ଆଜିଠୁ ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରା

ଓଡ଼ଗାଁ,୩୦ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ରାଧାକାନ୍ତ ମଠଠାରୁ ତୋରଣ ଓ ସାଜସଜ୍ଜା ଆରମ୍ଭ ହୋଇଥିବା ବେଳେ ମନ୍ଦିର ସୂବର୍ଣ୍ଣ କଳସକୁ ଛାଡ଼ି ମନ୍ଦିର ଚୂଡ଼ାକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇଛି।
ମନ୍ଦିର ପରିଚାଳକଙ୍କ ସୂଚନା ଅନୁଯାୟୀ, ଗୁରୁବାର ଶ୍ରୀରାମ ଜନ୍ମ ଅବସରରେ ସକାଳ ୫ରେ ଆଳତୀ, ୭ରେ ବଲ୍ଲଭ ଭୋଗ, ସାଢେ ୮ରେ ଖେଚୁଡି ଭୋଗ, ସାଢେ ୧୦ଠାରୁ ରାମଜନ୍ମ କର୍ମାଙ୍ଗ ଆରମ୍ଭ ହୋଇ ସମସ୍ତ ନୀତି ସମ୍ପାଦନ ପୂର୍ବକ ଅପରାହ୍ନ ୧ରେ ଶ୍ରୀରାମ ଲାଲାଙ୍କ ଆବିର୍ଭାବ ହେବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ଜନ୍ମବିଧାନ ପରେ ମନ୍ଦିର ବନ୍ଦ ରହିବ। ସନ୍ଧ୍ୟା ୬ରୁ ଆଳତି ସହିତ ରାତି ୧୦ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ଜନ୍ମନାରାୟଣ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଦର୍ଶନ ଦେବେ। ମନ୍ଦିର ପ୍ରଶାସନର ସୂଚନା ଅନୁସାରେ ୩୧ ତାରିଖରେ ତାଡକା ବଧ, ଏପ୍ରିଲ ୧ରେ ଅହଲ୍ୟା ଉଦ୍ଧାରଣ, ୨ରେ ଗଙ୍ଗାପାର, ୩ରେ ଧନୁଭଗ୍ନ (ସୀତା ବିବାହ), ୪ରେ ବନବାସ, ୫ରେ ଚିତ୍ରକୂଟ, ୬ରେ ଗୁରୁବାର ହେତୁ ସାଧାରଣ ଦର୍ଶନ, ୭ରେ ଅଷ୍ଟାବଧାନ, ୮ରେ ଯୁଦ୍ଧଯାତ୍ରା, ୯ରେ ଅଭିଷେକ ବେଶରେ ଶ୍ରୀଜୀଉମାନେ ସନ୍ଧ୍ୟା ଦର୍ଶନ ଦେବାକୁ ଥିବା ବେଳେ ୧୦ରେ ପାଣିଖେଳ ସହିତ ଚଳିତ ବର୍ଷର ରାମ ଜନ୍ମ ଉତ୍ସବ ପାଳିତ ହେଉଛି। ଏଥି ନିମନ୍ତେ ହନୁମାନ ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ନୂତନ ପିଚୁ ରାସ୍ତା ସହିତ ଆଲୋକୀକରଣ କରାଯାଇଛି। ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସ୍ଥାନୀୟ ତହସିଲଦାର, ବିଡିଓ ଓ ଶାନ୍ତ କମିଟି ସଦସ୍ୟମାନେ ଶାନ୍ତି ଶୃଙ୍ଖଳା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବେ। ସେହିପରି ଅଗ୍ନିଶମ, ବିଦ୍ୟୁତ୍‌ ବିଭାଗ, ପାନୀୟ ଜଳ ଯୋଗାଣ ପ୍ରତି ଅନୁରୁପ ଧ୍ୟାନ ଦିଆଯିବ ବୋଲି ଜିଲାପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri