ଜରିମାନା ଗଣିବେ ପିଇଓ, ଜିଆର୍‌ଏସ୍‌ଙ୍କ ସହ ଯନ୍ତ୍ରୀ

ନନ୍ଦପୁର, ନନ୍ଦପୁର, ୨୮ା୩ (ଡି.ଏନ.ଏ.): ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୨୩ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମଜିଏନଆରଇଜିଏସ୍‌ରେ ୨୦୧୬ରୁ ୨୦୨୧ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ସମୀକ୍ଷା ହୋଇଥିଲା। ଏଥିରେ ଅନିୟମତତା ହୋଇଥିବା ଧରାପଡିବା ପରେ ପିଇଓ, ଜିଆରଏସ ଓ ଯନ୍ତ୍ରୀଙ୍କଠାରୁ ଜରିମାନା ଆଦାୟ ଲାଗି ନିଷ୍ପତ୍ତି ହୋଇଛି।
ସମୀକ୍ଷାରୁ ଜଣାପଡିଛି, ଆବାସ ଯୋଜନାରେ ୩୧୧ଟି ଗୃହ ଅଦ୍ୟାବଧି ସମ୍ପୂର୍ଣ ହୋଇ ନ ଥିବା ସହ ୧୦୯ଟି ଅନିୟମିତତା କରାଯାଇଥିବା ସାମାଜିକ ସମୀକ୍ଷାରେ ଜଣାପଡ଼ିଛି। ସେଥିମଧ୍ୟରୁ ଥୁବା ପଞ୍ଚାୟତରେ ୪ଟି ଓ ନନ୍ଦକା ପଞ୍ଚାୟତରେ ୧ ଗୃହ ନିର୍ମାଣ ନ ହୋଇ ଅନ୍ୟ ଲୋକଙ୍କ ବ୍ୟାଙ୍କ୍‌ ଖାତାକୁ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଥିଲା। ଏମଜିଏନଆରଇଜିଏସ୍‌ରେ ୧୧ଟି କାର୍ଯ୍ୟରେ ଅନିୟମିତତା କରାଯାଇ ୩ ଲକ୍ଷ ୧ହଜାର ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଥିଲା। ଅଟକଳ ଠାରୁ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଇଥିବାରୁ ଖିନବର ପଞ୍ଚାୟତର ଜିଆରଏସ୍‌ଙ୍କଠାରୁ ୮ହଜାର ୯୮୯ ଟଙ୍କା ଆଦାୟ କରାଯାଇଥିଲା। ଏହି ସାମାଜିକ ସମୀକ୍ଷା ବୈଠକରେ ଏଡିଏମ ରାଜେନ୍ଦ୍ର ମାଝୀ, ଆମ୍ବୁଡସମ୍ୟାନ, ଜିଲା ପରିଷଦ ସଭ୍ୟ ନଳିନୀ ଟାକ୍ରି, ଜିଲା ସାମାଜିକ ସମୀକ୍ଷକ ଅନିଲ ମହାରଣା, ବିଡିଓ ସୁଜିତ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଜସକେତନ ବେହେରା, ଜିପିଇଓ ବେଦାନ୍ତ ମାଝୀ ଉପସ୍ଥିତ ଥିଲେ। ଏଡିଏମ, ଓ ଜିଲା ସାମାଜିକ ସମୀକ୍ଷକ କାର୍ଯ୍ୟରେ ଅବହେଳା କରିଥିବା ପିଇଓ, ଜିଆରଏସ ଓ ଯନ୍ତ୍ରୀଙ୍କଠାରୁ ଅନିୟମିତତା ବାବଦ ଅର୍ଥ ଆସନ୍ତା ୧୫ ଦିନ ମଧ୍ୟରେ ଆଦାୟ କରିବାକୁ ବିଡିଓ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏମ୍‌ପି ପ୍ରତିନିଧି ଗୋପାଳ ମାଟାମ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତ୍ତୁଲ୍‌, ୨୩ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପିଇଓ, ଜିଆରଏସ, ଯନ୍ତ୍ରୀ, ଏପିଓ ଚିନ୍ତାମଣି ତାଣ୍ଡି, ଆବାସ ସଂଯୋଜକ ଜନାର୍ଦ୍ଧନ ଚୌଧୁରୀ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସମୀକ୍ଷକ ନବୀନ ଖରା ପରିଚାଳନା କରିଥିଲେ।
(ଡି.ଏନ.ଏ.)

ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୨୩ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମଜିଏନଆରଇଜିଏସ୍‌ରେ ୨୦୧୬ରୁ ୨୦୨୧ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ସମୀକ୍ଷା ହୋଇଥିଲା। ଏଥିରେ ଅନିୟମତତା ହୋଇଥିବା ଧରାପଡିବା ପରେ ପିଇଓ, ଜିଆରଏସ ଓ ଯନ୍ତ୍ରୀଙ୍କଠାରୁ ଜରିମାନା ଆଦାୟ ଲାଗି ନିଷ୍ପତ୍ତି ହୋଇଛି।
ସମୀକ୍ଷାରୁ ଜଣାପଡିଛି, ଆବାସ ଯୋଜନାରେ ୩୧୧ଟି ଗୃହ ଅଦ୍ୟାବଧି ସମ୍ପୂର୍ଣ ହୋଇ ନ ଥିବା ସହ ୧୦୯ଟି ଅନିୟମିତତା କରାଯାଇଥିବା ସାମାଜିକ ସମୀକ୍ଷାରେ ଜଣାପଡ଼ିଛି। ସେଥିମଧ୍ୟରୁ ଥୁବା ପଞ୍ଚାୟତରେ ୪ଟି ଓ ନନ୍ଦକା ପଞ୍ଚାୟତରେ ୧ ଗୃହ ନିର୍ମାଣ ନ ହୋଇ ଅନ୍ୟ ଲୋକଙ୍କ ବ୍ୟାଙ୍କ୍‌ ଖାତାକୁ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଥିଲା। ଏମଜିଏନଆରଇଜିଏସ୍‌ରେ ୧୧ଟି କାର୍ଯ୍ୟରେ ଅନିୟମିତତା କରାଯାଇ ୩ ଲକ୍ଷ ୧ହଜାର ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଥିଲା। ଅଟକଳ ଠାରୁ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଇଥିବାରୁ ଖିନବର ପଞ୍ଚାୟତର ଜିଆରଏସ୍‌ଙ୍କଠାରୁ ୮ହଜାର ୯୮୯ ଟଙ୍କା ଆଦାୟ କରାଯାଇଥିଲା। ଏହି ସାମାଜିକ ସମୀକ୍ଷା ବୈଠକରେ ଏଡିଏମ ରାଜେନ୍ଦ୍ର ମାଝୀ, ଆମ୍ବୁଡସମ୍ୟାନ, ଜିଲା ପରିଷଦ ସଭ୍ୟ ନଳିନୀ ଟାକ୍ରି, ଜିଲା ସାମାଜିକ ସମୀକ୍ଷକ ଅନିଲ ମହାରଣା, ବିଡିଓ ସୁଜିତ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଜସକେତନ ବେହେରା, ଜିପିଇଓ ବେଦାନ୍ତ ମାଝୀ ଉପସ୍ଥିତ ଥିଲେ। ଏଡିଏମ, ଓ ଜିଲା ସାମାଜିକ ସମୀକ୍ଷକ କାର୍ଯ୍ୟରେ ଅବହେଳା କରିଥିବା ପିଇଓ, ଜିଆରଏସ ଓ ଯନ୍ତ୍ରୀଙ୍କଠାରୁ ଅନିୟମିତତା ବାବଦ ଅର୍ଥ ଆସନ୍ତା ୧୫ ଦିନ ମଧ୍ୟରେ ଆଦାୟ କରିବାକୁ ବିଡିଓ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏମ୍‌ପି ପ୍ରତିନିଧି ଗୋପାଳ ମାଟାମ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତ୍ତୁଲ୍‌, ୨୩ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପିଇଓ, ଜିଆରଏସ, ଯନ୍ତ୍ରୀ, ଏପିଓ ଚିନ୍ତାମଣି ତାଣ୍ଡି, ଆବାସ ସଂଯୋଜକ ଜନାର୍ଦ୍ଧନ ଚୌଧୁରୀ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସମୀକ୍ଷକ ନବୀନ ଖରା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri