Posted inଜାତୀୟ

ଦୃଢ଼ ରାଜନୈତିକ ଇଛାଶକ୍ତି ମାଧ୍ୟମରେ ପ୍ରଭାବଶାଳୀ ଢଙ୍ଗରେ କରାଯାଇ ପାରିବ ବାୟୁସେନାର ଉପଯୋଗ…

ନୂଆଦିଲ୍ଲୀ,୧୮।୪ : ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ ୨୦୧୯ରେ ପାକିସ୍ତାନର ବାଲାକୋଟରେ କରାଯାଇଥିବା ଅପରେଶନ ନେଇ ଭାରତୀୟ ବାୟୁସେନାର ଶକ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି , ବାଲାକୋଟ ଷ୍ଟ୍ରାଇକ ଦର୍ଶାଇଛି , ରାଜନୈତିକ ଇଚ୍ଛାଶକ୍ତି ଦୃଢ଼ ହେଲେ ଦେଶର ବାୟୁସେନାକୁ ନୋ ଓ୍ବାର ନୋ ପିସ୍‌ ପରିସ୍ଥିତିରେ ମଧ୍ୟ ପ୍ରଭାବଶାଳୀ ଭାବରେ ବ୍ୟବହାର କରାଯାଇପାରିବ। ପରମାଣୁ ଆକ୍ରମଣ ସମୟରେ ମଧ୍ୟ ସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇପାରିବ।

ସମ୍ପୂର୍ଣ୍ଣ ସଠିକ ଲକ୍ଷ୍ୟଭେଦ କ୍ଷମତା ଯୋଗୁ ଜରୁରୀକାଳୀନ ପରିସ୍ଥିତିରେ ବାୟୁସେନା ପ୍ରଥମ ବିକଳ୍ପ ପାଲଟିଥାଏ। ଚାଇନା ପାକିସ୍ଥାନର ନାମ ନ ନେଇ ସେ କହିଛନ୍ତି, ଆମର ବିରୋଧୀଙ୍କ ପ୍ରକୃତିକୁ ବିଚାରକୁ ନେଇ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ଆକ୍ରମଣର ଜବାବ ଦେବା ପାଇଁ ଆମର ଅନେକ ବିକଳ୍ପ ଅଛି। ’ଏରୋସ୍ପେସ ପାୱାର୍‌: ପିଭଟ ଟୁ ଫ୍ୟୁଚର ବ୍ୟାଟଲସ୍ପେସ ଅପରେଶନ୍ସ’ ଉପରେ ଏକ ସେମିନାରରେ ଭାଷଣ ଦେବାବେଳେ ଏୟାର ଚିଫ ମାର୍ଶଲ ଚୌଧରୀ ଏଭଳି କହିଛନ୍ତି।

ଭାରତର ସୁରକ୍ଷା ଚିନ୍ତାଧାରା ପର୍ଯ୍ୟାପ୍ତ ସାମରିକ ଶକ୍ତି ପ୍ରତିଷ୍ଠା କରିବା ଆବଶ୍ୟକ କରେ। ଏହା ସହିତ, ସୂଚନାର ପ୍ରାଧାନ୍ୟତା ନିଶ୍ଚିତ ହେବା ଉଚିତ। ଯାହାଦ୍ୱାରା ଯେତେବେଳେ ଆବଶ୍ୟକତା ଆସେ ସେତେବେଳେ ଆମର ଏକାଧିକ ପ୍ରତିକ୍ରିୟାଶୀଳ ବିକଳ୍ପ ରହିଥାଏ।

ଏରୋସ୍ପେସ ଶକ୍ତିର ବିଶେଷତା ନେତୃତ୍ୱକୁ ସଠିକ ରଣନୀତି ପ୍ରସ୍ତୁତ କରିବାର କ୍ଷମତା ଦେଇଥାଏ। ଏରୋସ୍ପେସ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତିକୁ ଦେଖିଲେ ଭବିଷ୍ୟତ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ପରବର୍ତ୍ତୀ ପିଢ଼ିର ଯୁଦ୍ଧ ବିମାନ ଆସନ୍ତାକାଲିର ଯୁଦ୍ଧରେ ନିର୍ଣ୍ଣାୟକ ପ୍ରମାଣିତ ହେବ ବୋଲି ସେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri