୪ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଯାଜପୁର ଅଫିସ/କୋରେଇ (ଡି.ଏନ୍‌.ଏ.),୨୦ା୪: ବଲାଙ୍ଗୀର ଜିଲାରେ ଯେଭଳି ନକଲି ପ୍ରମାଣପତ୍ରକୁ ନେଇ ଛାନ୍‌ଭିନ୍‌ ହେଲା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେଭଳି ପଦକ୍ଷେପ ଯାଜପୁର ଜିଲାରେ ଦେଖିବାକୁ ମିଳିନାହିଁ। ବରଂ ଏହି ଜିଲାରେ ନକଲି ଶିକ୍ଷୟିତ୍ରୀ ଓ ଶିକ୍ଷକ କଟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତକରି ତାଲିକାରୁ ନାମ କାଟିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷେ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପକ୍ଷରୁ ନକଲି ଶିକ୍ଷକଙ୍କ ମୂଳ ପରିବାରକୁ ନେଇ ଉପଯୁକ୍ତ ତଦନ୍ତ କରାଯାଇନାହିଁ ା କେବଳ ବିଭାଗୀୟ ରିପୋର୍ଟ ଆଧାରରେ ୯ ଶିକ୍ଷକଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି। ଅନ୍ୟ ୪ ଶିକ୍ଷକଙ୍କୁ କୋରେଇ ବିଇଓ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହାବାଦ୍‌ ଜିଲାର ଜଣେ ନକଲି ଆଦିବାସୀ ପ୍ରମାଣପତ୍ରଧାରୀ ଏବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ କେନ୍ଦ୍ରାପଡ଼ା ଜିଲାକୁ ବଦଳି ହୋଇଛି। ଏନେଇ କୋରେଇ ବ୍ଲକ ଅସନଝର ଗ୍ରାମବାସୀ କେନ୍ଦ୍ରାପଡ଼ା ଜିଲାପାଳ, ଜିଲା ଶିକ୍ଷାଧିକାରୀ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି। ନକଲି ଶିକ୍ଷକଙ୍କ ସହିତ ଆର୍‌ଡିସି ଏବଂ ତହସିଲ କର୍ତ୍ତୃପକ୍ଷଙ୍କ ଏଭଳି ଅସାଧୁ ମେଣ୍ଟ ସହିତ କୋହଳ ମନୋଭାବ ଯୋଗୁ ଉପଯୁକ୍ତ ପ୍ରତିଭାଧାରୀ ତଥା ଆଦିବାସୀ ଛାତ୍ରୀଛାତ୍ର ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଥିବା ମତ ପ୍ରକାଶ ପାଇଛି।
ଯାଜପୁର ଜିଲାରେ ଜାତିଗତ ପ୍ରମାଣପତ୍ରକୁ ନେଇ ଉପଯୁକ୍ତ ତଦନ୍ତ କରାଗଲେ ହଜାରେରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ଏବଂ ଶିକ୍ଷକଙ୍କ ଅସଲ ମୁଖା ଖୋଲିବ ବୋଲି ଦାବି ହେଉଛି। ସେଥିମଧ୍ୟରୁ କୋରେଇ ବ୍ଲକରେ ସର୍ବାଧିକ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନକଲି ଜାତିଗତ ପ୍ରମାଣପତ୍ର ଆଧାରରେ ଯାଜପୁର ଜିଲାରେ କୋରେଇ ବ୍ଲକ ଅଧୀନ ଅସନଝର ପଞ୍ଚାୟତ ଅସନଝର ଗ୍ରାମର ଜଣେ ବ୍ୟକ୍ତି କେନ୍ଦ୍ରାପଡ଼ା ଜିଲାରେ ବିଇଓ(ବ୍ଲକ ଶିକ୍ଷାଧିକାରୀ) ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ଅସନଝର ଗ୍ରାମର ସାମାଜିକ କର୍ମୀ ରଞ୍ଜନ କୁମାର ନାୟକଙ୍କ ଅଭିଯୋଗ ମୁତାବକ ସେ ଏସ୍‌ଇବିସି ବର୍ଗର ହୋଇଥିଲେ ହେଁ ମିଥ୍ୟା ଅନୁସୂଚିତ ଜନଜାତି (ଏସ୍‌ଟି) ପ୍ରମାଣପତ୍ର ଦାଖଲକରି ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ପରେ ଉପରିସ୍ଥ ଅଧିକାରୀଙ୍କୁ ଧରାଧରି କରି ସେହି ଆଦିବାସୀ ପ୍ରମାଣପତ୍ର ବଳରେ ପଦୋନ୍ନତି ପାଇ ଯାଜପୁର ଜିଲା ବଡ଼ଚଣା ବିଇଓ ରହିଥିଲେ। ଏନେଇ ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ନିକଟରେ କେତେଜଣ ସାମାଜିକ କର୍ମୀ ବାରମ୍ବାର ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକକୁ ବଦଳି ହୋଇଥିଲା। ଏହାବାଦ୍‌ ଉକ୍ତ ଗ୍ରାମର ୮ ଜଣ ଶିକ୍ଷକ ନକଲି ଜାତିଗତ ପ୍ରମାଣପତ୍ର ଦାଖଲକରି ବିଭିନ୍ନ ସ୍କୁଲରେ ନିୟୋଜିତ ହୋଇଥିବା ଗ୍ରାମର ଶତାଧିକ ବ୍ୟକ୍ତି ଆର୍‌ଡିସିଙ୍କୁ ପତ୍ର ମାଧ୍ୟମରେ ଅଭିଯୋଗ କରିଥିଲେ। ଏହାପରେ ଆର୍‌ଡିସିଙ୍କ ପକ୍ଷରୁ କୋରେଇ ବିଇଓ ଏବଂ ଯାଜପୁର ଡିଇଓଙ୍କୁ ୮ା୮ା୨୦୨୨ରେ ପତ୍ରସଂଖ୍ୟା ୭୬୩୧ରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଆର୍‌ଡିସି କାର୍ଯ୍ୟାଳୟର କେହି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏଥିରୁ ବେଣୁଧର ଦେହୁରୀ ଓ ସନ୍ଦିଗ୍ଧ ବିଇଓ ହରିହର ଦଳେଇଙ୍କ ନାମ ବାଦ୍‌ ଦେଇଥିବା ସେତେବେଳେ ଅଭିଯୋଗ ହୋଇଥିଲା । ଏହି ତଦନ୍ତ ନିର୍ଦ୍ଦେଶର ୭ମାସ ପରେ କୋରେଇ ବିଇଓଙ୍କ ଚିଠି ଆଧାରରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି ତଦନ୍ତ ରିପୋର୍ଟ କୋରେଇ ବିଇଓଙ୍କୁ ହସ୍ତାନ୍ତର କରିଥିଲେ। ଉପଯୁକ୍ତ ଭାବେ ତଦନ୍ତ ନ କରି ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ୯ ଜଣ ଶିକ୍ଷକଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିବା ନେଇ ଧରିତ୍ରୀରେ ୩ା୪ା୨୦୨୩ରେ ସବିଶେଷ ତଥ୍ୟ ସହ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଅନ୍ୟ ଯେଉଁ ୪ ଜଣ ଶିକ୍ଷକଙ୍କ ପ୍ରମାଣପତ୍ର ବ୍ୟାସନଗର ତହସିଲରୁ ଜାରି ହୋଇନାହିଁ ସେମାନଙ୍କୁ କୋରେଇ ବିଇଓ ମାସେ ଭିତରେ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିଛନ୍ତି । ଏସବୁ ଘଟଣାକୁ ଅବଲୋକନ କଲେ ଯାଜପୁର ଜିଲାରେ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେବାରେ ଏକ ବଡ଼ ର଼୍ୟାକେଟ କାମ କରୁଥିବା ସନ୍ଦେହ ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ବୁଧବାର ସନ୍ଧ୍ୟା ୬ଟା ସମୟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବାଂଲାଦେଶୀ ହିନ୍ଦୁଙ୍କୁ ସ୍ବପ୍ନ ଦେଖାଇଲେଣି ତାରିକ? କହିଲେ ‘I have a dream, ଯେମିତି ୧୯୭୧ରେ ସବୁ ଧର୍ମ ମିଶି…

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଗୁରୁବାର (ଡିସେମ୍ବର ୨୫, ୨୦୨୫) ଦିନ ଲୋକମାନଙ୍କୁ ଶାନ୍ତି ପାଇଁ ଆହ୍ବାନ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri