ରାସ୍ତାକଡ଼ରେ ଗଜା ଗଛ ଗୋଦାମ

କାଳିଆପାଣି,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତର ଗୁରୁଜଙ୍ଗ ଓସ୍ତପାଳ ଗ୍ରାମରେ ବହୁଳ ଭାବେ ଗଜା (ଛୋଟ) ଗଛ କଟାଯାଇ ରାସ୍ତାକଡ଼ରେ (ଗୋଦାମ)ପରି ଗଦା ହୋଇଥିବା ଦେଖିବାକୁ ମିଳିଛି। ହେଲେ ଏଥିପ୍ରତି ବନ ବିଭାଗର ନଜର ପଡୁନାହିଁ। ଫଳରେ ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି। ବୃକ୍ଷ ହିଁ ଜୀନ, କାଗଜ କଲମ ଓ ସ୍ଲୋଗାନରେ ସୀମିତ ହୋଇ ରହିଯାଇଛି। ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମର କେତେ ଜଣ ଅଧିବାସୀ ଘରର ଜାଳେଣି, ଛାଉଣୀ ଓ ବାଡ଼ିବଗିଚା ଆବଦ୍ଧ କରିବା ପାଇଁ ଛୋଟ ଗଛ କାଟି ରାସ୍ତା କଡ଼ରେ ଗଦା କରୁଛନ୍ତି। ସେ ସବୁ ଶୁଖିଗଲା ପରେ ତାହାକୁ ବ୍ୟବହାର କରୁଛନ୍ତି। ଖଣି ସଂଲଗ୍ନ ଓସ୍ତପାଳ ଗ୍ରାମ ଫେକର ଖଣିକୁ ଯିବା ରାସ୍ତାର ଏକ ବସ୍ତିରେ ବିପୁଳ ଗଜା ଗଛ ଗଦା ହୋଇଥିବା ଦେଖିବାକୁ ମିଳିଛି। ଗ୍ରାମର ପ୍ରାୟ ସମସ୍ତଙ୍କ ଘର ଆଗରେ ଗଜା ଗଛର ଡିପୋ ରହିଛି। ଚିରାଚରିତ ଭାବେ ବର୍ଷ ବର୍ଷ ଧରି ଏଠାରେ ଗଛ କଟା ଚାଲିଛି ବୋଲି ଅଭିଯୋଗ ହୋଇଛି।
ଅନ୍ୟପକ୍ଷଷର ଖଣି ପାଇଁ ବ୍ୟାପକ ବୃକ୍ଷ ନଷ୍ଟ ହେଉଥିବାରୁ ପ୍ରତି ବର୍ଷ ବିପୁଳ ଟଙ୍କା ଖର୍ଚ୍ଚ କରି ବନ ବିଭାଗ ଚାରାରୋପଣ କରୁଛି। ଖଣି କମ୍ପାନୀଗୁଡ଼ିକ ମଧ୍ୟ ବ୍ୟାପକ ଭାବେ ବନୀକରଣ କରୁଥିବା ପ୍ରଚାର ପ୍ରସାର ହେଉଛି। ପ୍ରତ୍ୟେକ ଖଣି ମାଲିକଙ୍କୁ ବନୀକରଣ ନିମନ୍ତେ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଥିବାବେଳେ କମ୍ପାନୀମାନେ କେବଳ କାଗଜ କଲମରେ ଚାରାରୋପଣ କରି ନିଜ ଖଣିକୁ ସୁରକ୍ଷା ଦେଇ ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି। ପ୍ରତି ବର୍ଷ ବର୍ଷାଋତୁ ଆସିଲେ କମ୍ପାନୀଗୁଡ଼ିକ ରାଜନେତା, ଜନପ୍ରତିନିଧି ଓ ବନ ବିଭାଗ ଅଧିକାରୀଙ୍କ ସହିତ ମିଶି ଚାରା ବିତରଣ କରିଥାନ୍ତି। ଏଥିସହିତ କେତେକ ସ୍ଥାନରେ ଗଛ ଲଗାଇଥାନ୍ତି। ହେଲେ ତା’ର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ତାହା ଭୂଇଁରୁ ଉଠିବା ପୂର୍ବରୁ ନଷ୍ଟ ହୋଇଯାଉଛି। ତେବେ ବ୍ୟାପକ ସଚେତନତା ସହିତ ବନ ବିଭାଗ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଜଙ୍ଗଲ ସୁରକ୍ଷା ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଫରେଷ୍ଟର ନରେଶ କୁମାର ଟୁଡୁଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri