ମେଗା ପ୍ରକଳ୍ପରୁ ଝରୁନି ପାଣି

ଯାଜପୁର ଅଫିସ,୧୮ା୪: ଗ୍ରୀଷ୍ମର ପ୍ରକୋପ ବଢ଼ିଛି। ଏଥିଯୋଗୁ ଭୂତଳ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ଏହାସହ ନଳକୂପ, ନଈ, ପୋଖରୀ, ଖୋଲା କୂପ ଆଦି ଶୁଖିଲାଣି। ପାଣି ପାଇଁ ଗ୍ରାମାଞ୍ଚଳ ଲୋକେ ଡହଳବିକଳ ହେଉଛନ୍ତି। ଏଭଳି ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୬,୬୭୬ କୋଟି ଟଙ୍କାର ୯୦ଟି ମେଗା ପାଇପ୍‌ ଜଳ ଯୋଗାଣ(ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣ ହେଉଛି। ହେଲେ ଏଯାଏ ଅଧିକାଂଶ ପ୍ରକଳ୍ପରୁ ଟୋପାଏ ପାଣି ମିଳୁନି। ଏହିକ୍ରମରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହ ନିୟୋଜିତ ଠିକାସଂସ୍ଥାଗୁଡ଼ିକୁ ଦାୟୀ କରିଛନ୍ତି। ପ୍ରକଳ୍ପଗୁଡ଼ିକରେ ଆବଶ୍ୟକ ମାନବ ସମ୍ବଳ ନିୟୋଜନ କରାଯାଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବାକି ରହିଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଏକ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରିବାକୁ ଠିକାସଂସ୍ଥା, ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ହୋଇଛି।
ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ନଦୀନାଳରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ କରି ପାଇପ୍‌ ଯୋଗେ ସମସ୍ତ ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ବାହାରର ଠିକାସଂସ୍ଥା ଏନ୍‌ସିସି, ଏଲ୍‌ଆଣ୍ଡ୍‌ଟି, ଏମ୍‌ଇଆଇଏଲ୍‌, ଜେଏମ୍‌ସି, ଜିଭିପିଆର୍‌, ଜେଭି, ଭୋଲଟାସ୍‌, କାବେରୀ, ଆଇଏଚ୍‌ପି, ରାମ୍‌କି, ଜୁବେରୀ ପ୍ରମୁଖ ନିୟୋଜିତ ହୋଇଛନ୍ତି। ତେବେ ଏହି ଅଣଓଡ଼ିଆ ଠିକାସଂସ୍ଥା ସହ କେତେଜଣ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ନିମ୍ନମାନର ଷ୍ଟିଲ୍‌ ସାମଗ୍ରୀ ବ୍ୟବହାର ସହ ଶ୍ରମିକ ସୁରକ୍ଷା, ଖାତ(ଟ୍ରେଞ୍ଚ) ଖୋଳା, ଖାତର ଗଭୀରତା ଏବଂ ଆବଶ୍ୟକ କର୍ମଚାରୀ ଓ ଶ୍ରମିକଙ୍କୁ ନିଯୁକ୍ତି ଆଦି କ୍ଷେତ୍ରରେ ଅବହେଳା କରାଯାଇ କାମ କରୁଛନ୍ତି। ଫଳରେ ବିଭିନ୍ନସ୍ତରରେ ନିର୍ମାଣରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକର କାମ ଶେଷ ହୋଇ ପାରିନାହିଁ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୮ା୧୨ା୨୦୨୨ ସୁଦ୍ଧା ସମସ୍ତ ମେଗା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହାସହ ଉନ୍ନତମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଠିକାସଂସ୍ଥାଗୁଡ଼ିକ ମନମୁଖି ଭାବେ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବ୍ୟତୀତ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ୧୮,୪୯୮ କୋଟି ଟଙ୍କାର ୧୨୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। କିନ୍ତୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇ ପାରି ନ ଥିବାରୁ ପରବର୍ତ୍ତୀ ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡ଼ିକର କାମ ଆରମ୍ଭ ହେବାରେ ବାଧକ ହୋଇଛି। ଏଥିଯୋଗୁ ପାଇପ୍‌ ଜଳ ପାଇବାର ସ୍ବପ୍ନ ଦେଖୁଥିବା ଗ୍ରାମବାସୀ ନିରାଶ ହୋଇଛନ୍ତି। କେତେକ ଗ୍ରାମାଞ୍ଚଳରେ ନଳକୂପରୁ ଆବଶ୍ୟକ ପାଣି ବାହାରୁ ନଥିବାରୁ ସେମାନେ ଖୋଲା କୂପ ଏବଂ ବାଲି ଚୁଆ ଉପରେ ଭରସା କରୁଥିବା ଦେଖିବାକୁ ମିଳିଛି। ଠିକାସଂସ୍ଥାଗୁଡ଼ିକ ହାତରେ ସମୁଦାୟ ୩୫ ହଜାର କୋଟି ଟଙ୍କାର ୨୧୫ଟି ପ୍ରକଳ୍ପ ଟେକି ଦେଇ ରାଜ୍ୟବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ ବୋଲି ସରକାରଙ୍କ ଆଶା ଏଠାରେ ମଉଳି ଯାଇଛି। ବିପୁଳ ଟଙ୍କା ଖର୍ଚ୍ଚରେ ପ୍ରକଳ୍ପ ସଂଖ୍ୟା ବଢୁଥିବାବେଳେ ଲୋକଙ୍କୁ ପାଣି ଟିକିଏ ମିଳୁନାହିଁ। ଶିଳ୍ପସଂସ୍ଥା ପାଇଁ ସରକାର ଯେଭଳି ଯୁଦ୍ଧକାଳୀନ ଭିତ୍ତିରେ ପାଣି ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି ଗ୍ରାମାଞ୍ଚଳରେ ପାନୀୟ ଜଳ ପାଇଁ ସେତେଟା ତପତ୍ରତା ଦେଖାଉ ନ ଥିବା ଅଭିଯୋଗ ହୋଇଆସୁଛି। ଏ ସଂକ୍ରାନ୍ତରେ ଯାଜପୁର ଚଣ୍ଡିଖୋଲ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କୁ ପଚାରିବାରେ ସେ କହିଛନ୍ତି, ମେଗା ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ସାରିବାକୁ ଠିକାସଂସ୍ଥା କର୍ତ୍ତୃପକ୍ଷମାନଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri