ବଜ୍ରପାତରେ ୫ ବର୍ଷରେ ୫୬ ମୃତ

ନବରଙ୍ଗପୁର,୧୧।୪(ବି.ପ୍ର.)ନବରଙ୍ଗପୁର ଜିଲାରେ ୨୦୧୯ରୁ ୨୦୨୩ ମଧ୍ୟରେ ବଜ୍ରପାତରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି ବୋଲି ଜିଲାପାଳ କମଳ ଲୋଚନ ମିଶ୍ର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବଜ୍ରପାତରୁ ରକ୍ଷା ପାଇବାକୁ ହେଲେ ସଚେତନତା ଆବଶ୍ୟକ ବୋଲି ସେ କହିଛନ୍ତି।
ନବରଙ୍ଗପୁର ଜିଲାରେ ୨୦୧୯ରେ ୬ ହଜାର ୪୪୮, ୨୦୨୦ରେ ୧୬ ହଜାର ୯୫୭, ୨୦୨୧ରେ ୧୨ ହଜାର ୭୫୨ ଓ ୨୦୨୨ରେ ୧୦ ହଜାର ୨୧୫ଥର ବିଜୁଳି ଓ ଘଡ଼ଘଡ଼ି ହୋଇଥିବା ବୈଜ୍ଞାନିକ ସର୍ବେକ୍ଷଣରୁ ଜଣାପଡ଼ିଛି। ଓଡ଼ିଶାରେ ପ୍ରାୟ ୭ ଲକ୍ଷ ଥର ବିଜୁଳି ଘଡ଼ଘଡ଼ି ହୋଇଥିବା ଆକଳନ କରାଯାଇଛି। ତେବେ ଜନସାଧାରଣଙ୍କ ଅବଗତି ଓ ସଚେତନତା ପାଇଁ ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବୋର୍ଡ ଲଗାଯିବ ବୋଲି ଜିଲାପାଳ କହିଛନ୍ତି। ବିଜୁଳି ଓ ଘଡ଼ଘଡ଼ି ସମୟରେ ଘର ଭିତରେ ଥିବା ବ୍ୟକ୍ତି ବିଶେଷ ଓଦା ସ୍ଥାନରେ ଠିଆ ହେବେନାହିଁ କି କାନ୍ଥକୁ ଲାଗି ବସିବେ ନାହିଁ। ଇଲେକ୍ଟ୍ରି ବୋର୍ଡ ନିକଟରୁ ଦୂରେଇ ରହିବେ ଓ ମୋବାଇଲ ଆଦି ବ୍ୟବହାର ନ କରିବା ଅତି ଭଲ ବୋଲି କହିଥିଲେ। ସେହିଭଳି ବାହାରେ ଥିବା ଲୋକମାନେ ଗଛତଳେ କିମ୍ବା ବିଦ୍ୟୁତ୍‌ ଖୁଣ୍ଟ ତଳେ ରହିବେ ନାହିଁ। ଖୋଲାସ୍ଥାନରେ ରହିଲେ ସୁରକ୍ଷା ପାଇଁ ଗୋଇଠି ଯୋଡ଼ି ମୁଣ୍ଡ ତଳକୁ କରି ଦୁଇହାତ କାନ ଉପରେ ଚାପି ମୁଣ୍ଡ ନୁଆଇଁ ବସିଲେ ବିପଦକୁ ଏଡ଼ାଯାଇପାରିବ ବୋଲି ସେ କହିଥିଲେ। ବଜ୍ରପାତରୁ ରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ସଚେତନତା ପାଇଁ ସମସ୍ତ ବିଦ୍ୟାଳୟରେ ସପ୍ତାହର ଗୋଟିଏ କ୍ଲାସ୍‌ ଦିଆଯିବାକୁ ନିବେଦନ କରାଯାଇଛି। ବିଜୁଳି ଓ ଘଡ଼ଘଡ଼ିରୁ କିଭଳି ରକ୍ଷାପାଇବା ସେନେଇ ଜନସାଧାରଣଙ୍କୁ ସଚେତନ କରାଯିବା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲାପାଳ କହିଛନ୍ତି। ସତର୍କ ଆପ୍‌ ମାଧ୍ୟମରେ ବିଜୁଳି ଓ ଘଡ଼ଘଡ଼ି ସମ୍ପର୍କରେ ଜାଣିହେବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri