ଅଘୋଷିତ ବିଦ୍ୟୁତ୍‌ କାଟ୍‌ରେ ସହରବାସୀ ଅତିଷ୍ଠ

ଯାଜପୁରରୋଡ୍‌,୧୭ା୪(ଡି.ଏନ.ଏ.): ବ୍ୟାସନଗର ସହରରେ ଅଘୋଷିତ ବିଦ୍ୟୁତ୍‌ କାଟ ଚରମସୀମାରେ ପହଞ୍ଚତ୍ଛି। ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆଶାତୀତ ବୃଦ୍ଧି ପାଇଥିବାବେଳେ ସହରର ଉତ୍ତାପ ୪୦ ଡିଗ୍ରୀ ଟପିଲାଣି। ଦିନରେ ଅଗ୍ନି ବର୍ଷା ହେଉଛି। ଦିନ ୧୦ଟା ପରେ ଘରୁ ବାହାରିବା ସମ୍ଭବପର ହେଉନାହିଁ। ଏହି ସମୟରେ ଟାଟା ପାୱାରର ଅଘୋଷିତ ବିଦ୍ୟୁତ୍‌ କାଟ ହେଉଥିବାରୁ ସହରବାସୀ ଏଥିରେ ଅତିଷ୍ଠ ହୋଇପଡ଼ିଲେଣି। ଦିନ ଏବଂ ରାତିରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କାଟ ଯୋଗୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି।
ଟାଟା ପାୱାର ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବାଠାରୁ ଉପଭୋକ୍ତାଙ୍କୁ ଉଚିତ ସେବା ଯୋଗାଇବା ପରିବର୍ତ୍ତେ କର୍ମଚାରୀଙ୍କ ଦ୍ୱାରା ଜୋର ଜବରଦସ୍ତ ବିଦ୍ୟୁତ୍‌ ଦେୟ ଆଦାୟରେ ବ୍ୟସ୍ତ ରହୁଛି। ଏହାକୁ ନେଇ ଦୈନିକ ବିଦ୍ୟୁତ୍‌ ଉପଭୋକ୍ତା ଏବଂ ଟାଟା୍‌ ପାୱାର କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି। ଏଥିରୁ ଅନେକ ଘଟଣା ଥାନାକୁ ଯାଉଥିବା ଦେଖିବାକୁ ମିଳୁଛି। ସାମାନ୍ୟ ପବନ ବର୍ଷା ହେଲେ ବିଦ୍ୟୁତ୍‌ କାଟି ଦିଆଯାଉଛି। ପୁରୁଣା ଖୁଣ୍ଟ ଏବଂ ତାର ନ ବଦଳାଇ ସେଥିରେ ସେବା ପ୍ରଦାନ କରାଯାଉଛି। ଫଳରେ ସାମାନ୍ୟ ପବନ ହେଲେ ତାର ଛିଣ୍ଡି ଯାଉଛି। ମରାମତି ପାଇଁ ଦିନ ଦିନ ସମୟ ଲାଗୁଛି। ବିଦ୍ୟୁତ୍‌ କାଟ୍‌ ସମୟରେ ବିଭାଗର କର୍ମଚାରୀ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଫୋନ କଲେ ମଧ୍ୟ ଫୋନ ଉଠାଉନାହାନ୍ତି। ଯଦି ବି ଉଠାଉଛନ୍ତି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଘନଘନ ବିଦ୍ୟୁତ୍‌ କାଟ ହେବା ଦ୍ୱାରା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରେ ଥିବା ବୟସ୍କ ଏବଂ ଶିଶୁମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ଏହି ଭଳି ସମସ୍ୟା ଲାଗିରହିଲେ ଆଗାମୀ ଦିନରେ ଟାଟା ପାୱାର ବିରୋଧରେ ଜନ ଆନ୍ଦୋଳନ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏଥିପ୍ରତି ଟାଟା ପାୱାର କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ସଜାଗ ହେବା ଆବଶ୍ୟକ ବୋଲି ସାଧାରଣରେ ମାତପ୍ରକାଶ ପାଇଛି।

ପୂର୍ବରୁ ଭଲ ଥିଲା, ଟାଟା ପାୱାର ନେବା ପରେ ଘାଟା ହେଲା। ଟାଟା ପାୱାର ସେବା ଦେବାରେ ବିଫଳ ହୋଇଛି। କମ୍ପାନୀ କେବଳ ବିଲ ଆଦାୟରେ ବ୍ୟସ୍ତ ରହିଛି। ଘନଘନ ବିଦ୍ୟୁତ୍‌ କାଟ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଛି। ଏଥିପାଇଁ ଆଗାମୀ ଦିନରେ ଜନଆନ୍ଦୋଳନ ହେବାକୁ ଯାଉଛି।
-ଚନ୍ଦ୍ରଶେଖର ପଣ୍ଡା, ବରିଷ୍ଠ ଆଇନଜୀବୀ
ମାସକୁ ୨ରୁ ଅଢ଼େଇ ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ ପ୍ରଦାନ କରୁଛୁ। ଏହାପରେ ବି ଘନଘନ ବିଦ୍ୟୁତ୍‌ କାଟ ହେବା ଦ୍ୱାରା ଜେନେରେଟରର ବ୍ୟବହାର କରିବାକୁ ପଡୁଛି। ଏଥିରେ ମାସକୁ ଅଧିକ ୧ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଆର୍ଥିକ କ୍ଷତି ସହିବାକୁ ପଡୁଛି। ଯାହା ବ୍ୟବସାୟ ନିମନ୍ତେ ଅତ୍ୟଧିକ ଚାପ ସୃଷ୍ଟି କରୁଛି। ଏଭଳି ପରିସ୍ଥିତି ରହିଲେ ଆଗକୁ ସୋଲାର ସିଷ୍ଟମ କରିବାକୁ ମନସ୍ତ କରୁଛୁ, ଯାହାକି ଖର୍ଚ୍ଚକାଟରେ ସହାୟକ ହେବ।
-ରବିନାରାୟଣ ପୁହାଣ, ବ୍ୟବସାୟୀ
ଟାଟା ପାୱାର ବିଦ୍ୟୁତ୍‌ ନିୟାମକ ଆୟୋଗ ନିକଟରେ ସହମତି ପ୍ରକାଶ କରିଛି ଯେ, ଏପ୍ରିଲଠାରୁ ଜୁନ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହେବନାହିଁ। ହେଲେ ଏହାକୁ ଏଡ଼ାଇ ଘନଘନ ଅଘୋଷିତ ବିଦ୍ୟୁତ୍‌ କାଟ କରିବା ସାଧାରଣ ଲୋକଙ୍କୁ ଅତିଷ୍ଠ କରିଛି। ରାଜ୍ୟ ସରକାର ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ଏହାର ତଦନ୍ତ କଲେ ଟାଟା ପାୱାରର ଅସଲ ରୂପ ପଦାରେ ପଡ଼ନ୍ତା।
-ବିଦ୍ୟାଧର ମହାନ୍ତି, ବିଶିଷ୍ଟ ଶ୍ରମିକ ନେତା
ନିୟମିତ ବିଦ୍ୟୁତ୍‌ ଯୋଗାଣ ପାଇଁ ବିଭାଗ ପକ୍ଷରୁ ଅହରହ ଉଦ୍ୟମ କରାଯାଉଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ କରାଯାଉଛି। ଖୁବ୍‌ଶୀଘ୍ର ମରାମତି ଶେଷ କରାଯାଇ ବିଦ୍ୟୁତ୍‌ ସେବା ସ୍ବାଭାବିକ କରାଯିବ। -ପ୍ରମୋଦ କୁମାର ନାୟକ,
ଟାଟା ପାଓ୍ବାର ଯାଜପୁର ରୋଡ୍‌ ଡିଭିଜନର ନିର୍ବାହୀଯନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri