତି ଆମ୍ବାସାଡର ଅତୁଲ କେସପ୍, ଜି-୨୦ ପ୍ରେସିଡେନ୍ସି ଚିଫ୍ କୋଅର୍ଡିନେଟର ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଥିଲା। ଜି-୨୦ ଶିକ୍ଷା ଓ୍ବାର୍କିଂ ଗ୍ରୁପ୍ର ତୃତୀୟ ସଂସ୍କରଣ ବୈଠକ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ
ପୁଣେ,୧୮ା୧୨: ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...
୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…
କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...
ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ
ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...
ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ
ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...
ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…
ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...
ରେଳଯାତ୍ରୀଙ୍କୁ ବଡ଼ ଝଟ୍କା: ପ୍ଲେନ୍ ଭଳି ଏବେ…
ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...
ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…
ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...
ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ
ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...
Archives


