କାଳବୈଶାୀରେ ଚାଷୀ କ୍ଷତିଗ୍ରସ୍ତ

ରସୁଲପୁର,୩୧ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ପଶ୍ଚିମା ଝଡ ପ୍ରଭାବରେ ୨ଦିନ ହେଲା କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରାୟତଃ ୧୫୦ କି.ମି. ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଚାଷୀମାନଙ୍କ ବିଶେଷ କ୍ଷତି ହୋଇଛି। ବାଦାମ, ପୋଟଳ, ଝୁଡଙ୍ଗ, କଲରା, କାକୁଡି ଭଳି ଲତା ଜାତୀୟ ପନିପରିବା କିଆରୀରେ ବର୍ଷାପାଣି ଲହଡି ମାରୁଛି। ପବନ ଯୋଗୁ ବଡ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି। ଗଛ ଡାଳ ପଡି ଘର ଭାଙ୍ଗି ଯାଇଛି, ଏକ ଟାଟା ଏସି ଗାଡି ଗଛ ଡାଳ ତଳେ ଚାପି ହୋଇ ରହିଯାଇଛି। ହେଲେ କୌଣସି ମୃତାହତର ସୂଚନା ମିଳି ନାହିଁ। ଏଭଳି ସ୍ଥିତିରେ ଏହି ବ୍ଲକର ଓଡିଶୋ, କଲଣ, ଟିକରପଡା, ପହଁଗା, ଲକ୍ଷ୍ମୀନଗର ଭଳି ଏକାଧିକ ପଞ୍ଚାୟତରେ କ୍ଷୟକ୍ଷତି ଘଟିଛି।
ଓଡିଶୋ ପଞ୍ଚାୟତର ଶାନ୍ତିଲତା ବେହେରାଙ୍କ ଘର ଉପରେ ଗଛ ଡାଳ ପଡିବାରୁ ଚାଳ ଭାଙ୍ଗି ଯାଇଛି। କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ସେ ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି। ଘର ଉପରେ ପଡିଥିବା ଗଛ ଡାଳ କାଟିବାରେ ଅଗ୍ନିଶମ ବିଭାଗ ପକ୍ଷରୁ ସହାୟତା ମିଳି ପାରିନାହିଁ। ନିଜସ୍ବ ଖର୍ଚ୍ଚରେ ମଜୁରୀ ଲଗାଇ ମହିଳା ଜଣକ ଗଛକୁ ଘର ଉପରୁ ହଟାଇ ଦେଇଛନ୍ତି। ତେବେ କାନ୍ଥର ଅବସ୍ଥା ବିପଦପୂର୍ଣ୍ଣ ଥିବାରୁ କ୍ଷତିଗ୍ରସ୍ତ ପରିବାର ଲୋକେ ନିଜ ଘରକୁ ଫେରି ନାହାଁନ୍ତି। କ୍ଷତିଗ୍ରସ୍ତ ପରିବାରକୁ ତହସିଲ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରପଞ୍ଚ ଜିତେନ୍ଦ୍ର ସାହୁ ଦାବି କରିଛନ୍ତି। ଓଡିଶୋ ପଞ୍ଚାୟତର ଚାଷୀ ବାଇଧର ନାୟକ, କରୁଣାକର ସାମଲ, ନାରାୟଣ ନାୟକ ପ୍ରମୁଖଙ୍କ ବାଦାମ ଚାଷରେ ବ୍ୟାପକ କ୍ଷତି ଘଟିଛି। ଶତାଧିକ ଚାଷୀଙ୍କ ପନିପରିବା ଚାଷ ପ୍ରଭାବିତ ହୋଇଛି। ଲକ୍ଷ୍ମୀନଗର ପଞ୍ଚାୟତର ମୁଖ୍ୟ ଗମନାଗମନ ରାସ୍ତାରେ ଗଛଡାଳ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା।  ଏକ ବରଗଛ ଡାଳ ଗୋଟିଏ ମାଲବୋଝଇ ଗାଡି ଉପରେ ପଡିଯିବାରୁ ଉକ୍ତ ଗାଡିଟି ରାସ୍ତା ଉପରେ ଫସି ରହିଥିଲା। ସ୍ଥାନୀୟ ଜନସାଧାରଣ ଡାଳକୁ ହାଣି ରାସ୍ତା ସଫା କରିଛନ୍ତି। ଅଦିନିଆ ଝଡ ତୋଫାନ ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟୁଛି। ଏହାକୁ ପୁରୁଖାମାନେ ମାଳିକା ବର୍ଣ୍ଣିତ ଖଣ୍ଡ ପ୍ରଳୟ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri