ଭାରତରେ ମାନବାଧିକାର ଉଲ୍ଲଂଘନର ଅସଂଖ୍ୟ ଦୃଷ୍ଟାନ୍ତ

ଓ୍ବାଶିଂଟନ,୨୨ା୩: ଭାରତରେ ମାନବାଧିକାର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଦେଶରେ ଧର୍ମୀୟ ସଂଖ୍ୟାଲଘୁ, ବିରୋଧୀ ଓ ଖବରଦାତାମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ସୋମବାର ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ବିଭାଗୀୟ ମୁଖ୍ୟ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ୨୦୨୨ କଣ୍ଟ୍ରି ରିପୋଟର୍‌ସ ଅନ୍‌ ହ୍ୟୁମାନ୍‌ ରାଇଟ୍ସ ପ୍ରାକ୍ଟିସେସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ହିନ୍ଦୁ ଜାତୀୟତାବାଦୀ ସରକାର ଅମଳରେ ହେଉଥିବା ବହୁ ମାନବାଧିକାର ହନନକୁ ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ରିପୋର୍ଟକୁ ଇଣ୍ଡିଆନ୍‌ ଆମେରିକାନ୍‌ ମୁସଲିମ୍‌ କାଉନ୍‌ସିଲ (ଏଆଇଏମ୍‌ସି) ସ୍ବାଗତ କରିଛି।
ଭାରତରେ ପ୍ରବଳ ମାତ୍ରାରେ ମାନବାଧିକାର ଉଲ୍ଲଂଘନ ହେଉଥିବା ଏବଂ ସେସବୁକୁ ଓ୍ବାଶିଂଟନ ଅନୁଧ୍ୟାନ କରୁଥିବା ବିଷୟ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିବାର ବର୍ଷକ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ବିସ୍ତୃତ ତଥା ବିଶ୍ଳେଷଣାମତ୍କ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତରେ ମୁସଲମାନ, ଖ୍ରୀଷ୍ଟିଆନ୍‌ ଓ ଅନ୍ୟ ଧର୍ମୀୟ ସଂଖ୍ୟାଲଘୁମାନଙ୍କ ଉପରେ ହିଂସ୍ର ଆକ୍ରମଣର ଅସଂଖ୍ୟ ଉଦାହରଣ ରହିଛି। ମୁସଲମାନମାନଙ୍କ ଘରଗୁଡ଼ିକୁ ସରକାରଙ୍କ ନେତୃତ୍ୱରେ ଭଙ୍ଗାଯାଉଛି। ବିଦ୍ୱେଷପୂର୍ଣ୍ଣ ଆଇନ ବଳରେ ମୁସଲମାନମାନଙ୍କୁ ଟାର୍ଗେଟ କରାଯାଉଛି। କେନ୍ଦ୍ର ସରକାର ଓ ତାଙ୍କ ଏଜେଣ୍ଟମାନେ ନ୍ୟାୟ ବହିର୍ଭୂତ ହତ୍ୟା କରାଇବା ସହ ନିର୍ଯାତନା ଦେଉଛନ୍ତି। ଥାନା ଓ ଜେଲଗୁଡ଼ିକରେ ପୋଲିସ ତଥା କାରାଗାର ଅଧିକାରୀମାନେ ରାଜନୈତିକ ବନ୍ଦୀ ଓ ଅଟକମାନଙ୍କ ସହ ଅମାନବୀୟ ତଥା ଅପମାନଜନକ ବ୍ୟବହାର କରୁଛନ୍ତି। ଖବରଦାତାମାନଙ୍କୁ ଅକାରଣେ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ଗଣମାଧ୍ୟମ ଉପରେ କଟକଣା ଲଗାଯାଉଛି। ଏଭଳି ମୁସଲମାନ ବିରୋଧୀ କାର୍ଯ୍ୟ ବଢ଼ିଚାଲିବା ଏକଚ୍ଛତ୍ରବାଦୀ ଶାସନର ସଙ୍କେତ। କେନ୍ଦ୍ର ସରକାର ମାନବାଧିକାର କର୍ମୀ ଓ ଖବରଦାତାମାନଙ୍କୁ ଗିରଫ କରିବା ପାଇଁ ଅନେକ ସମୟରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)ର ଦୁରୁପଯୋଗ କରୁଥିବାରୁ ସିଭିଲ୍‌ ସୋସାଇଟି ଅର୍ଗାନାଇଜେଶନ୍‌ଗୁଡ଼ିକ ଚିନ୍ତାବ୍ୟକ୍ତ କରୁଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ନରହତ୍ୟା ସମ୍ପର୍କିତ ଧର୍ମୀୟ ହିଂସାର ଅସଂଖ୍ୟ ଦୃଷ୍ଟାନ୍ତ ରହିଥିବା ଉକ୍ତ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୦୧୬ରୁ ୨୦୨୧ ମଧ୍ୟରେ ଗୋହତ୍ୟା, ଗୋମାଂସ ବିକିବା ଓ ଖାଇବା, ଧର୍ମୀୟ ଘୃଣା ଆଦି ସନ୍ଦେହରେ ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ଖ୍ରୀଷ୍ଟିଆନ୍‌ ଓ ମୁସଲମାନଙ୍କୁ ହତ୍ୟା କରାଯାଇଛି ନଚେତ ଭିଡ଼ହିଂସାରେ ପିଟି ପିଟି ଲହୁଲୁହାଣ କରାଯାଇଛି। ରିପୋର୍ଟରେ ମଧ୍ୟପ୍ରଦେଶର ମୁସଲିମ୍‌ ଚାଷୀ ନାଜିର ଅହମଦଙ୍କୁ ଅଗଷ୍ଟ ୨ରେ ଗୋରୁ ଚାଲାଣ ଅଭିଯୋଗରେ ପିଟି ହତ୍ୟା କରାଯାଇଥିବା ବିଷୟ ମଧ୍ୟ ଉଲ୍ଲେଖ କରାଯାଇଛି। ଏନେଇ ଆଇଏଏମ୍‌ସି ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ରଶିଦ୍‌ ଅହମଦ କହିଛନ୍ତି, ବ୍ଲିଙ୍କେନ୍‌ଙ୍କ ରିପୋର୍ଟକୁ ଆମେ ପ୍ରଶଂସା କରୁଛୁ। ଭାରତରେ ପ୍ରବଳ ମାନବାଧିକାର ଉଲ୍ଲଂଘନ ହେଉଥିବାରୁ ଏହାକୁ ‘କଣ୍ଟ୍ରି ଅଫ୍‌ ପର୍ଟିକୁଲାର କନ୍‌ସର୍ନ’ ଭାବେ ତୁରନ୍ତ ଆଖ୍ୟା ଦିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri