Posted inଜାତୀୟ

ଶିଶୁଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ, ପୋକ୍ସୋର ସର୍ବାଧିକ ବିଚାରଧୀନ ମାମଲା ଉତ୍ତରପ୍ରଦେଶରେ…

ନୂଆଦିଲ୍ଲୀ,୧୦।୪ : ଶିଶୁଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବାରେ ଲାଗିଛି। ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ସର୍ବାଧିକ ୬୭,୨୦୦ ଶିଶୁଙ୍କ ବିରୋଧରେ ଜଘନ୍ୟ ଅପରାଧ ମାମଲା ବିଚାରାଧୀନ ଅଛି। ଯୌନ ଅପରାଧରୁ ଶିଶୁମାନଙ୍କୁ ସୁରକ୍ଷା ଦେବା (ପୋକ୍ସୋ) ଅଧିନିୟମ ଅନୁଯାୟୀ ରାଜ୍ୟରେ ବିଚାରାଧୀନ ମାମଲା ପ୍ରାୟ ୨୮ ପ୍ରତିଶତ ଅଟେ। ତେବେ କୋର୍ଟର କାର୍ଯ୍ୟକଳାପରେ ପୀଡିତ ଶିଶୁଙ୍କ ନିର୍ଯାତନାକୁ ଏଡାଇବା ପାଇଁ ଫାଷ୍ଟ ଟ୍ରାକ କୋର୍ଟରେ ଶୀଘ୍ର ମାମଲା ସମାପ୍ତ କରିବାକୁ ଏକ ବ୍ୟବସ୍ଥା ରହିଛି।

ଏକ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଜିଲାରେ ଅତି କମରେ ଗୋଟିଏ ଫାଷ୍ଟ ଟ୍ରାକ କୋର୍ଟ ଅଛି। କିନ୍ତୁ ୨୦୧୬ ମସିହାରୁ ବିଚାରାଧୀନ ମାମଲାରେ ୧୭୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୬ମସିହାରେ, ୯୦,୨୦୫ ବିଚାରାଧୀନ ମାମଲା ଥିଲା । ୨୦୨୩ ମସିହା ଜାନୁଆରୀରେ ଏହା ୨ ଲକ୍ଷ ୪୩ ହଜାର ୨୩୭କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ଏଭଳି ୩୩ ହଜାର ବିଚାରାଧୀନ ମାମଲା ରହିଛି। ଏହା ପଛକୁ ତାଲିକାରେ ତୃତୀୟ ସ୍ଥାନରେଥିବା ପଶ୍ଚିମବଙ୍ଗରେ ୨୨,୧୦୦ ବିଚାରାଧୀନ ମାମଲା ରହିଛି।

ବିହାରରେ ୧୬ ହଜାର, ଓଡିଶାରେ ୧୨ ହଜାର ଏବଂ ତେଲେଙ୍ଗାନା ଓ ମଧ୍ୟପ୍ରଦେଶରେ ୧୦ ହଜାର ଲେଖାଏଁ ବିଚାରାଧୀନ ମାମଲା ରହିଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ପୋକ୍ସୋ ର ୯,୧୦୮ ବିଚାରାଧୀନ ମାମଲା ଅଛି । ରାଜସ୍ଥାନରେ ୮,୯୨୧ ବିଚାରାଧୀନ ମାମଲା, ଆସାମରେ ୬,୮୭୫, ହରିୟାଣାରେ ୪,୬୮୮ ଏବଂ ଝ ାଡଖଣ୍ଡରେ ୪,୪୦୮ମାମଲା ରହିଛି। ନିକଟରେ ଶେଷ ହୋଇଥିବା ବଜେଟ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସଂସଦକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମହିଳା ଏବଂ ଶିଶୁଙ୍କ ପ୍ରତି ଯୌନ ଅପରାଧ ସହ ଜଡିତ ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ନିଶ୍ଚିତ ଏବଂ ଯାଞ୍ଚ ପରୀକ୍ଷା ପାଇଁ ଦୁଇ ମାସର ସମୟ ସୀମା ଧାର୍ଯ୍ୟ କରାଯାଇଛି।

ପୋକ୍ସୋ ଏବଂ ବଳାତ୍କାର ମାମଲାଗୁଡ଼ିକର ସମାଧାନ ପାଇଁ କେନ୍ଦ୍ରୀୟ ପାଣ୍ଠି ସହିତ ୭୬୪ ସ୍ବତନ୍ତ୍ର ଏପଟିସି(ଫାଷ୍ଟ ଟ୍ରାକ କୋର୍ଟ) ଗଠନ କରାଯାଇଛି। ୪୧୧ ଟି ସ୍ବତନ୍ତ୍ର ଏଫଟିସି ମାମଲା ପାଇଁ କାର୍ଯ୍ୟ କରୁଛି। ଏହି ଅଦାଲତଗୁଡ଼ିକ ଗୋଟିଏ ବର୍ଷରେ ୧.୪ ଲକ୍ଷ ମାମଲାର ସମାଧାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ…

ଭୁବନେଶ୍ୱର,୧୧ା୧୨ (ରବିନାରାୟଣ ଜେନା): ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର...

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ...

‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ...

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri