୫ ମାସ ପରେ ମିଳିଲା ସନାତନଙ୍କ କଙ୍କାଳ

ପରଜଙ୍ଗ, ୩୧।୩(ଡି.ଏନ.ଏ.):ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ବାଲିପଶି ଗ୍ରାମର ନିଖୋଜ ସନାତନ ବେହେରା (୪୫)ଙ୍କ କଙ୍କାଳ ୫ ମାସ ପରେ ସ୍ଥାନୀୟ ଜଙ୍ଗଲରୁ ଠାବ କରାଯାଇଛି। ଶିକାରୀଙ୍କ ବାର୍‌ହା ଫାଶରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ ଅପରାଧ ଲୁଚାଇବାକୁ ଯାଇ ମୃତଦେହ ପୋତି ଦେଇଥିଲେ। ତେବେ ଶିକାରୀଙ୍କ ସର୍ଦ୍ଦାର ତଥା କେନ୍ଦୁପଶି ଗ୍ରାମର ସଞ୍ଜୟ ଦେହୁରୀ ନିଶାସକ୍ତ ଅବସ୍ଥାରେ ମୃତକଙ୍କ ସ୍ତ୍ରୀଙ୍କ ସମ୍ମୁଖରେ ସତ ବଖାଣିଦେବା ପରେ ଏହାର ରହସ୍ୟ ଉନ୍ମୋଚିତ ହୋଇଛି। ଏହି ଘଟଣାରେ ଗୁରୁବାର ସଞ୍ଜୟ ଏବଂ ବାଲିପଶି ଗ୍ରାମର ପିଲୁ ସେଠୀଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ଅଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ନଭେମ୍ବରରୁ ସନାତନ ନିଖୋଜ ହୋଇଯାଇଥିଲେ। ତାଙ୍କ ସ୍ତ୍ରୀ ରୀନା ସାଆନ୍ଦା ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଦୁଇ ପୁଅଙ୍କୁ ଧରି ନିଜ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲେ। ଗତ ମାର୍ଚ୍ଚ ୧୧ରେ ବାଲିପଶି ଗ୍ରାମରେ ଦୋଳଯାତ୍ରା ଅନୁଷ୍ଠିତ ହୋଇଥିଲା। ଅଭିଯୁକ୍ତ ସଞ୍ଜୟ ନିଶାସକ୍ତ ଅବସ୍ଥାରେ ସନାତନଙ୍କ ଘରେ ପହଞ୍ଚତ୍ ରୀନାଙ୍କୁ କାହିଁକି ଆଉ ଶଙ୍ଖା ସିନ୍ଦୂର ପିନ୍ଧିଛ ବୋଲି କହିଥିଲେ। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେ କୌଶଳକ୍ରମେ ଅଭିଯୁକ୍ତଙ୍କଠାରୁ ସତ ଆଦାୟ କରିନେଇଥିଲେ ଏବଂ ଏହାପରେ ସାଆନ୍ଦା ଫାଣ୍ଡିର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ରୀନାଙ୍କ ଅଭିଯୋଗ ଆଧାରରେ ପୋଲିସ ସଞ୍ଜୟ ଏବଂ ପିଲୁଙ୍କୁ ଗିରଫ କରିଛି। ଜେରା ବେଳେ ଅଭିଯୁକ୍ତ ଅପରାଧ ସ୍ବୀକାର କରିଥିବା ପୋଲିସ କହିଛି। ଅଭିଯୁକ୍ତଙ୍କ ବୟାନ ଆଧାରରେ ଜଙ୍ଗଲରୁ ମୃତ ସନାତନଙ୍କ କଙ୍କାଳ ଠାବ କରାଯାଇଥିଲା। ମାଜିଷ୍ଟ୍ରେଟ୍‌ ଭାବେ ପରଜଙ୍ଗ ତହସିଲଦାର ସିରିୟାଲ ଶୁଭ୍ର ପଟେଲ, ଏସ୍‌ଡିପିଓ ରଞ୍ଜନ କୁମାର ଦେ ଉପସ୍ଥିତ ଥିଲେ। ଜିଲା ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି।

ଅଭିଯୁକ୍ତ ସଞ୍ଜୟ ପେସାଦାର ଶିକାରୀ

ସନାତନ ବେହେରା ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ସଞ୍ଜୟ ଦେହୁରୀ ଜଣେ ପେସାଦାର ଶିକାରୀ। ସେ ବାଲିପଶି ହରିଡ଼ାଯୋଡ଼ି ନିକଟରେ ୧୧ କେଭି ଖୁଣ୍ଟିରୁ ବିଦ୍ୟୁତ୍‌ ତାର ବିଛାଇ ବନ୍ୟପ୍ରାଣୀ ଶିକାର କରୁଥିଲେ। ମୃତ ବନ୍ୟପ୍ରାଣୀଙ୍କ ମାଂସ ବିକ୍ରିକରି ହଜାର ହଜାର ଟଙ୍କା କମାଉଥିଲେ। ଏହି କାର୍ଯ୍ୟରେ ତାଙ୍କୁ ଅନ୍ୟ କେତେଜଣ ସହଯୋଗ କରୁଥିଲେ। ହେଲେ ମାଂସଲୋଭୀ ଶିକାରୀଙ୍କ ଫାଶରେ ପଡ଼ି ଏକ ନିରୀହ ଜୀବନ ଚାଲିଯିବା ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପଟେ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଲାଗି ପୋଲିସ ତାଲିକା ପ୍ରସ୍ତୁତ କରୁଛି। ଖୁବ୍‌ଶୀଘ୍ର ଧରପଗଡ଼ ଆରମ୍ଭ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri