ଚଢ଼ାଉବେଳେ ଖଣି ବିଭାଗ ସ୍କ୍ବାଡ୍‌ ଟିମ୍‌କୁ ଆକ୍ରମଣ

ଖୁଣ୍ଟୁଣୀ,୪।୪(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କୃଷ୍ଣଶ୍ୟାମପୁର (ନୂଆସାହି) ଗ୍ରାମ ସନ୍ନିକଟ ରିଜର୍ଭ ଜଙ୍ଗଲ ପାର୍ଶ୍ୱରେ ବେଆଇନ ଚୋରା କୋଇଲା ଡିପୋ ଉପରେ ସୋମବାର ସାରେ ଖଣି ବିଭାଗର ସ୍କ୍ବାଡ ଓ ଖୁଣ୍ଟୁଣୀ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ମାଫିଆମାନେ ସ୍କ୍ବାଡ ଟିମ୍‌ ଉପରେ ଟେକାପଥର ପକାଇ ଆକ୍ରମଣ କରିଛନ୍ତି। ଫଳରେ ଗାଡ଼ିର କାଚ ଭାଙ୍ଗିଯାଇଥିବା ବେଳେ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଖଣି ଅଧିକାରୀ ବେହେରା ଖୁଣ୍ଟୁଣୀ ଥାନାରେ ଏକ ଏତଲା ଦେବାରେ ଥାନା ପକ୍ଷରୁ ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ତଦନ୍ତ ଆରମ୍ଭ କରଛନ୍ତି। ସୂଚନା ଅନୁଯାୟୀ, ନୂଆସାହି) ଗ୍ରାମ ସନ୍ନିକଟ ରିଜର୍ଭ ଜଙ୍ଗଲ ପାର୍ଶ୍ୱରେ ବେଆଇନ ଚୋରା କୋଇଲା ଡିପୋ ହେଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖଣି ବିଭାଗର ସ୍କାଡ ଟିମ୍‌ ସ୍ଥାନୀୟ ପୋଲିସକୁ ନେଇ ସୋମବାର ଚଢ଼ାଉ କରିଥିଲେ। ସେଠାରେ କୋଇଲା ଲୋଡ ହୋଇଥିବା ୮ଖଣ୍ଡ ମିନିଟ୍ରକ ମଧ୍ୟରୁ ୫ଟି ମିନିଟ୍ରକକୁ ଖଣି ବିଭାଗ କୋଇଲା ସହ ଜବତ କରିଥିବା ବେଳେ ଅନ୍ୟ ୩ଟି ମିନିଟ୍ରକ ସ୍କ୍ବାଡ ଆସିବା ଦେଖି ଖସି ପଳାଇଯାଇଛନ୍ତି। ଚଢ଼ାଉ ବେଳେ ଅନ୍ୟ ଏକ ସ୍ଥାନରେ ପ୍ରାୟ ୭ ଟନ କୋଇଲାକୁ ମଧ୍ୟ ସ୍କ୍ବାଡ ଜବତ କରି ସମୁଦାୟ ୨୦ ଟନ କୋଇଲା ଜବତ କରାଯାଇଥବା ଅତିରିକ୍ତ ଖଣି ଅଧିକାରୀ ରଞ୍ଜିତ ବେହେରା କହିଛନ୍ତି। ସେଠାରୁ ୨୦୦ ଶହ ମିଟର ଦୂରରେ ପ୍ରାୟ ୫୦ ଟନ କୋଇଲା ଗଚ୍ଛିତ ଥିବା ଜାଣି ପୋଲିସ ଓ ଖଣି ବିଭାଗ ସେଠାକୁ ଯାଉଥିବା ଦେଖି ଜଣେ କୋଇଲା ମାଫିଆଙ୍କ ଇଶାରାରେ କେତେକ ଯୁବକ ଖଣି ବିଭାଗର ଏକ ବୋଲେରୋ ନଂ. ଓଡି ୦୫ ବିଏଚ୍‌ ୬୮୩୬ ଉପରକୁ ଟେକା ମାରି କାଚକୁ ଭଙ୍ଗାରୁଜା କରିଥିଲେ। ଫଳରେ ବାଧ୍ୟ ହୋଇ ସେଠାରୁ ସ୍କ୍ବାଡ ଟିମ୍‌ ଫେରି ଆସିଥିଲେ। ଏଥିରେ ଦୁଇଜଣ ଷ୍ଟାଫ ଆହତ ହୋଇଛନ୍ତି। ଜବତ କୋଇଲା ଗାଡ଼ିକୁ ଖଣି ବିଭାଗ ଜଗତପୁରସ୍ଥିତ ଖଣି କାର୍ଯ୍ୟଳୟକୁ ନେଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri