Posted inଫୁରସତ

ତାରା ଟିମ୍‌ଟିମ୍‌ ହୁଏ କାହିଁକି?

ରାତିର କାଳିମା ଭିତରେ ଟିମ୍‌ ଟିମ୍‌ କରୁଥିବା ତାରାର ଦୃଶ୍ୟ କାହାକୁ ବା ଭଲ ନ ଲାଗେ?
ହେଲେ କେବେ ଭାବିଛନ୍ତି ଏଇ ତାରାସବୁଟିମ୍‌ ଟିମ୍‌ ହେବାପରି କାହିଁକିଦେଖା ଯାଆନ୍ତି?

ତାରା ସବୁବେଳେ ମଣିଷକୁ ଆକର୍ଷିତ କରି ଆସିଛି। ପିଲାଠୁ ବୁଢା ପର୍ଯ୍ୟନ୍ତ ଏହା ସମସ୍ତଙ୍କ ପାଇଁ କୌତୁହଳର ବିଷୟ। ରାତିର କାଳିମା ଭିତରେ ଟିମ୍‌ ଟିମ୍‌ କରୁଥିବା ତାରାର ଦୃଶ୍ୟ କାହାକୁ ବା ଭଲ ନ ଲାଗେ? ହେଲେ କେବେ ଭାବିଛନ୍ତି ଏଇ ତାରାସବୁ ଟିମ୍‌ ଟିମ୍‌ ହେବାପରି କାହିଁକି ଦେଖା ଯାଆନ୍ତି?
ତାରା ଟିମ୍‌ ଟିମ୍‌ ହେବା ପଛର କାରଣ ହେଉଛି ଆମର ବାୟୁମଣ୍ଡଳ, ଯାହାକି ନାଇଟ୍ରୋଜେନ, ଅକ୍ସିଜେନ୍‌ ପରି ଅନେକ ଗ୍ୟାସ୍‌ ମିଶ୍ରଣରେ ତିଆରି। ଏହି ବାୟୁମଣ୍ଡଳ ଆମକୁ ସୁରକ୍ଷା ଦେଉଥିବା କମ୍ବଳ ପରି କାମ କରେ, ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣରେ ବି ରଖେ। ଯେମିତିକି ଅଧିକ ଗରମ କି ଅଧିକ ଶୀତ ଅନୁଭୂତ ନ ହୁଏ। ତା’ସହ ଅନ୍ତରୀକ୍ଷରୁ ଆସୁଥିବା ହାନିକାରକ ବିକିରଣରୁ ଆମକୁ ରକ୍ଷା କରେ, ଅନ୍ତରୀକ୍ଷରୁ ଆସୁଥିବା ଆବର୍ଜନାକୁ ବି ଜଳାଇ ପାଉଁସ କରିଦିଏ। ତେବେ ଏହି ବାୟୁମଣ୍ଡଳ ଆମକୁ ଅନ୍ତରୀକ୍ଷର ଜିନିଷକୁ ସ୍ପଷ୍ଟ ଦେଖିବାରେ ବାଧା ଉପୁଜାଇବାର ବି କାମ କରିଥାଏ। ଏହା ଅନ୍ତରୀକ୍ଷରୁ ଆସୁଥିବା ପ୍ରକାଶକୁ ବିକୃତ କରିଥାଏ ଫଳରେ ଅନ୍ତରୀକ୍ଷର ଅନେକ ଜିନିଷ ଆମେ ସ୍ପଷ୍ଟ ଦେଖିପାରି ନ ଥାଉ। ସେଥିପାଇଁ ଆମକୁ ଟେଲିସ୍କୋପ ଆବଶ୍ୟକ ହୁଏ। ରାତିରେ ଏହି ବାୟୁମଣ୍ଡଳ ଲାଗି ହିଁ ଅନେକ ଖଗୋଳିୟ ପିଣ୍ଡ କେବେ ଦେଖାଯାଏ ତ କେବେ ସ୍ପଷ୍ଟ ଦେଖାଯାଏନି। ବାୟୁମଣ୍ଡଳରେ ଗ୍ୟାସ୍‌ର ବିଭିନ୍ନ ପରସ୍ତ ଥାଏ। ଏହି ପରସ୍ତର ତାପମାତ୍ରା ଓ ବାୟୁର ଘନତ୍ୱ ଭିନ୍ନ ଭିନ୍ନ ହୋଇଥାଏ। ଯେବେ ତାରାଙ୍କ କିରଣ ବାୟୁମଣ୍ଡଳରେ ପ୍ରବେଶ କରେ ଏହି ଗରମ ଓ ଥଣ୍ଡା ବାୟୁର ପରସ୍ତ ଦେଇ ଯିବାକୁ ହୁଏ। ଆଉ ଏହି ପରସ୍ତ ସବୁ ଏକ ବଡ଼ ମୋଟା ଲେନ୍ସର କାମ କରିଥାଏ। ଯାହାଦ୍ୱାରା ପ୍ରକାଶର ପରାବର୍ତନର ପ୍ରକ୍ରିୟା ହୋଇଥାଏ ଓ ଆଲୋକର ଦିଗ ବିକୃତ ହୋଇଯାଏ। ତେବେ ଏହି ପରସ୍ତସବୁ ସ୍ଥିର ଲେନ୍ସ ନୁହେଁ ବରଂ ଗତିମାନ ଲେନ୍ସ ପରି କାମ କରିଥାଏ। ଯାହାଦ୍ୱାରା ତାରାମାନଙ୍କର କିରଣ ଟିମ୍‌ ଟିମ୍‌ ହେଲାପରି ଦେଖାଯାଏ। ଏହାବାଦ ତାରାଙ୍କ କିରଣ ବହୁ ଦୂରରୁ ଆସିଥାଏ ଫଳରେ ସେଠାରୁ ଆଲୋକ ଏକ ବିନ୍ଦୁରୁ ଆସିବା ପରି ଦେଖାଯାଏ। ଯାହାଦ୍ୱାରା ତାରାର ଟିମ୍‌ ଟିମ୍‌ ଅଧିକ ପ୍ରଭାବି ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri