୧୯ରେ ଅର୍ଥନୈତିକ ଅବରୋଧ, ବ୍ୟାସନଗର ବନ୍ଦ

ଯାଜପୁର ରୋଡ୍‌,୧୧। ୪(ଡି.ଏନ୍‌.ଏ.): ୫ ଦଫା ଦାବିରେ ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଧାରଣା ଓ ଧର୍ମଘଟ ସୋମବାର ୩ୟ ଦିିବସରେ ପହଞ୍ଚିଛି। କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାଗରିକ କମିଟି ସଭାପତି ହେମନ୍ତ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆବାହକ ମଣ୍ଡଳୀ ସଭ୍ୟମାନଙ୍କୁ ନେଇ ଏକ ଜରୁରୀ ବୈଠକରେ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଏପ୍ରିଲ ୧୯ରେ ବ୍ୟାସନଗର ବନ୍ଦ ଓ ଅର୍ଥନୈତିକ ଅବରୋଧ କରାଯିବ। ଉକ୍ତ ବନ୍ଦ ଓ ଅର୍ଥନୈତିକ ଅବରୋଧକୁ ନାଗରିକ କମିଟି, ସହରର ବୁଦ୍ଧିଜୀବୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ବ୍ୟବସାୟୀ ସଂଘ, ଶହୀଦ ଭଗତ ସିଂହ ଯୁବକ ସଂଘ, ଓକିଲ ସଂଘ, କୋରେଇ ସଂଗ୍ରାମ ସମିତି, ନେତାଜୀ ସ୍ମୃୃତି ସଂସଦ, ସିଆଇଟିୟୁ, ସିଭିଲ ସୋସାଇଟି, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସମେତ ସମସ୍ତ ରାଜନତିକ ଦଳ ସମର୍ଥନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ତେଣୁ ଏହି ଧାରଣା ୧୯ ତାରିଖ ଯାଏ ଚାଲୁ ରହିବ ବୋଲି ନାଗରିକ କମିଟି ସମ୍ପାଦକ ତଥା ଆବାହକ ମଣ୍ଡଳୀ ସଭ୍ୟ ଦୂର୍ଯ୍ୟୋଧନ ରାଉତ ପ୍ରକାଶ କରିଛନ୍ତି। ବୈଠକରେ ଆବାହକ ମଣ୍ଡଳୀ ସଭ୍ୟ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଦୁଷ୍ମନ୍ତ କୁମାର ନାୟକ, ପୂର୍ବତନ ଉପନଗରପାଳ ହୃଦାନନ୍ଦ ସାମଲ, ପ୍ରଫୁଲ୍ଲ କୁମାର ନାୟକ, ରାଜେନ୍ଦ୍ର ବିଶ୍ୱାଳ, ଚନ୍ଦ୍ରମଣି ସାମଲ, ବିବେକାନନ୍ଦ ମହାନ୍ତି, ନରେନ୍ଦ୍ର ଜେନା, ହୃଷୀକେଶ ସାହୁ, ସଦାଶିବ ଦାଶ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ କୁମାର ରାଉତ, ବରିଷ୍ଠ ଖବରଦାତା ବାବୁରାମ ଜେନା, ଦେବେନ୍ଦ୍ରନାଥ ପାଣିଗ୍ରାହୀ, ଜ୍ଞାନରଞ୍ଜନ ରାଉତ, ସରୋଜ କୁମାର ଦେ, ଦାମୋଦର ପଣ୍ଡା, ଅଭିରାମ ରାଉତ, ଅଭିରାମ ସାହୁ, ସୁରେଶ ସାହୁ, ରଘୁନାଥ ବେହେରା, ରମେଶ ବିଶ୍ୱାଳ ଓ ଅସିତ୍‌ କୁମାର ଦାସ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ୫ ଦଫା ଦାବି ମଧ୍ୟରେ ରହିଛି ପୌରାଞ୍ଚଳରେ ଗୃହ ଟିକସ ବୃଦ୍ଧି ପ୍ରତ୍ୟାହାର, ରେଲଓ୍ବେର ଫ୍ଲାଏଓଭର ବ୍ରିଜ ଓ ଗଳିପୋଲ ନିର୍ମାଣ, ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଟି ଡାକ୍ତରଖାନା ପ୍ରତିଷ୍ଠା, ବ୍ୟାସ ସରୋବରରୁ ଗ୍ରୀନ୍‌ ଟ୍ରିବୁନାଲର ରହିତାଦେଶ ହଟାଇବା ଏବଂ ଜମିଜମା ଓ ବିଦ୍ୟୁତ୍‌ ସମସ୍ୟାର ସମାଧାନ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri