ଅବଧି ସରିଲାଣି, କାମ ସରୁନି

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ ବାଲିକୁଦା ପଞ୍ଚାୟତର ଜନକଠାରୁ ନିଆଳି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ୨୦୨୧ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ୨୦୨୨ ଅଗଷ୍ଟ ୭ରେ ଶେଷ ହେବାକୁ ବିଭାଗ ପକ୍ଷରୁ ଚୁକ୍ତି ହୋଇଥିଲାବେଳେ ଅଦ୍ୟାବଧି ରାସ୍ତା କାମ ଅଧା ହୋଇନାହିଁ। ଯେଉଁଥି ପାଇଁ ସ୍ଥାନୀୟ ଲୋକେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ସେହିପରି ଉକ୍ତ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କଟକ ଚାରବାଟିଆ ପୂର୍ତ୍ତବିଭାଗ ଡିଭିଜନର ବଡ଼ଚଣା ସବ୍‌ଡିଭଜନ ଅଧୀନରେ ଜନକ-ହଳଧରପୁର ରାସ୍ତାକୁ ୭ କୋଟି ୧୨ ଲକ୍ଷ ୨୪ ହଜାର ୭ ଟଙ୍କା ବ୍ୟୟରେ ଉନ୍ନତୀକରଣ କାର୍ଯ୍ୟ କରାଯିବ ବୋଲି ଟେଣ୍ଡର କରାଯାଇ ୨୦୨୧ ନଭେମ୍ବର ୮ରେ ଠିକାଦାର ଶିବ ପ୍ରସାଦ ପରିଡ଼ାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହାର ଅବଧି ୯ ମାସ ରଖା ଯାଇଥିଲା। ରାସ୍ତାଟି ୧୦ କିଲୋମିଟର ଲମ୍ବ ବିଶିଷ୍ଟ ହୋଇଥିଲାବେଳେ ଏହାକୁ ୨ ଭାଗ କରାଯାଇ ଟେଣ୍ଡର କରଯାଇଛି। ପ୍ରଥମ ଭାଗଟି ଜନକଠାରୁ ନିଆଳି ପର୍ଯ୍ୟନ୍ତ ହୋଇଥିଲାବେଳେ ଦ୍ୱିତୀୟ ଭାଗ ନିଆଳିଠାରୁ ହଳଧରପୁର ପର୍ଯ୍ୟନ୍ତ ରହିଛି। ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ୨ଟି ପର୍ଯ୍ୟାୟରେ ୫ ଇଞ୍ଚ ମୋଟେଇର ବିଏମ୍‌ଡବ୍ଲ୍ୟୁ କାମ କରିବା ପରେ ୫ ଇଞ୍ଚ ମୋଟେଇର ପିଚୁ କାର୍ଯ୍ୟ କରାଯିବ। ଏଥିସହିତ ୩ କିଲୋମିଟର ୧୩୦ ମିଟର ପ୍ରୋଟେକ୍ସନ ୱାଲ ନିର୍ମାଣ କରାଯିବ। ଏହି ନଦୀବନ୍ଧ କଡ଼ରେ ଦୁଇଟି ବିଦ୍ୟାଳୟ ରହିଥିବାରୁ କମ୍ପାଉଣ୍ଡ ୱାଲ ଓ ମୁଖ୍ୟ ଫାଟକ ନିର୍ମାଣ କରାଯିବ। ସେହି ଦୁଇଟି ବିଦ୍ୟାଳୟ ହେଲା ଜନକ ନୋଡାଲ ସ୍କୁଲ ଓ ବାଞ୍ଛା ବଟ ନୋଡାଲ ହାଇସ୍କୁଲ। ଏହାମଧ୍ୟରେ ଅବଧି ଶେଷ ହୋଇଥିଲାବେଳେ ଅଦ୍ୟାବଧି ରାସ୍ତାର ପ୍ରଥମ ବିଏମଡବ୍ଲ୍ୟୁ କାମ ଶେଷ ହୋଇନାହିଁ। ଏପରି କି କେବେ ରାସ୍ତା କାମ ସରିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୂର୍ବରୁ ଏହି ନଦୀବନ୍ଧଟି ଜାରକା ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ଗତ ୨୦୧୯ ନଭେମ୍ବରରେ ନଦୀବନ୍ଧ ଉପର ରାସ୍ତା ନିର୍ମାଣ ନିମନ୍ତେ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ଏହି ରାସ୍ତାକୁ ନେଲାପରେ ଟେଣ୍ଡର ପ୍ରକ୍ରିୟା ଚାଲିଥିବାବେଳେ ଗୁପ୍ତ ଟେଣ୍ଡର ଜରିଆରେ ଏହି ରାସ୍ତାରେ ୫୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତି, ଠିକାଦାର ସମୟ ମଧ୍ୟରେ କାମ ସାରି ନ ପାରିବାରୁ ସମୟ ମାଗିଛନ୍ତି। ତାଙ୍କୁ ସମୟ ଦିଆଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ ହେବ। ଅନ୍ୟପକ୍ଷରେ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri