ହାତୀ ମୃତ୍ୟୁ ଚିନ୍ତାଜନକ

ଭଞ୍ଜନଗର,୨୨।୩(ଡି.ଏନ.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ମଙ୍ଗଳବାର ବିଶ୍ୱ ବନ ଦିବସ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଡ଼ିଏଫଓ ସୁଦର୍ଶନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଗତ କିଛିବର୍ଷ ହେବ ରାଜ୍ୟରେ ଜଙ୍ଗଲ ବୃଦ୍ଧି ପାଉଥିବା ନେଇ କହିଥିଲେ। ଏହିଭଳି ଉତ୍ତର ଘୁମୁସର ବନଖଣ୍ଡରେ ମଧ୍ୟ ସଂରକ୍ଷିତ ଜଙ୍ଗଲ ବଦଳରେ ଲୋକଙ୍କ ଜଙ୍ଗଲ ଅଞ୍ଚଳ ବଢ଼ୁଛି। ସଂରକ୍ଷିତ ଜଙ୍ଗଲ ଯେଉଁଭଳି ସେହିଭଳି ଅଛି । ସାଧାରଣ ଲୋକେ ନିଜ ଜମିରେ ଗଛ ଲଗାଉଛନ୍ତି । ସରକାର ମଧ୍ୟ ବିଭିନ୍ନ ଯୋଜନାରେ ରାସ୍ତା କଡ଼ରେ ଗଛ ଲଗାଉଛନ୍ତି । ତେଣୁ ଉକ୍ତ ଗଛ ହିଁ ଜଙ୍ଗଲ ବୃଦ୍ଧିର ମୁଖ୍ୟ କାରଣ ବୋଲି ଡ଼ିଏଫଓ ଶ୍ରୀ ବେହେରା କହିଥିଲେ। ଲୋକ ସଂଖ୍ୟା ବୃଦ୍ଧି ଯୋଗୁ କଳ କାରଖାନାର ଆବଶ୍ୟକତା ବଢ଼ୁଛି । ଖଣି ଖୋଳାଯାଉଛି । ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବାସହ ଜଳବାୟୂ ପରିବର୍ତ୍ତନ ହେଉଛି । ବାଘ ସଂଖ୍ୟା କମିବା ଯୋଗୁ ବାରାହା, ହରିଣ ସଂଖ୍ୟା ବଢ଼ୁଛି । ଅନ୍ୟ ବନଖଣ୍ଡ ଅପେକ୍ଷା ଘୁମୁସର ଉତ୍ତର ବନଖଣ୍ଡ ହାତୀମାନଙ୍କ ଚଳପ୍ରଚଳ ପାଇଁ ସୁରକ୍ଷିତ ସ୍ଥାନ । ତେଣୁ ଏହି ବନଖଣ୍ଡରେ ବର୍ତ୍ତମାନ ୪୫ଟି ହାତୀ ଅଛି । ଏଥିସହ ଅନ୍ୟ ରାଜ୍ୟ ତୁଳନାରେ ମାଈ ହାତୀ ଅନୁପାତ ଅନୁସାରେ ଦନ୍ତା ହାତୀ ମଧ୍ୟ ଅଧିକ ଅଛି ବୋଲି ଶ୍ରୀ ବେହେରା କହିଥିଲେ। ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଗତ କିଛିମାସ ହେବ ଏହି ବନଖଣ୍ଡରେ ହାତୀ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି ବୋଲି କହିଥିଲେ। ତେଣୁ ସମସ୍ତେ ମିଳିମିଶି ବନ୍ୟପ୍ରାଣୀ ଏବଂ ଜଙ୍ଗଲର ସୁରକ୍ଷା କରିବା ପାଇଁ ସେ ଲୋକଙ୍କୁ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ସ୍ବାଇଁ, ଜଗନ୍ନାଥପ୍ରସାଦ କଲେଜର ପ୍ରାଧ୍ୟାପକ ଲୋକନାଥ ମହାନ୍ତି, କ୍ଷତ୍ରିୟବରପୁର କଲେଜ ଅଧ୍ୟକ୍ଷ ବି.ଗୋବିନ୍ଦ ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମନ୍ବୟ ରକ୍ଷା କରି ଜଙ୍ଗଲ ସୁରକ୍ଷା କରିବାକୁ ଉପସ୍ଥିତ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଏବଂ ବନ ବିଭାଗ କର୍ମଚାରୀଙ୍କୁ ଆହ୍ବାନ କରିଥିଲେ। ଜଗନ୍ନାଥପ୍ରସାଦ ରେଞ୍ଜ କର୍ମଚାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri