Posted inଫୁରସତ

ନିଆରା ଗାଁର କଥା

ଯେଉଁ ଗାଁର ଅଛି ନିଜର ସୂର୍ଯ୍ୟ: ଭିଗାନେଲା, ଇଟାଲିର ଏକ ଛୋଟିଆ ଗାଁ। ଯାହାକି ଦୁଇ ସୁଉଚ୍ଚ ପାହାଡ ମଧ୍ୟସ୍ଥ ନିମ୍ନଭାଗରେ ଅବସ୍ଥିତ। ଏହି ଗାଁଟି ଏତେ ନିମ୍ନ ଭାଗରେ ଅଛି ଯେ, ଏହା ଚାରିପଟେ ଥିବା ସୁଉଚ୍ଚ ପାହାଡର ଛାଇ ପୁରା ଗାଁକୁ ଆଚ୍ଛାଦିତ କରି ରଖେ। ଆଉ ଶୀତଦିନେ ତ ପାହାଡ ସୂର୍ଯ୍ୟ କିରଣକୁ ସମ୍ପୂର୍ଣ୍ଣ ଅବରୋଧ କରି ରଖେ। ଫଳରେ ନଭେମ୍ବର ୧୧ ତାରିଖରୁ ସୂର୍ଯ୍ୟ ଏଠାରୁ ଅନ୍ତର୍ଧ୍ୟାନ ହୋଇଯାନ୍ତି ଏବଂ ୨ ଫେବୃୟାରୀ ପର୍ଯ୍ୟନ୍ତ ଆଦୌ ଦେଖା ଯାଆନ୍ତି ନାହିଁ। ଅର୍ଥାତ୍‌ ପ୍ରତିବର୍ଷ ଏଠାକାର ଅଧିବାସୀ ନଭେମ୍ବର ୧୧ରେ ଶେଷ ସୂର୍ଯ୍ୟାସ୍ତ ଦେଖନ୍ତି ଓ ନୂଆ ଏକ ସୂର୍ଯ୍ୟୋଦୟ ପାଇଁ ଅପେକ୍ଷା କରନ୍ତି ଫେବୃୟାରୀ ୨ ତାରିଖକୁ। ତିନି ମାସର ଅପେକ୍ଷା ପରେ ଯେବେ ସୂର୍ଯ୍ୟୋଦୟ ହୁଏ ସେହି ସମୟରେ ସେମାନେ ପାରମ୍ପରିକ ପୋଷାକ ପିନ୍ଧି ଉତ୍ସବ କରନ୍ତି। ଇତିହାସ କହେ ତ୍ରୟୋଦଶ ଶତାବ୍ଦିରେ ଭିଗାନେଲା ଗାଁରେ ଜନବସତି ଗଢି ଉଠିଥିଲା, ଯାହାର ଅର୍ଥ ହେଉଛି ଏଠାକାର ଅଧିବାସୀ ୮୦୦ରୁ ଉର୍ଦ୍ଧ୍ୱ ଶୀତଦିନକୁ ଅନ୍ଧକାରରେ ବିତାଇ ଆସିଛନ୍ତି। ଶୀତଦିନ ହେବାମାତ୍ରେ ଏଇ ଗାଁ ଶୂନଶାନ ହେଇଯାଏ। ଏହି ସମସ୍ୟାକୁ ସେମାନେ ନିଜର ଭାଗ୍ୟ ବୋଲି ମଧ୍ୟ ଗ୍ରହଣ କରି ନେଇଥିଲେ। କିନ୍ତୁ ଏଠାକାର ଜଣେ ସ୍ଥାନୀୟ ଇଞ୍ଜିନିୟର ଏବଂ ଆର୍କିଟେକ୍ଟ ଜିଆକୋମୋ ବୋଞ୍ଜାନି ଏଭଳି ଏକ ଯୋଜନା କଲେ, ଯାହା ଏଇ ଗାଁର ଭବିଷ୍ୟତ ଉଜ୍ଜ୍ୱଳମୟ କରିଦେଲା। ସେ ଏକ ବଡ଼ ଦର୍ପଣ ମାଧ୍ୟମରେ ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରି ଗାଁ ଭିତରେ ପକାଇବାକୁ ଚେଷ୍ଟା କଲେ। ଏଥିରେ ଏଠାକାର ମେୟର ପିଏରଫ୍ରାଙ୍କୋ ମିଦାଲି ସହଯୋଗ କଲେ। ଆଉ ୨୦୦୫ରେ ୧୦୦୦୦୦ ୟୁରୋ ଖର୍ଚ୍ଚ କରି ବଡ଼ ଦର୍ପଣ ତିଆରି କରାଗଲା। ନଭେମ୍ବର ୨୦୦୬ରେ ୪୦ ବର୍ଗ ମିଟରର ଦର୍ପଣ ପ୍ରସ୍ତୁତ ହୋଇଗଲା, ଯାହାର ଓଜନ ୧.୧ ଟନ୍‌ ଥିଲା। ଏହାକୁ ପାହାଡର ବିପରୀତ ପାର୍ଶ୍ୱର ଢାଲୁ ସ୍ଥାନରେ ୧୧୦୦ ମିଟର ଉଚ୍ଚତାରେ ସ୍ଥାପନ କରାଗଲା। ତେବେ ଦର୍ପଣଟି ସମ୍ପୂର୍ଣ୍ଣ ଗାଁକୁ ଆଲୋକିତ କରିବା ପାଇଁ ଥିଲା ଖୁବ୍‌ ଛୋଟ। ତେଣୁ ଭିଗାନେଲା ଗାଁର ମୁଖ୍ୟ ଛକ ସ୍ଥାନ ଚର୍ଚ୍ଚ ସମ୍ମୁଖରେ ଯେମିତି ସୂର୍ଯ୍ୟାଲୋକ ପଡିପାରିବ ବ୍ୟବସ୍ଥା କରାଗଲା। ଏହି ଦର୍ପଣ ଏକ ସଫ୍ଟଓ୍ବେର ପ୍ରୋଗାମଦ୍ୱାରା କମ୍ପ୍ୟୁଟରରେ ପରିଚାଳିତ ହୋଇ ସୂର୍ଯ୍ୟର ଗତିପଥକୁ ଅନୁସରଣ କରିଥାଏ। ଆଉ ସୂର୍ଯ୍ୟ ଯେଉଁ ଆଡକୁ ଗତି କରେ ତାକୁ ଅନୁସରଣ କରିବା ସହ ତା’ର ଆଲୋକକୁ ପ୍ରତିଫଳିତ କରି ଦିନକୁ ପ୍ରାୟ ୬ ଘଣ୍ଟା ଗାଁକୁ ଆଲୋକିତ କରେ। ତେଣୁ ଏବେ ଏଠାକାର ଶୀତଦିନ ଆଉ ଅନ୍ଧକାରମୟ ଓ ଶୂନଶାନ୍‌ ହୋଇ ନାହିଁ। ଲୋକେ ନିଜ ନିଜ ଘରୁ ବାହାରି ପାରୁଛନ୍ତି। ସେଥିପାଇଁ ଭିଗାନେଲାର ଅଧିବାସୀ ବେଶ୍‌ ଖୁସିରେ କୁହନ୍ତି ଯେ, ଆମ ଗାଁର ନିଜସ୍ବ ସୂର୍ଯ୍ୟ ଅଛି। ଶୀତଦିନ ପରେ କିନ୍ତୁ ସେହି ଦର୍ପଣକୁ ଘୋଡାଇ ରଖି ଦିଆଯାଏ।

ଧନୀଙ୍କ ଗାଁ: ଗାଁ କହିଲେ ଆମେ ସାଧାରଣତଃ ଛୋଟ ଛୋଟ ଘର, ବିସ୍ତିର୍ଣ୍ଣ ଚାଷଜମି, କଳ କଳ ବହିଯାଉଥିବା ନଦୀ ଆଦିର କଥା ମନକୁ ଆସିଯାଏ। ଯେଉଁଠି ଧନୀ ଗରିବ ସମସ୍ତେ ମିଶି ରୁହନ୍ତି। ତେବେ ଏମିତି ବି ଏକ ଗାଁ ଅଛି ଯେଉଁଠି ଗରିବ ବୋଲି କେହି ନାହାନ୍ତି। ସମସ୍ତେ ଜଣେ ଜଣେ ମିଲିୟନେର। ନିଜର ବଙ୍ଗଳା, ଗାଡି ଥିବା ସହ ସମସ୍ତ ବ୍ୟାଙ୍କ ଆକାଉଣ୍ଟରେ ଅତି କମ୍‌ରେ ୮୫ ଲକ୍ଷ ଟଙ୍କା ଥାଏ। ମାଗଣା ସ୍ବାସ୍ଥ୍ୟ ସେବା ସହ ମାଗଣା ଶିକ୍ଷାର ସୁବିଧା ବି ସେମାନେ ପାଆନ୍ତି। ଏହି ଗାଁଟି ହେଉଛି ଚାଇନାର ଜିଆଙ୍ଗସୁ ପ୍ରାନ୍ତର ହୁଆକ୍ସି ଗାଁ। ୧୯୬୧ରେ ଏହି ଗାଁଟି ଗଢି ଉଠିଥିଲା। ଏହି ଗାଁକୁ ‘ନମ୍ବର ଓ୍ବାନ ଭିଲେଜ୍‌ ଅଣ୍ଡର ଦ ସ୍କାଏ’ ବୋଲି ମଧ୍ୟ କୁହାଯାଏ। ଏଠାକାର ଅଧିବାସୀଙ୍କ ସଂଖ୍ୟା ହେଉଛି ୨୦୦୦। ତା’ଛଡା ଏଠାରେ ୨୦,୩୪୪ ଜଣ ପ୍ରବାସୀ ଶ୍ରମିକ ବି ରୁହନ୍ତି। ଏଠାକାର ଅଧିବାସୀ ୬୦ଟି କମ୍ପାନୀର ମାଲିକ ଅଟନ୍ତି। ଫଳରେ ମାନୁଫାକ୍ଚରିଂ ସେକ୍ଟରରୁ ଏହି ଗାଁକୁ ୮ ବିଲିୟନ ଡଲାରର ରେଭେନ୍ୟୁ ମିଳିଥାଏ। ବେଶ୍‌ ଲକଜ୍ୟୁରୀୟସ ଜୀବନ ଅତିବାହିତ କରୁଥିବା ଏଠାକାର ଅଧିବାସୀଙ୍କ ଜୀବନ କିନ୍ତୁ ଏତେ ସହଜ ନୁହେଁ। ଅକ୍ଲାନ୍ତ ପରିଶ୍ରମ ପ୍ରତିବଦଳରେ ସେମାନେ ଏହି ଧନ ସମ୍ପତିର ଅଧିକାରୀ ହୋଇପାରନ୍ତି। ଆଉ କେବଳ ସ୍ଥାୟୀ ବାସିନ୍ଦା ହିଁ ସବୁସୁଖ ସୁବିଧା ପାଆନ୍ତି। ସପ୍ତାହକ ସାତଦିନ ସେମାନେ କାମ କରନ୍ତି। ଏଠାକାର ଆଉ ଏକ ବିଶେଷତ୍ୱ ହେଉଛି ଏହି ଗାଁର ସମସ୍ତଙ୍କ ଘର ଏକାପ୍ରକାରର ଓ ଖୁବ୍‌ ସୁନ୍ଦର। ନାଲି ଛାତ ଥିବା ଭିଲ୍ଲାରେ ସୁନ୍ଦର ଲନ୍‌ ଓ ଦୁଇଟି ଗ୍ୟାରେଜ ଥାଏ, ଯାହାକୁ କମ୍ୟୁନିଟି ଦେଇଥାଏ। ଏଠାରେ ଗ୍ୟାମ୍ବଲିଂ, ଡ୍ରଗ୍ସ ସମ୍ପୂର୍ଣ୍ଣ ନିଷେଧ। ଏମିତି ବାହାର ଲୋକଙ୍କ ସହ କଥା ହେବା ବି ମନା। ବାର୍‌ ନାହିଁ କି କରାଓକେ, ଇଣ୍ଟରନେଟ୍‌ କ୍ୟାଫେ ବି ନାହିଁ। କେବଳ ଗାଁର ଥିଏଟର ଗ୍ରୁପ ମନୋରଞ୍ଜନ କାର୍ଯ୍ୟକ୍ରମ କରିଥାଏ। ଏଠାରେ ଏକ ସୁନ୍ଦର ପଞ୍ଚ ତାରକା ହୋଟେଲ ଅଛି, ଯେଉଁଠି ଏଠାକାର ଅଧିବାସୀ ସପ୍ତାହ ଯାକର ପରିଶ୍ରମ ପରେ ଯାଇ ମଜା କରିପାରିବେ। ଆଉ ପିଲାଙ୍କ ପାଇଁ ଏକ ଥିମ୍‌ ପାର୍କ ବି ଅଛି।
-ଶିବାନୀ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri