ଶ୍ରମିକଙ୍କୁ କାମ ଦେବାରେ ଛତ୍ରପୁର ବ୍ଲକ୍‌ ଫେଲ୍‌

ଛତ୍ରପୁର,୧୫ା୪(ଡି.ଏନ୍‌.ଏ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ସଫଳ ରୂପାୟନରେ ଗଞ୍ଜାମ ଜିଲା ଜାତୀୟସ୍ତରରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଛତ୍ରପୁର ବ୍ଲକ ପୂରା ପଛରେ ରହିଛି। ଛତ୍ରପୁର ବ୍ଲକ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ଓ ଶହେ ଦିନ କାମ ଯୋଗାଇବାରେ ଜିଲାର ୨୨ ନମ୍ବର ସ୍ଥାନରେ ରହିଛି । ଗଞ୍ଜାମ ଜିଲା ୨୦୨୨-୨୩ ଆର୍ଥିକ ବର୍ଷରେ ୯୯ ହଜାର ୪୮୮ ଜଣ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦେଇପାରିଛି। ଜିଲାରେ ପାତ୍ରପୁର ବ୍ଲକ ୭୪୧୩ ପରିବାରକୁ ଶହେ ଦିନର କାମ ଯୋଗାଇ ୧ନଂ ରହିଥିବା ବେଳେ ଚିକିଟି ବ୍ଲକ ୭୦୦୩ ପରିବାରକୁ କାମ ଯୋଗାଇ ୨ୟ ସ୍ଥାନ,ହିଞ୍ଜିଳି ୬୯୭୦ ପରିବାରକୁ କାମ ଯୋଗାଇ ୩ୟ ସ୍ଥାନ ରହିଥିବା ବେଳେ ଛତ୍ରପୁର ବ୍ଲକ ୨୧୬୬ ପରିବାରକୁ ଶହେ ଦିନର କାମ ଯୋଗାଇ ୨୨ ନଂ ସ୍ଥାନ ତଥା ଶେଷରେ ରହିଛି । ସେହିପରି ଗଞ୍ଜାମ ଜିଲା ୨୦୨୨-୨୩ ଆର୍ଥିକ ବର୍ଷରେ ୨ କୋଟି ୭୪ଲକ୍ଷ ୧୭ ହଜାର ୯୫୯ ଶ୍ରମଦିବସ ସୃଷ୍ଟି କରିଥିବା ବେଳେ ବୁଗୁଡା ବ୍ଲକ ଲକ୍ଷ୍ୟଧାର୍ଯ୍ୟର ୯୨ ପ୍ରତିଶତ ହାରରେ ୧୨ଲକ୍ଷ ୭୨ହଜାର ୮୪୫ ଶ୍ରମ ଦିବସ ସୃଷ୍ଟି କରି ଜିଲାରେ ପ୍ରଥମ ସ୍ଥାନରେ ରହିଛି । ସାନଖେମୁଣ୍ଡି ବ୍ଲକ ଲକ୍ଷ୍ୟଧାର୍ଯ୍ୟ ଠାରୁ ୯୦ ପ୍ରତିଶତ ହାରରେ ୧୭ଲକ୍ଷ ୪୫ ହଜାର ୧୭୧ ଶ୍ରମ ଦିବସ ସୃଷ୍ଟି କରି ୨ୟ ସ୍ଥାନ, ହିଞ୍ଜିଳି ୮୫ ପ୍ରତିଶତ ହାରରେ ୧୧ଲକ୍ଷ ୬୬ ହାଜର ୨୯୪ ଶ୍ରମ ଦିବସ ସୃଷ୍ଟି କରି ୩ୟ ସ୍ଥାନ ରହିଥିବା ବେଳେ ଛତ୍ରପୁର ବ୍ଲକ ଲକ୍ଷ୍ୟଧାର୍ଯ୍ୟ ଠାରୁ ୬୩ ପ୍ରତିଶତ ହାରରେ ୮ଲକ୍ଷ ୧୯ ହଜାର ୯୪୦ ଶ୍ରମ ଦିବସ ସୃଷ୍ଟି କରି ଶେଷରେ ରହିଛି। ଜିଲା ସଦର ମହକୁମା ହୋଇ ବି ଏହି ଯୋଜନାର ସଫଳ କାର୍ଯ୍ୟକାରିତା ଏଠାରେ ଫେଲ ମାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri