କୋଇଲାର କଳା ଧୂଆଁ ଯୋଗୁ ପ୍ରଦୂଷଣ

କୋରେଇ,୧୫।୪(ଡି.ଏନ.ଏ.):କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା କୋରେଇ ବ୍ଲକ ଅଧୀନସ୍ଥ ପଥରପଦା ପଞ୍ଚାୟତର ଖସାଗଡ଼ିଆ ମୌଜାରେ ଥିବା ଜୟ ଜଗନ୍ନାଥ କୋକ ଇଣ୍ଡଷ୍ଟ୍ରି କଳାଧୂଆଁ ସାଜି ଲୋକଙ୍କ ପାଇଁ ଖଳନାୟକ ସାଜିଛି। ଏହି କୋକ ଇଣ୍ଡଷ୍ଟ୍ରି ଦୀର୍ଘ ବର୍ଷ ହେବ ବିନା କାଗଜପତ୍ରରେ ଚାଲିଛି। ଏନେଇ ପ୍ରଭାବିତ ଲୋକେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଏବଂ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ସୋମବାର ଅଞ୍ଚଳବାସୀ କୋରେଇ ଜନଶୁଣାଣୀରେ ମଧ୍ୟ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଅଭିଯୋଗ ଅନୁଯାୟୀ କେତେକ ପ୍ରଭାବଶାଳୀ ନେତାଙ୍କୁ ହାତ କରି ଇଣ୍ଡଷ୍ଟ୍ରି ମାଲିକ ପଥରପଦା ପଞ୍ଚାୟତ ଖସାଗଡ଼ିଆ ମୌଜାର ଖାତା ନଂ.୯୪ ଏବଂ ପ୍ଲଟ ନଂ ୭୬, ୩୧୧, ୩୧୨, ୩୧୯, ୨୨/୫୭୫ ପାଖାପାଖି ୩୦ ଏକର ଜମିରେ କୋଇଲା ଡମ୍ପ କରି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ହଜାରରୁ ଊର୍ଦ୍ଧ୍ୱ ଟ୍ରିପ କୋଇଲା ଜମା କରିବା ଫଳରେ ନିକଟସ୍ଥ ଗ୍ରାମ ଗୁଡ଼ିକରେ ବାସ କରୁଥିବା ପରିବାର ଅନେକ ଅସୁବିଧାରେ ପଡୁଛନ୍ତି। ସାମାନ୍ୟ ପବନ ବୋହିଲେ କୋଇଲା ଗୁଣ୍ଡ ଉଡି ପିଇବା ପାଣିରେ ପଡୁଛି । ଏହି ପାଣି ପିଇ ପରିବାରର ସଦସ୍ୟ ଏବଂ ପିଲାଛୁଆମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ସହ ସାମାନ୍ୟ କାଶ ହେଲେ ପାଟିରୁ କଳା ରଙ୍ଗର କଫ ବାହାରୁଥିବା ପଥରପଦା ଗ୍ରାମର ପ୍ରଦୀପ ପରିଡ଼ା ଓ ମମତା ମହାପାତ୍ର କହିଛନ୍ତି । ଝରକା କବାଟ ଖୋଲାଥିଲେ ଏହି କୋଇଲା ଗୁଣ୍ଡ ଘର ଭିତରକୁ ପଶି ଯାଉଛି । ନିକଟସ୍ଥ ଘରଗୁଡ଼ିକର ଝରକା କବାଟ କାନ୍ଥ ଆଦି ହାତ ମାରିଲେ କଳା ରଙ୍ଗର ପାଉଁଶ ଛାଡୁଥିବା ଦେଖିବାକୁ ମିଳିଛି। ଦୟନୀୟ ଅବସ୍ଥାରେ ସ୍ଥାନୀୟ ପରିବାରଗୁଡ଼ିକ କାଳାତିପାତ କରୁଥିବା ଗ୍ରାମର ରଘୁନାଥ ଦାସ ପ୍ରକାଶ କରିଛନ୍ତି। ଏଥିସହିତ ଆଖପାଖ ଚାଷ ଜମିରେ ଏହି କୋଇଲା ଗୁଣ୍ଡ ପଡୁଥିବାରୁ ଚାଷୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା ଚାଷୀ କରୁଣାକର ମାଝି ଅଭିଯୋଗ କରିଛନ୍ତି । ପାଣିକୋଇଲି ଅମୃତିଆ ଗ୍ରାମ ଉନ୍ନୟନ ରାସ୍ତାକୁ ଲାଗି ଏହି ବେଆଇନ କୋଇଲା ଡ଼ିପୋ ଚାଲିଥିବାରୁ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ହଜାର ହଜାର ପଥଚାରୀ ମଧ୍ୟ ବହୁ ସମସ୍ୟାରେ ପଡୁଛନ୍ତି । ସେହିପରି ଆରଡ଼ି ରାସ୍ତାରେ କୋଇଲା ପରିବହନ କରୁଥିବା ଗାଡ଼ିଗୁଡ଼ିକ ୨୦ ରୁ ୨୫ ଟନ ଓଭର ଲୋଡିଂ ନେଇ ରାସ୍ତାରେ ଯାତାୟାତ କରୁଛନ୍ତି । ଯାହା ଫଳରେ ରାସ୍ତାଟି ଯେତେ ମରାମତି ହେଲେ ମଧ୍ୟ ଖୁବକମ ଦିନ ମଧ୍ୟରେ ବ୍ୟପର୍ଯ୍ୟସ୍ତ ହୋଇପଡୁଛି। ସବୁଠାରୁ ବଡ଼କଥା ହେଉଛି ଏହି ଇଣ୍ଡଷ୍ଟ୍ରି ଅତି ନିକଟରେ ନବୋଦୟ ସ୍କୁଲ ରହିଛି । ସେଠାରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଛନ୍ତି। ତାଳଚେର ପଟୁ ଆସୁଥିବା କୋଇଲା ଗାଡ଼ିଗୁଡ଼ିକ ସହିତ ବୁଝାମଣା କରି ବିନା କାଗଜପତ୍ର ଏବଂ କମ ଦରରେ ଶତାଧିକ ଟ୍ରିପ କୋଇଲା କିଣି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି। ଏନେଇ ଖଣି ବିଭାଗ ମଧ୍ୟ ଜାଣି ନୀରବ ରହିଥିବା ଲୋକଙ୍କୁ ବିସ୍ମିତ କରିଛି। ନିରୁପାୟ ହୋଇ ଅଭିଯୋଗକାରୀ ପରିବାରଗୁଡିକ ଗତ ୧୦ ତାରିଖ ସୋମବାର କୋରେଇ ବ୍ଲକ ଅଧୀନରେ ଚାଲୁଥିବା ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜଣାଶୁଣାଣୀରେ ଉପସ୍ଥିତ ରହି ଏନେଇ ଅଭିଯୋଗ କରିଛନ୍ତି। ଏନେଇ କଳିଙ୍ଗନଗର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ସେମିତି କିଛି ଅଭିଯୋଗ ଆସିନାହିଁ। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri