ବାଲେଶ୍ୱର ଅଫିସ, ୫।୪: ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନଁାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ୫ଜଣଙ୍କୁ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ ମଙ୍ଗଳବାର ଗିରଫ ପରେ କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ୩ଲକ୍ଷ ୯ହଜାର ନଗଦ ଟଙ୍କା, ୧୦ଲକ୍ଷ ୫୦ହଜାର ଟଙ୍କାର ସୁନାଗହଣା, ପୋଷ୍ଟ ଅଫିସ୍ ଆକାଉଣ୍ଟରେ ଥିବା ୨୮ଲକ୍ଷ ଟଙ୍କା ଡିପୋଜିଟ ଏବଂ ୮୦ ଲକ୍ଷ ଟଙ୍କାର ଜମିବାଡ଼ି କାଗଜପତ୍ର ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ସଦର ଥାନା ଅଧୀନ ସୁନ୍ଦରୀ ଗ୍ରାମର ରାମମାନସ ଦେବବ୍ରତ ମଲ୍ଲିକ, ଅଜିତ କୁମାର ପଣ୍ଡା, ସମିତା ପଣ୍ଡା, ଟାଉନ ଥାନା ଅଧୀନ ଟୁଲଙ୍କସାହିର ସମ୍ବିତ କୁମାର ପଣ୍ଡା ଓ ସିଂଲା ଥାନା ଅଧୀନ ସୁଶୀଲ କୁମାର ମହାନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ସଦର ଥାନା ଅଧୀନ ସୁନ୍ଦରୀ ଗ୍ରାମର ସଞ୍ଜୀବ ପଣ୍ଡା ଫେରାର ଥିବା ଏସ୍ପି ସାଗରିକା ନାଥ କହିଛନ୍ତି।
ଏସ୍ପିଙ୍କ ସୂଚନା ଅନଯାୟୀ, ମୁଖ୍ୟ ଅଭିଯୁକ୍ତ ସୋସିଆଲ ମିଡିଆକୁ ବ୍ୟବହାର କରି ଚାକିରି ଅଶାୟୀଙ୍କୁ ପ୍ରଲୋଭନ ଦେଖାନ୍ତି। ଆଶାୟୀଙ୍କ ସହ ପ୍ରଥମ ଦେଖାରେ ସେ ବିଭିନ୍ନ ଜିଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଚାଲିଥିବା ପୋଷଣ ଅଭିଯାନରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଓ ଜିଲା ସଂଯୋଜକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜୁନିଅର ଆସିଷ୍ଟାଣ୍ଟ, ମୟୂରଭଞ୍ଜ ଜିଲାର ଜଙ୍ଗଲ ବିଭାଗ ଅଧୀନରେ କମ୍ୟୁନିଟି ସଙ୍ଗଠକ ଆଦି ସରକାରୀ ଚାକିରି ସହିତ ଟାଟା ଷ୍ଟିଲ୍, ରେଲ୍ଓ୍ବେରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦିଅନ୍ତି। ସେଥିପାଇଁ ପ୍ରତ୍ୟେକ ଆଶାୟୀଙ୍କଠାରୁ ୮୦ହଜାରରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରନ୍ତି। ଆଶାୟୀମାନେ ମୁଖ୍ୟ ଅଭିଯୁକ୍ତଙ୍କ ସର୍ତ୍ତରେ ରାଜି ହେବା ପରେ ଜାଲ ନିଯୁକ୍ତି ରାକେଟର ସହଯୋଗୀମାନଙ୍କ ସହାୟତାରେ ଭୁବନେଶ୍ୱରରେ ସାର୍ଟିଫିକେଟ ଯାଞ୍ଚ ଓ ନକଲି ସାକ୍ଷାତକାର ଆୟୋଜନ କରାଯାଏ। ବିଭିନ୍ନ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ଫର୍ମ ଏବଂ ନିଯୁକ୍ତି ପତ୍ରରେ ଜାଲ ସରକାରୀ ଷ୍ଟାମ୍ପ ଓ ଲୋଗୋ ବ୍ୟବହାର କରାଯାଇଛି। ଏମତି ଭାବେ କାଗଜପତ୍ର ପ୍ରସ୍ତୁତ କରାଯାଇଛି, ଯାହାକୁ ଆଶାୟୀମାନେ ଅବିଶ୍ୱାସ କରିପାରିବେ ନାହିଁ ା ଆଶାୟୀଙ୍କଠାରୁ ସାର୍ଟିଫିକେଟ ଯାଞ୍ଚ ବେଳେ କିଛି ଓ ସାକ୍ଷାତକାର ସମୟରେ କିଛି ଏବଂ ବାକି ଟଙ୍କା ନିଯୁକ୍ତିପତ୍ର ଦେବା ସମୟରେ ମୁଖ୍ୟ ଅଭିଯୁକ୍ତ ନେଇଥାନ୍ତି। ତେବେ ନିଯୁକ୍ତିପତ୍ରକୁ ନେଇ ସମ୍ପୃକ୍ତ ବିଭାଗରେ ପହଞ୍ଚିବା ପରେ ତାହା ଜାଲ୍ ବୋଲି ଜଣାପଡ଼ିଥିଲା। ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପ୍ରାଥମିକ ଅନୁସନ୍ଧାନରୁ ଏହି ରାକେଟ ଶତାଧିକ ଆଶାୟୀଙ୍କୁ ଠକିଥିବା ଜାଣିବାକୁ ମିଳିଥିଲା। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ା ଏହି ଘଟଣାରେ ଲିଙ୍କ୍ ବିଷୟରେ ଅନୁସନ୍ଧାନ ପାଇଁ ଦୁଇଟି ପୋଲିସ ଟିମ୍ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି।
Posted inHome Left, ଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ View All
ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…
ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...
ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ
ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...
ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା
ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...
ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା
ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...
୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...
ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...
ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍!
ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...
ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ
ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...
Archives


