ଝାମୁଯାତ୍ରା ଗହଳିରେ ଲୁଟେରା ମାତିଛନ୍ତି

ମହାକାଳପଡ଼ା,୧୭ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ସ୍ଥିତ ମା’ ଦରିଆପାରି ରାମଚଣ୍ଡୀ ମନ୍ଦିର ବିଜେସ୍ଥଳରେ ଝାମୁଯାତ୍ରାର ଗହଳି ପରିଲକ୍ଷିତ ହୋଇଥିଲା। ମା’ଙ୍କ ପୀଠ ପରିସରରେ ବିଭିନ୍ନ ଦୋକାନ ବଜାର ପସରା ମେଲାଇଥିବା ବେଳେ ଭିଡ଼ ମଧ୍ୟରେ ସୁଯୋଗ ଉଣ୍ଡି ଲୁଟେରାମାନେ ମହିଳାଙ୍କ ବେକରୁ ସୁନାଚେନ ଓ ମନିପର୍ସକୁ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି। ସେହିପରି ବାଇକ୍‌, ସାଇକେଲ ଆଦି ଚୋରି ହେଉଥିବା ସ୍ଥାନୀୟ ବାସିନ୍ଦା ପରିକ୍ଷିତ ଦୋହରା କହିଛନ୍ତି। ଝାମୁଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରୁ ଅସ୍ଥାୟୀ ଦୋକାନୀମାନେ ପସରା ମେଲାଇ ଥିବାବେଳେ ସେମାନେ ପରିଚୟପତ୍ର କିଛି ଦେଇ ନ ଥିବା ଅଭିଯୋଗ ହେଉଛି। ବିଶେଷ କରି ଲେଡିସ୍‌ କର୍ନର ଦୋକାନଗୁଡିକରେ ମହିଳାମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। କେଉଁ ମହିଳା କେତେ ପରିମାଣର ଅଳଙ୍କାର ପରିଧାନ କରୁଛନ୍ତି ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖୁଛନ୍ତି ଲୁଟେରାମାନେ। ବିଦ୍ୟୁତ୍‌ କାଟ୍‌ ସମୟରେ ହେଉ ଅବା ଭିଡ଼ ମଧ୍ୟରେ ସୁଯୋଗ ଉଣ୍ଡି ଲୁଟେରା ମାତୁଛନ୍ତି। ଜଣେ ମହିଳା ନିଜ ନାମ ଗୋପନ ରଖି କହିଛନ୍ତି, ଶନିବାର ରାତିରେ କେତେଜଣ ଲୁଟେରା ଚେନ ଝାମ୍ପିବା ପାଇଁ ଉଦ୍ୟମ କରୁଥିବା ବେଳେ କାନ୍ଧରେ ଧରିଥିବା ଶିଶୁଟି ନାକରେ ଲୁଟେରାଙ୍କ ହାତ ବାଜିବାରୁ ସେ କାନ୍ଦି ଥିଲା। ପଛକୁ ଫେରି ଚାହିଁବାରୁ ଭିଡ଼ ମଧ୍ୟରେ ୨ ଜଣ ଯୁବକ ଚମ୍ପଟ ମାରିଥିଲେ। ଅପରପକ୍ଷରେ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସୂଚନା କେନ୍ଦ୍ର ନାହିଁ। ଫଳରେ ଅନେକ ଯାତ୍ରୀ ଅସୁବିଧାରେ ପଡୁଥିଲେ ମଧ୍ୟ କାହାକୁ କିଛି ନ ଜଣାଇ ଘରକୁ ଫେରୁଛନ୍ତି। ସେହିପରି ମନ୍ଦିର ପରିଚାଳନା ଟ୍ରଷ୍ଟ ରାଜ୍ୟ ବାହାରୁ ଆସିଥିବା ଅସ୍ଥାୟୀ ବହୁଭାଷୀ ଦୋକାନୀମାନଙ୍କଠାରୁ କୌଣସି ପରିଚୟ ପତ୍ର ରଖିନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ତେବେ ପୋଲିସ ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ସୁରକ୍ଷାକୁ ଲୁଟେରାମାନେ ଚକମା ଦେଖାଉଛନ୍ତି। ଅଧିକ ମହିଳା ପୋଲିସଙ୍କୁ ମହିଳାମାନଙ୍କ ଭିଡ଼ ମଧ୍ୟରେ ନିୟୋଜିତ କରିବା ପାଇଁ ଦାବି ହେଉଛି। ଏ ସମ୍ପର୍କରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ପରେଶ କୁମାର ମହାନ୍ତିଙ୍କୁ ପଚାରିବାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri