ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ଧିମା

କେନ୍ଦ୍ରାପଡ଼ା ଅଫିସ,୩ା୪: ମାର୍ଚ୍ଚ ୩୧ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ସରିଛି। ଏହି ଆର୍ଥିକ ବର୍ଷରେ ଜିଲାର ମାତ୍ର ୧୨.୬୪ ପ୍ରତିଶତ ପ୍ରକଳ୍ପ ସାରିବାକୁ ଜିଲା ପ୍ରଶାସନ ସକ୍ଷମ ହୋଇଛି। ଫଳରେ ୨୦୨୩-୨୪ ଆର୍ଥିକ ବର୍ଷ ଆରମ୍ଭରେ ଜିଲା ପ୍ରଶାସନ ପାଇଁ ୬୬,୦୮୩ଟି ପ୍ରକଳ୍ପ ସାରିବାକୁ ଚାପ ପଡ଼ିଛି। ଗୋଟିଏ ପଟେ କେନ୍ଦ୍ରାପଡ଼ା ଜିଲାର ଦାଦନ ସମସ୍ୟା ବଢ଼ି ଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକଙ୍କ ଲାଗି କର୍ମନିଯୁକ୍ତି ଯୋଜନା ଫସରଫାଟିଛି ବୋଲି ବହୁ ବୁଦ୍ଧିଜୀବୀ ଆପତ୍ତି ଉଠାଇଛନ୍ତି।
ଏ ସମ୍ପର୍କରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା)ର କେନ୍ଦ୍ରାପଡ଼ା ଜିଲା ଆବାହକ ପ୍ରତାପ କୁମାର ମହାନ୍ତି, ତ୍ରିଲୋଚନ ବେହେରା, ପବିତ୍ର କୁମାର ପାଣି, ନିରଞ୍ଜନ ପରିଡ଼ା, ପ୍ରକାଶ କୁମାର ଦାସ ପ୍ରମୁଖ କହିଛନ୍ତି ଯେ ଏହି ଜିଲାରେ ଖଣି କିମ୍ବା ଶିଳ୍ପ ନାହିଁ। କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯିବାକୁ ପଡୁଛି। ଦାଦନ ଯନ୍ତ୍ରଣା ନେଇ ବାରମ୍ବାର ଖବରକାଗଜରେ ପୃଷ୍ଠାମଣ୍ଡନ କରୁଛି। ଏହି ଲୋକସମ୍ବଳକୁ ବିନିଯୋଗ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଏକ ଉପଯୁକ୍ତ ମାଧ୍ୟମ। ତେବେ ପ୍ରଶାସନର ଅସହଯୋଗ ପାଇଁ ପ୍ରକଳ୍ପ ସାରିବା ଓ ଶ୍ରମିକ ବିନିଯୋଗରେ ବ୍ୟତିକ୍ରମ ସୃଷ୍ଟି କରିଛି। ଏହି ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲା। ଏହି ବର୍ଷରେ ମୋଟ ୧,୫୯,୩୯୨ରୁ ୭୯,୬୯୬ଟି ପ୍ରକଳ୍ପ ସାରି ୯୭.୦୪ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିଲା। ତେବେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଯୋଜନାର ଲକ୍ଷ୍ୟ ହ୍ରାସ ପାଇଥିଲା। ଏହି ଆର୍ଥିକ ବର୍ଷରେ ମାତ୍ର ୩୦ ପ୍ରତିଶତ ପ୍ରକଳ୍ପ ସାରିଥିବା ବେଳେ ୨୦୨୨- ୨୩ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ପ୍ରକଳ୍ପ ମଧ୍ୟରୁ ମାତ୍ର ୧୨.୬୪ ପ୍ରତିଶତ କାର୍ଯ୍ୟ ସରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ମଞ୍ଜୁରୀ ପ୍ରାପ୍ତ ୧୪,୨୪୦ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମାତ୍ର ୭୧୨୦ଟି କାର୍ଯ୍ୟ ଶେଷ ହୋଇଛି। ଏହି ଜିଲାରେ ୨,୦୭,୧୫୬ଟି ହାଉସହୋଲ୍‌ଡ କାର୍ଡ ପ୍ରଦାନ କରାଯାଇଛି। ଜିଲାର ୩,୫୯,୧୦୬ ଜଣ ଏହି କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ପାଇଁ ସାମିଲ ହୋଇଛନ୍ତି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୭୮୩୪ଟି ଚାଲୁ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏଥିସହ ୨୭୨୧୫ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ୨୧୦୩୪ଟି ପ୍ରକଳ୍ପ ମଞ୍ଜୁରୀ ଅପେକ୍ଷାରେ ଅଛି। ଯୋଜନାର ଠିକ୍‌ କାର୍ଯ୍ୟକାରିତା କର୍ମନିଯୁକ୍ତି ସମସ୍ୟା ଦୂର କରିବା ସହିତ ଜିଲାର ଉନ୍ନୟନ କାର୍ଯ୍ୟ ଆଗେଇ ପାରିବ। ତେବେ ଏହି ଯୋଜନାରେ ଲୋକଙ୍କ ସହ ଖେଳ ହେଉଛି। ଉଦାହରଣ ଦେଇ ସେମାନେ କହିଛନ୍ତି, ଏହି ଯୋଜନାରେ ତୁରନ୍ତ ମଜୁରି ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ୨୦୨୧- ୨୨ ଆର୍ଥିକ ବର୍ଷର ୧୭୨୫ ମଷ୍ଟର ରୋଲର ୧୭୩୭.୯୭ ଲକ୍ଷ ଟଙ୍କା ଅଦ୍ୟାବଧି ପ୍ରଦାନ କରାଯାଇନାହିଁ। ଏଥିରେ ଶ୍ରମିକ ମଜୁରି ସହ ନିର୍ମାଣ ସାମଗ୍ରୀ ଅର୍ଥ ସାମିଲ ଅଛି। ଗତ ସପ୍ତାହରେ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୨୧ ପୂର୍ବତନ ସରପଞ୍ଚ ପ୍ରାୟ ୧୦ କୋଟି ଟଙ୍କା ଯୋଜନା ଅର୍ଥ ମିଳିବା ଦାବିରେ ଗଣଧାରଣା ଦେଇଥିଲେ। ପୂର୍ବରୁ ଏହି ଯୋଜନା କେବଳ ମାଟି କାମ ପାଇଁ ମିଳୁଥିବା ବେଳେ ଏବେ ଏହାକୁ ବ୍ୟାପକ କରାଯାଇଛି। ଗୃହ ନିର୍ମାଣଠାରୁ ଆରମ୍ଭ କରି ଉଦ୍ୟାନ କୃଷିକୁ ଏଥିରେ ସାମିଲ କରାଯାଇଛି। ଏହାସତ୍ତ୍ୱେ ଜିଲାର ଶ୍ରମିକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡା କହିଛନ୍ତି, ଗତ ଆର୍ଥିକ ବର୍ଷର ସର୍ବଶେଷ ରିପୋର୍ଟ ପହଞ୍ଚତ୍ ନ ଥିବାରୁ କାର୍ଯ୍ୟ ହାରର ପ୍ରତିଶତ କମ୍‌ ଉଲ୍ଲେଖ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri