Odisha Elections 2024

ରୁଷିଆ-ୟୁକ୍ରେନ ଯୁଦ୍ଧ: କିଭ୍‌ ଆକାଶରେ ରହସ୍ୟମୟ ଆଲୋକ…

କିଭ୍‌,୨୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। କିଭର ଲୋକମାନେ ସର୍ବଦା ଆକ୍ରମଣର ଭୟରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର କିଭ୍‌ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଯାଇଥିଲା। ଏହାପରେ ସହରରେ ସୁରକ୍ଷା ସାଇରନ୍‌ ବାଜି ଉଠିଥିଲା। ତେବେ ଏହି ଆଲୋକ ଏକ ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା କାରଣରୁ ଦେଖାଯାଇଥିବା ଜଣାପଡ଼ିଛି।

କିଭ୍‌ର ସାମରିକ ପ୍ରଶାସନର ମୁଖ୍ୟ ସେର୍ଗି ପୋପକ କହିଛନ୍ତି, ଅନୁସନ୍ଧାନ ପରେ ନାସା ମହାକାଶ ଉପଗ୍ରହ ପୃଥିବୀକୁ ଖସିଯିବା କାରଣରୁ ଆକାଶରେ ଆଲୋକ ଦେଖା ଯାଇଥିବା ଜଣାପଡିଛି।

ଉଲ୍ଲେଖନୀୟ କଥା ହେଉଛି, ଆମେରିକାର ସ୍ପେସ ଏଜେନ୍ସି (ନାସା) ପୂର୍ବରୁ ଘୋଷଣା କରିସାରିଥିଲା, ୬୬୦ପାଉଣ୍ଡ (୩୦୦ କିଲୋଗ୍ରାମ) ଓଜନର ଏକ ପୁରୁଣା ଉପଗ୍ରହ ବୁଧବାର ପୁଣିଥରେ ପୃଥିବୀକୁ ଫେରି ଆସିବ।

ନାସା କହିଥିଲା ରେଭେନ ରାମାଟି ଉଚ୍ଚ ଶକ୍ତି ସୌର ସ୍ପେକ୍ଟ୍ରସ୍କୋପିକ ଇମେଜର୍‌ ମହାକାଶଯାନ ଯାହା ସୌର ପ୍ରଜ୍ୱଳନକୁ ଦେଖିବା ପାଇଁ ବ୍ୟବହୃତ ହେଉଥିଲା। ତାହା ୨୦୦୨ରେ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପିତ ହୋଇଥିଲା ଏବଂ ୨୦୧୮ ରେ ଅକାମୀ ହେବାରୁ ସେବାମୁକ୍ତ ହୋଇଥିଲା।

ପୋପକ କହିଛନ୍ତି, ରାତି ପ୍ରାୟ ୧୦ ଟା ସମୟରେ କିଭ ଉପରେ ଆକାଶରେ ଏକ ଉଜ୍ଜ୍ୱଳ ଆଲୋକ ଦେଖାଯାଇଥିଲା। ଏହା ପରେ ସୁରକ୍ଷା ଆଲର୍ଟ ପାଇଁ ସାଇରନ ବାଜି ଉଠିଥିଲା। ନାସା ସୋମବାର କହିଥିଲା ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଜଳିଯିବ ବୋଲି ଆଶା କରାଯାଉଛି। ଯଦିଓ କିଛି ଅବଶେଷ ରହିବାର ଆଶା କରାଯାଏ। ତେବେ ଏହା ଦ୍ୱାରା ପୃଥିବୀରେ କାହାରି କିଛି କ୍ଷତି ହେବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ବଞ୍ଚାଇବାକୁ ଦେଶ ଛାଡିଲେ ୪୫ ହଜାର ରୋହିଙ୍ଗ୍ୟା

ନ୍ୟାପିଦା,୨୬।୫: ମ୍ୟାନମାରର ବିବାଦୀୟ ରାଖିନରେ ବଢୁଥିବା ହିଂସା ୪୫ହଜାର ରୋହିଙ୍ଗ୍ୟାଙ୍କୁ ଏଠାରୁ ପଳାଇବାକୁ ବାଧ୍ୟ କରିଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।...

ବାଇଡେନ୍‌ ଆମେରିକାର ସବୁଠୁ ଖରାପ ରାଷ୍ଟ୍ରପତି; ଟ୍ରମ୍ପ ଏତିକି କହିବା ମାତ୍ରେ ଲୋକେ କହିଲେ…

ଓ୍ବାଶିଂଟନ୍‌,୨୬।୩: ଆମେରିକାରେ ଏକ ଲିବର୍ଟାରିୟାନ ପାର୍ଟି ଇଭେଣ୍ଟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲୋକହସାର ସମ୍ମୁଖୀନ କରିବାକୁ ପଡିଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ଲୋକ ଅପମାନଜନକ...

ପାପୁଆ ନିଉ ଗିନି ଭୟଙ୍କର ଭୂସ୍ଖଳନ, ୬୭୦ରୁ ଅଧିକ ଲୋକ ମୃତ

ନୂଆଦିଲ୍ଲୀ,୨୬।୫: ପାପୁଆ ନ୍ୟୁ ଗିନିରେ ଏକ ବଡ଼ ଧରଣର ଭୂସ୍ଖଳନ ପରେ ୬୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଜାତିସଂଘର ଏଜେନ୍ସିର ଅଧିକାରୀ...

ରାଫାହ ବର୍ବରରାଫାହ ବର୍ବରତା ବନ୍ଦ କର: ଆଇସିଜେତା ବନ୍ଦ କର: ଆଇସିଜେ

ହେଗ୍‌,୨୫ା୫: ଗାଜା ସିଟିର ରାଫାହରେ ବୋମା ବର୍ଷଣ ଓ ରକେଟ ମାଡ଼ ତୁରନ୍ତ ବନ୍ଦ କରିବା ପାଇଁ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ଶୁକ୍ରବାର...

କିର୍ଗିଜସ୍ଥାନରେ ହିଂସାର ବାତାବରଣ, ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ବିଦେଶୀ ଛାତ୍ର

ବିଶକେକ,୨୪।୫: କିର୍ଗିଜସ୍ଥାନର ରାଜଧାନୀ ବିଶକେକରେ ସ୍ଥାନୀୟ ତଥା ବିଦେଶୀ ଛାତ୍ରଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ: ସତର୍କ କଲେ ଏଲନ ମସ୍କ

କାଲିଫର୍ନିଆ,୨୪।୫: ଦୁନିଆର ସବୁଠୁ ବଡ ମାଇକ୍ରୋବ୍ଲଗିଂ ସାଇଟ ଏକ୍ସର ମାଲିକ ଏଲନ ମସ୍କ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ...

କାନାଡାରେ ଖଲିସ୍ତାନ ସମର୍ଥକଙ୍କ ଟାର୍ଗେଟରେ ଭାରତୀୟ, ହିନ୍ଦୁଙ୍କ ପାଇଁ ବିପଦ ହୋଇଚାଲିଛି ଟ୍ରୁଡୋଙ୍କ ଦେଶ

ଓଟାଓ୍ବା,୨୪।୫: ଖାଲିସ୍ତାନର ସମର୍ଥକମାନେ ଭାରତୀୟଙ୍କ ପାଇଁ ବିପଦ ପାଲଟିଛନ୍ତି ଏବଂ ଭାରତୀୟ ମୂଳବାସିନ୍ଦାଙ୍କ ପାଇଁ କାନାଡା ସବୁଠାରୁ ବିପଜ୍ଜନକ ଦେଶ ଭାବରେ ଉଭା ହେଉଛି। ଏକ...

ପପୁଆ ନ୍ୟୁଗିନିରେ ଭୂସ୍ଖଳନ, ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ସିଡନୀ,୨୪।୫: ପାପୁଆ ନ୍ୟୁ ଗିନିର ଏକ ସୂଦୂର ଗ୍ରାମରେ ଭୂସ୍ଖଳନ ହେତୁ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri