ସୁନ୍ଦରଗଡ଼ ଜିଲାରେ ବନ୍ଦ ପାଳନ: ରାସ୍ତା ଅବରୋଧ

ସୁନ୍ଦରଗଡ଼/ରାଜଗାଙ୍ଗପୁର/କୁତ୍ରା/ବଡ଼ଗଁା/ଲହୁଣୀପଡ଼ା,୨୦।୪(ଡି.ଏନ୍‌.ଏ.): ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ଘଟିଥିବା ହିଂସା ଘଟଣାର ପ୍ରତିବାଦରେ ବୁଧବାର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ପ୍ରଭାବ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଥିଲା। ସୁନ୍ଦରଗଡ଼ଠାରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ୧୦ନଂ. ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ଓ୍ବେର ରାଣୀବଗିଚା ଛକ,କିରେଇ ଛକ ଏବଂ ସରକାରୀ କଲେଜ ବାଇପାସ ଛକ ଠାରେ ଚକାଜାମ କରି ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତା ଉପରେ ଶହଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ଆନ୍ଦୋଳନ ଡାକରା ଯୋଗୁ ଘରୋଇ ଓ ସରକାରୀ ବସସେବା ବନ୍ଦ ରହିଥିଲା। ସେହିପରି ସହରରେ ସମସ୍ତ ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ଆଦି ବନ୍ଦ ରହିଥିଲା। କାଁଭା କେତେକ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଥିବାବେଳେ ସକାଳୁ ଡେଲିମାର୍କେଟ ପରିବା ମାର୍କେଟ ଠାରେ ବନ୍ଦଡାକରା ସମ୍ପର୍କରେ ଅଜଣା ଥିବା କିଛି ଚାଷୀ ଆସି ଯାଇଥିବାରୁ ବଜରଙ୍ଗ ଦଳ କର୍ମୀମାନେ ତାଙ୍କୁ ଶୀଘ୍ର ପରିବା ବିକ୍ରିକରି ବନ୍ଦ କରିବାକୁ କହିଥିଲେ। ସେଥିପାଇଁ କିଛି ଘଣ୍ଟା ପରିବା ମାର୍କେଟ ଖୋଲା ରହିଥିଲା। ସକାଳୁ କୋର୍ଟ ଖୋଲା ରହିଥିବା ଦେଖିବାକୁ ମିଳିଥିଲାବେଳେ ପୋଷ୍ଟ ଅଫିସ, ସରକାରୀ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଅଫିସଗୁଡିକୁ ବଜରଙ୍ଗ ଦଳ କର୍ମୀମାନେ ପିକେଟିଂ କରି ବନ୍ଦ କରିଥିଲେ। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବନ୍ଦ ଶାନ୍ତି ପୂର୍ଣ୍ଣ ଥିଲା। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କିଶୋର ପଟେଲ, ଗଣେଶ ନାଏକ, ବୈଜୁ ସିଂ, ଜନାର୍ଦ୍ଦନ ପାଣିଗ୍ରାହୀ ପ୍ରମୁଖ ଏହି ବନ୍ଦ ପାଳନର ନେତୃତ୍ୱ ନେଇଥିଲେ। ସହରର ବିଭିନ୍ନ ଛକରେ ପୋଲିସ ମୁତୟନ ରହିଥିଲେ। ସେହିପରି ଜିଲାର ରାଜଗାଙ୍ଗପୁର,ବଡଗାଁ, ସବଡେଗା, ହେମଗିର, ଲହୁଣୀପଡା, ଅନ୍ୟାନ୍ୟ ସ୍ଥାନରେ ମଧ ବନ୍ଦର ପ୍ରଭାବ ଦେଖବାକୁ ମିଳିଥିଲା। ରାଜଗାଙ୍ଗପୁର ସହରର ବିଭିନ୍ନ ଦୋକାନ ବଜାର, ଯାନବାହନ ଇତ୍ୟାଦି ବନ୍ଦ ରହିଥିଲା। ରାଜଗାଙ୍ଗପୁର ବିଶ୍ୱହିନ୍ଦୁ ପରିଷଦ ସଭାପତି ରାଜେଶ ଶର୍ମା ତଥା ବଜରଙ୍ଗ ଦଳର ସନ୍ଦିପ ଦାସ, ଜିତେନ୍ଦ୍ର ଶର୍ମା, ରାଜୁ ବାଗ ପ୍ରମୁଖଙ୍କ ନେତୃତ୍ୱରେ କର୍ମୀମାନେ ବନ୍ଦ କରାଇଥିଲେ। ରାଣୀବନ୍ଧଠାରେ ଜାତୀୟ ରାଜପଥ ନଂ.୧୦ରେ ମଧ୍ୟ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜଗାଙ୍ଗପୁର ଏସ୍‌ଡିପିଓ ଅଭିଷେକ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନ ତଥା ରାଜଗାଙ୍ଗପୁର ଥାନାଧିକାରୀ ବିଭତ୍ସ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ପାଟ୍ରୋଲିଂ କରିଥିଲେ। ବଡ଼ଗାଁରେ ସକାଳେ ବ୍ଲକ ଅଫିସ ସମ୍ମୁଖରେ ରାସ୍ତା ଅବରୋଧ କରାଯାଇଥିଲା। ବିଶ୍ବ ହିନ୍ଦୁ ପରିଷଦର ବଡ଼ଗାଁ ପ୍ରଖଣ୍ଡ ପ୍ରଭାରୀ ରାଜେଶ ଦାସ, ବଜରଙ୍ଗ ଦଳର ଜିଲା ସହ ସଂଯୋଜକ ଆଲୋକ ସାହୁଙ୍କ ସହିତ ଯୋଗିନ୍ଦ୍ର ନାଗ, ଗୋପୀ ଲେହେରି, ସହିଲ ଲେହେରି, ରୋସନ ପୃଷେଟ, ଅଜୟ ବାଗ, ସୁଶାସନ ଗର୍ଡିଆ, ରାଜେଶ ଦେହୁରୀ, ହରେକୃଷ୍ଣ ହସ୍ତୀ, ସଚିନ ପ୍ରଧାନ, ଆନନ୍ଦ ଖଡିଆ, ଓକିଲ ସୁଧୀର ପଟେଲ, ରବି ନାରାୟଣ ଗହିର ପ୍ରମୁଖ ଯୁବକମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ରାସ୍ତା ଅବରୋଧ ଯୋଗୁ ରାଜପଥରେ ବହୁ ସଂଖ୍ୟକ ଟ୍ରକ ଅଟକି ରହିଥିଲା। ଅଟକିଥିବା ଗାଡ଼ିର ଡ୍ରାଇଭର ଓ ଲୋକଙ୍କୁ ବଜରଙ୍ଗ ଦଳର କର୍ମୀମାନେ ଖାଦ୍ୟ ପାନୀୟ ଯୋଗାଇ ଦେଇଥିଲେ। କୁତ୍ରାରେ ବଜରଙ୍ଗଦଳର କର୍ମକର୍ତ୍ତାମାନେ ବିଜୁ ଏକ୍ସପ୍ରେସ ୱେ କୁତ୍ରା ଓ ରାଞ୍ଚିରୋଡ ଠାରେ ଚକାଜାମ କରି ରାସ୍ତାରୋକୋ କରିଥିଲେ। ସେହିଭଳି ଭାବରେ ସମସ୍ତ ଦୋକାନ ବଜାର ସରକାରୀ ଅନୁଷ୍ଠାନ ବନ୍ଦ କରିବା ସହିତ ବୁଧବାର ସାପ୍ତାହିକ ହାଟ ପାଳିଥିବାରୁ ହାଟ ବସିବା ପାଇଁ ବଜରଙ୍ଗଦଳ କର୍ମୀମାନେ ବାରଣ କରିବାରୁ ଲୋକେ ରାସ୍ତା କଡରେ ଆଣିଥିବା ପନିପରିବା ଦୋକାନ ଖୋଲିଥିଲେ। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଘଟଣା ସ୍ଥଳରେ କୁତ୍ରା ପୋଲିସ ଉପସ୍ଥିତ ରହି ସ୍ଥିତିଉପରେ ନଜର ରଖିଥିଲା।
ବାରକୋଟରୁ ରାଜାମୁଣ୍ଡା ଦେଇ ରାଉରକେଲା ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ଏବଂ ରାଜାମୁଣ୍ଡାରୁ ରେଙ୍ଗାଳବେଡା ଯାଇଥିବା ୨୧୫ ନମ୍ବର ଜାତୀୟ ରାଜପଥ ଓ ଲହୁଣୀପଡାରୁ ଭାୟା ବରସୁଆଁ ଟେନ୍‌ସା ପୂର୍ତ୍ତ ବିଭାଗ ରାସ୍ତା ଏହା ସହିତ କଲେଇପୋଷ ବାହାଡାପୋଷକୁ ସଂଯୋଗ କରୁଥିବା ୧୦ (କ) ରାଜ୍ୟ ରାଜପଥରେ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା। ଲହୁଣୀପଡା ଅଞ୍ଚଳର ଦୋକାନ ବଜାର ଓ ଯାନବାହାନ ଚଳାଚଳ ସ୍ବତଃପ୍ରବୃତ୍ତ ଭାବେ ବନ୍ଦ ରହିଥିଲା। ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କଗୁଡିକୁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀମାନେ ପହଞ୍ଚତ୍ ପିକେଟିଂ କରି ବନ୍ଦ କରିଦେଇଥିଲେ। ମଧ୍ୟାହ୍ନ ପ୍ରାୟ ୧୧ଟାରେ ବାଇପାସ ଛକରେ ପୋଲିସ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହାର ହୋଇଥିଲା। କିନ୍ତୁ ସା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଚୁଡାମଣି ମାହାନ୍ତ, ଗୁଡୁ ଚୌଧୁରୀ, ହୃଦାନନ୍ଦ ମାହାନ୍ତ, ହେମନ୍ତ ଓରାମ, ଜୟନ୍ତୀ ମାହାନ୍ତ, ସେବତୀ ନାଏକ, ଦୀପକ କୁମାର ମାହାନ୍ତ, ଭରତ କୁମାର ମାହାନ୍ତ, ପ୍ରମୋଦ ସା, କାହ୍ନୁ ଦଳ ବେହେରା, ଦେବକାନ୍ତ ମାହାନ୍ତ, ବିଜୁ ପଣ୍ଡିତ, ଉପେନ୍ଦ୍ର ବେହେରା, ମହେଶ୍ବର ମାହାନ୍ତ, ରାଜେଶ ଦାସ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri