ବାଲେଶ୍ୱର ମୁଖ୍ୟ ଗିରଫ, ରିମାଣ୍ଡରେ ଆଣି ଜେରା

ଭୁବନେଶ୍ୱର,(ବ୍ୟୁରୋ)/ବାଲେଶ୍ୱର ଅଫିସ୍‌, ୮।୪: ଆମେରିକାରୁ ପରିଚାଳିତ ମୋବାଇଲ ଆପ୍‌ ‘କ୍ଲାଉଡ୍‌ ଫଟ୍‌’ରେ ଅଳ୍ପ ଟଙ୍କା ନିବେଶ କରି ଲକ୍ଷାଧିକ ଟଙ୍କା ପାଇବା ଆଶାରେ ଦେଶବ୍ୟାପୀ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଠକେଇର ଶିକାର ହୋଇଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉକ୍ତ କମ୍ପାନୀର ବାଲେଶ୍ୱର ଜିଲା ମୁଖ୍ୟଙ୍କୁ ଗିରଫ କରିଛି। ସେ ହେଲେ ସ୍ଥାନୀୟ ଅଙ୍ଗାରଗଡ଼ିଆ ଅଞ୍ଚଳର ନିଲେଶ କୁମାର କର। ତାଙ୍କଠାରୁ ଠକେଇ ସମ୍ବନ୍ଧିତ ବହୁ ତଥ୍ୟ ଥିବା ଏକ ମୋବାଇଲ ଫୋନ୍‌ ଜବତ ହୋଇଛି। ନିଲେଶଙ୍କୁ ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରି ଇଓଡବ୍ଲ୍ୟୁ ଶୁକ୍ରବାରଠାରୁ ତାଙ୍କୁ ୪ଦିନିଆ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରୁଛି।
ବିଶେଷକରି ସୋସିଆଲ ମିଡିଆରେ ବିଶ୍ୱାସ ଜନ୍ମାଇବା ଭଳି ଭିଡିଓ ଛାଡ଼ି ଲୋକଙ୍କୁ ଫସାଇଥାନ୍ତି। ରିଚାର୍ଡ ପର୍ସଲ୍‌ ନାମକ ଜଣେ ବ୍ୟକ୍ତି ନିଜକୁ ଭାରତର ଆଞ୍ଚଳିକ ମୁଖପାତ୍ର କହିବା ସହ ଇଂଲିଶ ଭାଷାରେ ଭିଡିଓ ବାର୍ତ୍ତା ଦେଇ ଲୋଭନୀୟ ଅଫର ବିଷୟରେ କହୁଥିଲେ। ଏହି କମ୍ପାନୀ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଅନୁବନ୍ଧିତ ଓ ଭାରତ ସରକାରଙ୍କ ସହ ୧୦ ବର୍ଷର ଚୁକ୍ତି ହୋଇଥିବାର ଜାଲ ଦସ୍ତାବିଜ ଦେଖାଉଥିଲେ। ଏହା କ୍ରିପ୍‌ଟୋ ମାଇନିଂ କମ୍ପାନୀ କହି ଅଳ୍ପ ଟଙ୍କା ନିବେଶ କରିବା ପରେ ଲକ୍ଷାଧିକ ଟଙ୍କାର ରୋଜଗାର ହୋଇପାରିବ ବୋଲି କହୁଥିଲେ। ୬୬୫ ଟଙ୍କା ଡିପୋଜିଟ୍‌ କରି ଲୋକେ ନାମ ପଞ୍ଜୀକରଣ କରୁଥିଲେ। ଏହାର ୩୭ଦିନ ପରେ ୧୪୭୭ ଟଙ୍କା ମିଳିବ ଓ ପ୍ରତିଦିନ ୪୦ ଟଙ୍କାର ବୋନସ୍‌ ସହ ପ୍ରତିଥର ଲଗ୍‌ଇନ୍‌ କରିବା ପରେ ୧ ଟଙ୍କା ୭୫ ପଇସା ମିଳିବ ବୋଲି କୁହାଯାଉଥିଲା। ଅଧିକ ଟଙ୍କା ନିବେଶ କଲେ ସେହିପରି ବହୁଗୁଣ ଟଙ୍କା ମିଳିବ। ଏପରିକି ଅନ୍ୟ ଲୋକଙ୍କୁ ସାମିଲ କଲେ ରେଫରାଲ ବୋନସ୍‌ର ଅଫର ଥିଲା। ତେବେ କମ୍ପାନୀର ବାଲେଶ୍ୱର ଜିଲା ମୁଖ୍ୟ ଥିବା ନିଲେଶଙ୍କ ଦ୍ୱାରା ୨୦୦ ଲୋକ ପ୍ରଥମ ପର୍ଯ୍ୟାୟରେ କିଛି ଟଙ୍କା ପାଇବା ପରେ ଲକ୍ଷାଧିକ ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିଲେ। ସହଦେବଖୁଣ୍ଟିଆର ମହାମାନ୍ୟ ଜେନା ଜାନୁୟାରୀ ୨୩ରୁ ମାର୍ଚ୍ଚ ୨୩ ମଧ୍ୟରେ ୨ ଲକ୍ଷ ୧୩ ହଜାର ଟଙ୍କା ନିବେଶ କରିଥିଲେ। ତାଙ୍କ ୱାଲେଟ୍‌ରେ ୫୦ ଲକ୍ଷ ୫୭ ହଜାର ୧୧୭ ଟଙ୍କା ଥିବା ଦେଖାଉଥିଲା। ହେଲେ ପରବର୍ତ୍ତୀ ସମୟରେ ୱେବ୍‌ସାଇଟ୍‌ ବନ୍ଦ ହୋଇଯିବାରୁ ଉକ୍ତ ଟଙ୍କାକୁ ସେ ଉଠାଇ ପାରି ନ ଥିଲେ। ଏନେଇ ସେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ବୁଧବାର ଏକ ମାମଲା (ନଂ.୧୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ନିଲେଶଙ୍କୁ ଏହି ଠକେଇ ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ଜେରା କରି ଅଧିକ ତଥ୍ୟ ହାସଲ କରୁଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଇଓଡବ୍ଲ୍ୟୁ ଧରିବାକୁ ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri