ଶପିଂ ମଲ୍‌ରେ ଚଢାଉ, ଏକ୍ସପାଏରି ଖାଦ୍ୟ ଜବତ

କଟକ ଅଫିସ,୩୧ା୩: ଠିକ୍‌ ଦାମ୍‌, ଉଚିତ୍‌ ମାନର ଖାଦ୍ୟସାମଗ୍ରୀ କିଣିବା ନିମନ୍ତେ ଲୋକମାନେ ଶପିଂ ମଲ୍‌ ଯାଉଛନ୍ତି। ଶୀତତାପ ନିୟନ୍ତ୍ରିତ ମଲ୍‌ରେ କିନ୍ତୁ ଗ୍ରାହକଙ୍କୁ ଏକ୍ସପାଏରି ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ବାଦାମବାଡ଼ିସ୍ଥିତ ଭି-ବଜାର ନାମକ ଶପିଂ ମଲ୍‌ରେ ଗୁରୁବାର ଏଭଳି କାରନାମା ଧରାପଡ଼ିଛି। ବାଦାମବାଡ଼ି ପୋଲିସ ସେଠାରେ ଚଢ଼ାଉ କରି ବିପୁଳ ପରିମାଣର ଏକ୍ସପାଏରି ଖାଦ୍ୟ ସାମଗ୍ରୀ ଜବତ କରିଛି। ଚଢ଼ାଉବେଳେ ଠକେଇର ତରିକା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ପୋଲିସର ହସ୍ତଗତ ହୋଇଛି। ତଦନ୍ତ ଜାରି ରହିଥିବା ଆଇଆଇସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି।
ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ସୂଚନା ଅନୁସାରେ, ଉକ୍ତ ଶପିଂ ମଲ୍‌ରେ ଏକ୍ସପାଏରି ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଥିବା ନେଇ ବାଦାମବାଡ଼ି ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ତୁରନ୍ତ ସେଠାରେ ଚଢ଼ାଉ କରାଯିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ଏହି ଶପିଂ ମଲ୍‌ରେ ବିକ୍ରି ପାଇଁ ରଖାଯାଇଥିବା ନାମୀଦାମୀ କମ୍ପାନୀର ଖାଦ୍ୟ ପ୍ୟାକେଟ୍‌ରେ ଏକ୍ସପାଏରି ତାରିଖ ଲେଖା ନ ଥିଲା। ବରଂ ପ୍ୟାକେଟଗୁଡ଼ିକରୁ ମାନୁଫାକ୍ଚରିଂ ଓ ଏକ୍ସପାଏରି ତାରିଖକୁ ଏକ ରାସାୟନିକ ତରଳ ପଦାର୍ଥ ବ୍ୟବହାର କରି ଲିଭାଇ ଦିଆଯାଇଥିଲା। ମଲ୍‌କୁ ଆସୁଥିବା ସବୁ ଲୋକ ଖାଦ୍ୟପଦାର୍ଥର ମାନୁଫାକଚରିଂ ଓ ଏକ୍ସପାଏରି ତାରିଖ ବାବଦରେ ସଚେତନ ନୁହନ୍ତି। ତେଣୁ ଏଭଳି କାରନାମା ବିଷୟରେ ସାଧାରଣ ଲୋକେ ଜାଣିବା ମୁସ୍କିଲ। ଖାଦ୍ୟର ଏକ୍ସପାଏରି ତାରିଖ ଶେଷ ହୋଇଯାଇଥିବାରୁ ଗୁଣାତ୍ମକ ମାନ ନଷ୍ଟ ହୋଇଯାଇଛି। ଏଭଳି ଖରାପ ଖାଦ୍ୟ ଲୋକଙ୍କ ଶରୀର ଉପରେ କୁପ୍ରଭାବ ପକାଇବ। ଏ ସମ୍ପର୍କରେ ଆଇଆଇସି ପାଢ଼ୀ କହିଛନ୍ତି, ଉକ୍ତ ମଲ୍‌ରୁ ୨୦ ପ୍ରକାରରୁ ଅଧିକ ଶୁଖିଲା ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି। ସେଗୁଡ଼ିକର ମୂଲ୍ୟ ଆକଳନ କରାଯାଇନାହିଁ। ଖାଦ୍ୟଗୁଡ଼ିକର ମାନ ପରଖିବା ନିମନ୍ତେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଶୁକ୍ରବାର ଖାଦ୍ୟର ମାନ ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri