ରାସ୍ତା ନିର୍ମାଣରେ ଅର୍ଥ ଆତ୍ମସାତ୍‌

କୋରେଇ,୨୮ା୩(ଡି.ଏନ.ଏ.):ଯାଜପୁର ଜିଲାର ୧୦ ବ୍ଲକ ଅଧୀନରେ ଅନେକ ଗ୍ରାମ୍ୟ ଉନ୍ନୟନ ରାସ୍ତା ସମ୍ପ୍ରସାରଣ ଓ ମରାମତି ଚାଲୁଛି। ତେବେ ଏ ସବୁ ରାସ୍ତା ମରାମତିରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। କୋରେଇ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଚାଲୁଥିବା ୧୩ଟି ରାସ୍ତା ନିର୍ମାଣରେ ଯେନତେନ ପ୍ରକାରେ କାମ କରି ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ହେଲେ ମଧ୍ୟ ତଳୁ ଉପର ଯାଏ ସମସ୍ତେ ଚୁପ ରହୁଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ କେନ୍ଦୁଝର ସୀମା ଭାୟା କଡ଼ମା ୭.୦୩ କି.ମି. ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାକୁ ଉଦାହରଣ ଭାବେ ନିଆଯାଇଛି। ଏହି ରାସ୍ତାର ସମ୍ପ୍ରସାରଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୨ କୋଟି ୬୪ ଲକ୍ଷ ଟଙ୍କାର ଅନୁଦାନ ବରାଦ କରାଯାଇଛି।
କୌଣସି କାରଣରୁ କାମ ୨ବର୍ଷ ବିଳମ୍ବ ହୋଇଥିଲେ ମଧ୍ୟ ଚଳିତ ବର୍ଷ ଠିକାଦାର ଏହାର ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ରାସ୍ତା ନିର୍ମାଣରେ ମଧ୍ୟ ଜମି ଅଧିଗ୍ରହଣକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି। ଠିକାଦାର ବ୍ୟାସନଗର ତହସିଲର ବିନା ଅନୁମତିରେ ମା’ କାମୁଡେଇ ନିକଟରେ ଥିବା ସରକାରୀ ଜମିରୁ ରାସ୍ତାର ମୂଳଦୁଆ ପାଇଁ ମୋରମ ସଂଗ୍ରହ କରିଛନ୍ତି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଚାଷଜମିଗୁଡ଼ିକରୁ ମାଟି ତାଡ଼ିନେବା ଫଳରେ ସାମାନ୍ୟ ବର୍ଷାହେଲେ ରାସ୍ତାର ମୂଳଦୁଆ ଧୋଇଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ତାଙ୍କୁ କ୍ଷତିପୂରଣ ଦିଆଯାଉନାହିଁ। ଚାଷୀଙ୍କୁ ଧମକଚମକ ଦେଇ ଜମିରୁ ମାଟି ସଂଗ୍ରହ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬.୮୦୦ ମିଟର ପିଚୁ କାମ ପାଇଁ ୫ କୋଟି ୮୪ ଲକ୍ଷ ୮୭ ହଜାର ଟଙ୍କାର ବିଲ୍‌ ଅନୁମୋଦନ ହୋଇଥିବା ବେଳେ ୫୦୦ ମିଟର କଂକ୍ରିଟ କାମ ପାଇଁ ୪୯ ଲକ୍ଷ ୭ ହଜାର ଟଙ୍କାର ଅଟକଳ ବରାଦ ହୋଇଛି। ସେହିପରି ୩ଟି କଲଭର୍ଟରେ ୧୨୦୦ ମିଟର ଷ୍ଟୋନ ପ୍ୟାକିଂ ପାଇଁ ୬୪ ଲକ୍ଷ ୩ ହଜାର, ରିଟେନିଂ ୱାଲ ୬୦୦ ମିଟର ପାଇଁ ୬୧ ଲକ୍ଷ ୩୬ ହଜାର, କ୍ରସ୍‌ ଡ୍ରେନେଜ ଷ୍ଟ୍ରକଚର୍‌ ଏବଂ ୩ଟି କଲଭର୍ଟ ନିର୍ମାଣ ବାବଦରେ ୨ କୋଟି ୭୨ ଲକ୍ଷ ୧୩ ହଜାର, ୫ବର୍ଷର ରକ୍ଷଣାବେକ୍ଷଣ ପାଇଁ ୫୧ ଲକ୍ଷ ୬୭ ହଜାର ସହିତ ଜମି ଅଧିଗ୍ରହଣ ପାଇଁ ୨୩ ଲକ୍ଷ ଏବଂ ଅନ୍ୟାନ୍ୟ ମରାମତି ୨୫ ଲକ୍ଷ ୨୭ ହଜାର ଟଙ୍କା ବରାଦ ହୋଇଛି। ମାତ୍ର ପରିତାପର ବିଷୟ ଠିକାଦାର ସେହି କାମକୁ ନିମ୍ନମାନର କରୁଥିବା ଅଭିଯୋଗ ହୋଇଛି। ପୁରୁଣା ପିଚୁ ନ ଖୋଳି ପୂର୍ବରୁ ଥିବା ମେଟାଲ ଓ ଆରମ୍ଭରୁ ଶେଷ ଯାଏ ଅତ୍ୟଧିକ ଡଷ୍ଟ ସାହାଯ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି। ଏଷ୍ଟିମେଟ୍‌ ଅନୁଯାୟୀ ସିମେଣ୍ଟ, ବଜୁରି ଓ ଚିପ୍ସ ଦିଆଯାଉନାହିଁ। ଆବଶ୍ୟକ ଅନୁଯାୟୀ ପାଣି ଦିଆଯାଇ ରୋଲିଂ ହେଉନାହିଁ। କେବଳ ଡଷ୍ଟ ଓ ସାମାନ୍ୟ ବଜୁରି ଦେଇ ରାସ୍ତାର ମୂଳଦୁଆ ତିଆରି ହେଉଛି। ରାସ୍ତାର ପ୍ରଥମରୁ ଶେଷ ଯାଏ ନିର୍ଦ୍ଧାରିତ ଅନୁଯାୟୀ ମୋଟେଇ ହୋଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ସମୟସୀମା ପୂର୍ବରୁ ରାସ୍ତାଟି ନଷ୍ଟ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଚାଷୀଙ୍କ କ୍ଷତିପୂରଣ ପାଇଁ ୨୩ ଲକ୍ଷ ଟଙ୍କା ବରାଦ ହୋଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡିଛି। ମାତ୍ର ଠିକାଦାର ଏବଂ ଅଧିକାରୀ ମିଶି ଏହି ଅର୍ଥକୁ ମଧ୍ୟ ଆତ୍ମସାତ କରିବାକୁ ବସିଛନ୍ତି। କାମ ଚାଲୁଥିବା ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଠିକାଦାରଙ୍କୁ ବେଶ୍‌ ସୁହାଉଥିବା ଚର୍ଚ୍ଚା ହେଉଛି।
ଯେନତେନ କାମ କରି ୧୨ କୋଟିର କାମ କିଭଳି ୬ କୋଟିରେ ଶେଷହୋଇ ପାରିବ ସେନେଇ ଠିକାଦାର ଓ ବିଭାଗୀୟ ଅଧିକାରୀ ଲାଗି ପଡ଼ିଥିବା ଆଲୋଚନା ହେଉଛି। କେତେଜଣ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ସରକାରଙ୍କ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁ ନ ଥିବା ମତପ୍ରକାଶ ପାଇଛି। ତେଣୁ ଏହା ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ସତ୍ୟ ପଦାକୁ ଆସିପାରନ୍ତା ବୋଲି କେତେଜଣ ବୁଦ୍ଧିଜୀବୀ ମତ ରଖିଛନ୍ତି। ରାସ୍ତା କାର୍ଯ୍ୟ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ବେହେରାଙ୍କୁ ପଚାରିବାରେ କାମ ଠିକ୍‌ ଭାବେ ହେଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ଏହି ବ୍ଲକ ତାରାକୋଟଠାରୁ ପୂର୍ବକୋଟ ରାସ୍ତା କାର୍ଯ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ରାତିଅଧିଆ ଶେଷହୋଇଛି। ଏହି ରାସ୍ତାରେ ମଧ୍ୟ ବିପୁଳ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri