Odisha Elections 2024

ଗୋଟିଏ କୋଠରିରେ ୫ ଶ୍ରେଣୀର ଛାତ୍ରୀଛାତ୍ର

ପଟ୍ଟାମୁଣ୍ଡାଇ,୧୩ା୪ (ସ୍ବ.ପ୍ର.): ସ୍କୁଲ୍‌ ରୂପାନ୍ତରୀକରଣ କରାଯାଉଛି, ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ା ମାତ୍ର, ଯେଉଁ ଉଦ୍ଦେଶ୍ୟ ରଖି ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ତାହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀଛାତ୍ରଙ୍କ ଦୃଷ୍ଟିରେ ଦେଖିଲେ ପ୍ରାଥମିକ ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ। ଗୋଟିଏ କୋଠରୀରେ ବସୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର ା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ଗ୍ରାମରେ ଥିବା ଖଡିଅଣ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ଏପରି ସମସ୍ୟା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି ା
ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ ଜଣ ଛାତ୍ରୀଛାତ୍ର ଅଛନ୍ତି ା ଏଥିପାଇଁ ୨ ଜଣ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି ା ହେଲେ ପିଲାମାନେ ବସି ପାଠପଢ଼ିବା ପାଇଁ ଶ୍ରେଣୀଗୃହ ନାହିଁ। ପୂର୍ବରୁ ଶିକ୍ଷାନୁଷ୍ଠାନର ପାଖରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢା ହେଉଥିଲା। ବର୍ତ୍ତମାନ ସେ ବାତ୍ୟା ଆଶ୍ରୟସ୍ଥଳୀ କୋଠାଟି ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଗୋଟିଏ ଶ୍ରେଣୀ ଗୃହରେ ବିଭିନ୍ନ ଶ୍ରେଣୀର ୪୭ ପିଲାଙ୍କୁ ୨ ଜଣ ଶିକ୍ଷୟିତ୍ରୀ କେମିତି ପାଠ ପଢ଼ାଉଥିବେ ତାହା ସହଜରେ ଅନୁମାନ କରି ହେଉଛି। କେବଳ ଏତିକିରେ ସ୍କୁଲ ସମସ୍ୟା ସରିନାହିଁ। ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ବସି ଖାଇବାକୁ ମଧ୍ୟ ଜାଗା ନାହିଁ। ଖୋଲା ଆକାଶ ତଳେ ବସି ସେମାନେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ସ୍କୁଲ କମିଟି ସମ୍ପାଦକ ପ୍ରଶାନ୍ତ ଦାସ କୁହନ୍ତି, ସ୍କୁଲର ଶ୍ରେଣୀ ଗୃହ ନ ଥିବାରୁ ଠିକ୍‌ ଭାବେ ପାଠ ପଢ଼ା ହୋଇପାରୁ ନାହିଁ। ଜଣେ ଶିକ୍ଷକ ଗୋଟାଏ ଶ୍ରେଣୀ ପାଠ ପଢ଼ାଇ ସାରିବା ପରେ ଆଉ ଗୋଟାଏ ଶ୍ରେଣୀ ପାଠ ପଢ଼ାଉଛନ୍ତି ା ବର୍ଷେ ତଳୁ ଏ ନେଇ ଅଭିଯୋଗପତ୍ର ମାଧ୍ୟମରେ ବିଇଓ ଓ ଡିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପାଠପଢ଼ାରେ ହେଉଥିବା ଅସୁବିଧା ଦୂର କରିବାକୁ ଦାବି କରାଯାଇଛି। ହେଲେ ଏଯାଏ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଖଡିଅଣ୍ଟା ଗ୍ରାମର ବୁଦ୍ଧିଜିବୀ ପ୍ରଭାକର ସେଠୀ, ସୁଶାନ୍ତ ସାମଲ, ଅଶୋକ ମହାନ୍ତି ପ୍ରମୁଖ କହିଛନ୍ତି ସ୍କୁଲ ଘର ନାହଁି ା ସରକାର ନୂଆ ଘର ତିଆରି କରୁ ନାହାନ୍ତି। ଗୋଟିଏ ଶ୍ରେଣୀ ଗୃହରେ ବସି ଛାତ୍ରୀଛାତ୍ର ପାଠ ପଢ଼ୁଥିବାରୁ ଭଲ ଭାବେ ଶିକ୍ଷାଦାନ ହୋଇ ପାରୁନାହିଁ। ଶିକ୍ଷାନୁଷ୍ଠାନରେ ପାଖରେ ଥିବା ବାତ୍ୟ ଆଶ୍ରୟସ୍ଥଳୀ କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି। ତେଣୁ ସେଠାରେ ପାଠପଢ଼ା ହେଉନାହିଁ ା ଫଳରେ ଗୋଟିଏ କୋଠରିରେ ୫ ଶ୍ରେଣୀର ପିଲାମାନଙ୍କୁ ବସାଯାଇ ଶିକ୍ଷାଦାନ କରାଯାଉଛି। କେବଳ ଶ୍ରେଣୀଗୃହ ନୁହେଁ, ବିଦ୍ୟାଳୟ ଚାରିପାଖେ ପାଚେରି ନିର୍ମାଣ ହେଉନାହିଁ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ। ତେଣୁ ତୁରନ୍ତ ଜିଲା ଶିକ୍ଷା ଅଧିକାରୀ ଏହି ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିରେ ସୁଧାର ଆଣନ୍ତୁ ବୋଲି ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri