ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୨୦।୪ (ବ୍ୟୁରୋ): ଧାର୍‌ ଟଙ୍କା ମାଗିବାରୁ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଛି। ପୁଣି ଏହାର ଭିଡିଓ ରେକର୍ଡ କରାଯିବା ସହ ଧମକ ଦିଆଯାଇ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ପୀଡିତା ଜଣକ ଭୟରେ ପାଟି ଚୁପ୍‌ କରି ରହିବା ସହ ଶେଷରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (ନଂ.୧୬୭/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ପୋଲିସ ଟିମ୍‌ ବୁଧବାର ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀମାଇନା କରାଇବା ସହ ତାଙ୍କର ବୟାନ ରେକର୍ଡ କରିଛି। ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି, ଏହି ମାମଲାରେ ସତ୍ୟାସତ୍ୟ ଜାଣିବାକୁ ଅଧିକ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ସେ କହିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।
ଅଭିଯୋଗ ଅନୁଯାୟୀ, ଗଜପତିନଗର ଅଞ୍ଚଳରେ ପୀଡ଼ିତାଙ୍କର ଏକ ତେଜରାତି ଦୋକାନ ରହିଛି। କେନ୍ଦ୍ରାପଡ଼ାର ମୃତ୍ୟୁଞ୍ଜୟ ପାତ୍ର ନାମକ ୩୬ ବର୍ଷୀୟ ଯୁବକ ପୀଡ଼ିତାଙ୍କ ଦୋକାନକୁ ଆସି ଅନେକ ସମୟରେ ସଉଦା ନିଅନ୍ତି। ଏପରିକି ଯୁବକ ଜଣକ ଅନେକ ସମୟରେ ବାକିରେ ମଧ୍ୟ ମହିଳାଙ୍କଠାରୁ ସଉଦା ନିଅନ୍ତି। ଚିହ୍ନା ପରିଚିତ ହୋଇଯିବାରୁ ମୃତ୍ୟୁଞ୍ଜୟ ତାଙ୍କ ବାପାଙ୍କ ଦେହ ଅସୁସ୍ଥ କହି ପୀଡ଼ିତାଙ୍କ ଠାରୁ ଚାରି ଥରରେ ୫୦ ହଜାର ଟଙ୍କା ଧାର ନେଇଥିଲେ। ମାସକ ଭିତରେ ଫେରସ୍ତ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ନିର୍ଦ୍ଧାରିତ ସମୟ ଭିତରେ ଟଙ୍କା ନ ଦେବାରୁ ପୀଡ଼ିତା ଜଣକ ତାଙ୍କୁ ମାଗିଥିଲେ। ମାର୍ଚ୍ଚ ୨୯ ସାରେ ଘରେ ଟଙ୍କା ଦେଇଦେବେ ବୋଲି ଯୁବକ ଜଣକ କହିଥିଲେ। ହେଲେ ଉକ୍ତ ଦିନ ପୀଡ଼ିତାଙ୍କ ସ୍ବାମୀ ଘରେ ନ ଥିବାବେଳେ ଟଙ୍କା ଫେରସ୍ତ ଆଳରେ ଯୁବକ ଜଣକ କବାଟ ବନ୍ଦ କରି ମହିଳାଙ୍କୁ ଜୋର୍‌ ଜବରଦସ୍ତ ବଳାତ୍କାର କରିଥିଲେ। ଏହାକୁ ବିରୋଧ କରିବାରୁ ପୀଡ଼ିତାଙ୍କୁ ସେ ହତ୍ୟା ଧମକ ଦେବା ସହ ଏ ବିଷୟରେ ପୋଲିସ କିମ୍ବା ତାଙ୍କ ସ୍ବାମୀଙ୍କୁ ନ ଜଣାଇଲେ ଭଲ
ହେବ ନାହିଁ ବୋଲି କହିଥିଲେ। ଏପରିକି ଯୁବକ ଜଣକ ତାଙ୍କ ମୋବାଇଲରେ ବଳାତ୍କାର ସମୟର ଭିଡିଓ ରେକର୍ଡ କରିଥିଲେ ବୋଲି ମଙ୍ଗଳବାର ଦିଆଯାଇଥିବା ଅଭିଯୋଗ ଫର୍ଦ୍ଦରେ ପୀଡ଼ିତା ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ୨୦ ଦିନ ବିତିଯାଇଥିବା ବେଳେ ମହିଳାଙ୍କ ଅଭିଯୋଗ କରିବାକୁ ନେଇ ନାନା ପ୍ରଶ୍ନ ମଧ୍ୟ ଉଠିଛି। ଯଦି ଏହି ବଳାତ୍କାର ସତ ହୋଇଥାଏ ତେବେ ପୋଲିସକୁ ଏ ସଂକ୍ରାନ୍ତରେ ପ୍ରମାଣ ଯୋଗାଡ଼ କରିବା କଷ୍ଟସାଧ୍ୟ ହୋଇପାରେ ବୋଲି ମଧ୍ୟ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri