Posted inଜାତୀୟ

ସ୍ଥିତି ପୁଣି ଅଣାୟତ୍ତ: ସକ୍ରିୟ ମାମଲା ୧୬ ହଜାର ଟପିଲା…

ନୂଆଦିଲ୍ଲୀ, ୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାରରେ ବୃଦ୍ଧି ଘଟିଛି। ସେହିପରି ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି। ସକ୍ରିୟ ମାମଲା ୧୫ ହଜାର ମୁହଁା ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୭୯ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୨ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୧.୩୦ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୧.୪୭ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାରରୁ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଏହା ୨,୯୯୩ ଛୁଇଁଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୭ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ୧୬ ହଜାର ଟପିଛି। ଏହା ୧୬ ହଜାର ୩୫୪ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୧,୮୪୦ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୮୭୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୭ ଲକ୍ଷ ୧୮ ହଜାର ୭୮୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୭୧ ହଜାର ୫୫୧ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅବ୍ୟବସ୍ଥା: ଟିକେଟ ଖଣ୍ଡିଏ ପାଇଁ କସରତ

କଟକ,୧୨।୧୨( ଶିଳ୍ପା ପ୍ରିୟଦର୍ଶିନୀ): ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଥିବା ଟିକେଟ କାଉଣ୍ଟରରେ ଟିକେଟ ଖଣ୍ଡିଏ ପାଇଁ...

ସକାଳୁ ସକାଳୁ ଭୂକମ୍ପ ଝଟକା, ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ

ନୂଆଦିଲ୍ଲୀ,୧୨।୧୨: ସକାଳୁ ସକାଳୁ ପୁଣି ଥରିଲ ଜାପାନ । ଜାପାନ ଏବଂ ଫିଜି ଏକକାଳୀନ ଭୂମିକମ୍ପରେ ଥରି ଉଠିଛି । ତିନି ଦିନ ପୂର୍ବେ ଜାପାନରେ...

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ  ପଦ ପୂରଣ ହେବ

ଭୁବନେଶ୍ୱର,୧୨।୧୨(ରବିନାରାୟଣ ଜେନା):  ରାଜ୍ୟରୁ କିପରି ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ ଏବଂ ରାଜ୍ୟବାସୀ ସୁଶାସନ ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ପୁଣି ଥରେ...

ଖୁବ୍‌ଶୀଘ୍ର ପୂରଣ ହେବ ୧୪୧୪ ଆର୍‌ଆଇ, ଏଆର୍‌ଆଇ, ଅମିନ ପଦ

ଭୁବନେଶ୍ୱର,୧୨।୧୨(ରବିନାରାୟଣ ଜେନା): ରାଜ୍ୟ ସରକାର ଖାଲିଥିବା ପଦ ପୂରଣକୁ ଗୁରୁତ୍ଵ ଦେଉଥିବାବେଳେ ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ବର୍ଗର ୧୪୧୪ ପଦ ପୂରଣ ଲାଗି ଓଡ଼ିଶା...

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ...

ମ୍ୟାଁମାର ସେନାର ଏୟାର ଷ୍ଟ୍ରାଇକ୍‌ରେ ହସ୍ପିଟାଲ ଧ୍ୱଂସ: ୩୪ ରୋଗୀ, ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ

ୟାଙ୍ଗୋନ୍,୧୧ା୧୨: ମ୍ୟାଁମାରରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ଏକ ହସ୍ପିଟାଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆରାକାନ୍ ଆର୍ମି...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri