ପାଣିକୋଇଲି,୨୬।୩(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ପୋଲ ମରଣଯନ୍ତା ପାଲଟିବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିଲା। ଏନେଇ ଖବର ପ୍ରକାଶ ପରେ ଜାତୀୟ ରାଜପଥ ପୋଟ୍ରୋଲିଂ ସବଇନ୍ସପେକ୍ଟର ଅଶୋକ ବଳ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ, ଠିକାସଂସ୍ଥା ଓ ଯାଜପୁର ଏସପି ବିନୀତ୍ ଅଗ୍ରୱାଲଙ୍କୁ ଜଣାଇଥିଲେ। ଫଳରେ ବିଭାଗୀୟ ଅଧିକାରୀ ଗତ ୧୯ ତାରିଖରେ ଏହାକୁ ମରାମତି କରିଥିଲେ। ହେଲେ ନିମ୍ନମାନର କାର୍ଯ୍ୟଯୋଗୁ ଏକ ସପ୍ତାହ ମଧ୍ୟରେ ପିଚୁ ଉଠିଯାଇଛି। ଶନିବାର ଏକ ଉଚ୍ଚସ୍ତରୀୟ ମରାମତି ଦଳ ରାଜପଥ ପୋଟ୍ରୋଲିଙ୍ଗ ଅଫିସର ବଳଙ୍କ ଉପସ୍ଥିତିରେ ପୁଣି ମରାମତି କାର୍ଯ୍ୟ ଜାରି ରଖିଛିନ୍ତି। ଏହି ମରାମତି ଶେଷ ନା ପୁଣି ସମ ଅବସ୍ଥା ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରକାଶଯେ, ୧୬ ନମ୍ବର ଜାତୀୟ ରାଜପଥରେ ୬ଲେନ କାମ ସରିବାର ନାଁ ଧରୁନି। ବୈଷୟିକ ଜ୍ଞାନ କୌଶଳର ଅଭାବ ଓ ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାର ଖାଲ ସୃଷ୍ଟି ହେବା ସହ ଦୁର୍ଘଟଣାର ଏହା ପ୍ରମୁଖ କାରଣ ସାଜିଛି। ପାଣିକୋଇଲି ଥାନାଠାରୁ ପଥରପଦା ସ୍କୁଲ ମଧ୍ୟରେ ଦୁଇଟି ନାଳ ଉପରେ ପୋଲ ରହିଛି। ୬ ଲେନ କାମ ବେଳେ ଏହି ପୋଲ ନିକଟରେ ଦୁଇଟି ପୋଲ କରାଯାଇ ତାକୁ ମିଶ୍ରଣ କରାଯାଇଥିଲା। ହେଲେ ଏହି ମିଶ୍ରଣ କାର୍ଯ୍ୟର ତ୍ରୁଟି ଯୋଗୁ ଏହା ବାରମ୍ବାର ଭାଙ୍ଗିଯିବା ଦେଖିବାକୁ ମିଳିଛି। ଦୁଇ ପୋଲ ମଝିରେ ବାରମ୍ବାର ଖାଲ ହେବା ଯୋଗୁ ଦୁର୍ଘଟଣା ଘଟୁଛି। କିଛି ଦିନ ତଳେ ଏହାର ମରାମତି ପାଇଁ ମାସେରୁ ଅଧିକ ସମୟ ପଥରପଦା ଗ୍ରାମ ନିକଟ ପୋଲକୁ ଉଭୟ ପାର୍ଶ୍ୱରେ ଅଧାରୁ ଅଧିକ ସିମେଣ୍ଟ୍ ବାରକେଟ ଦେଇ ବନ୍ଦ କରି ରଖାଯାଇ ମରାମତି କରାଯାଇଥିଲା। ଏହି ମରାମତି ସମୟରେ ୧୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟିବା ସହ ଦୁର୍ଘଟଣାକୁ ନେଇ ରାସ୍ତାରୋକୋ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ମରାମତି ସରିବା ପରେ ଏହାକୁ ହଟାଯାଇଥିଲା। ହେଲେ ମରାମତିକୁ ସପ୍ତାହ ପୁରି ନ ଥିବାବେଳେ ଏହା ପୁର୍ବ ଅବସ୍ଥା ସୃଷ୍ଟି କରିଛି। ଦୁଇ ପୋଲ ମଝିରେ ଖାଲ ଓ ଲୁହାରଡ ବାହାରିଥିବାରୁ ବିଶେଷ କରି ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେବା ନଜିର ରହିଛି।
Posted inHome Left, ଆମ ଜିଲା ଖବର, ଯାଜପୁର View All
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
ଅଚାନକ ଦିଲ୍ଲୀ ଟିମ୍ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…
ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video
ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
Archives


