Posted inଜାତୀୟ

ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ବୈଧ

ନୂଆଦିଲ୍ଲୀ,୨୨ା୩: ସ୍ୟାଟ୍‌ ଉଚ୍ଛେଦ ନେଇ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୨ରେ ଜାରି କରିଥିବା ବିଜ୍ଞପ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ସାମ୍ବିଧାନିକ ଭାବେ ବୈଧ ଦର୍ଶାଇ ବଳବତ୍ତର ରଖିଛନ୍ତି। ସ୍ୟାଟ୍‌ ଉଚ୍ଛେଦ ଲାଗି ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୟାଟ୍‌ ବାର୍‌ ଆସୋସିଏଶନ୍‌ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ହିମା କୋହଲି ସାମିଲ ଥିବା ଖଣ୍ଡପୀଠ ବାର୍‌ ଆସୋସିଏଶନ୍‌ର ଆବେଦନକୁ ଖାରଜ କରିଦେଇଛନ୍ତି।
ସିଜେଆଇ ଚନ୍ଦ୍ରଚୂଡ଼ ପୂର୍ବାହ୍ନରେ ସ୍ୟାଟ୍‌ ଉଚ୍ଛେଦ ରାୟର ମୁଖ୍ୟାଂଶ ପଢ଼ି ଶୁଣାଇଛନ୍ତି। ଉକ୍ତ ରାୟରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୩ଏ କେନ୍ଦ୍ର ସରକାରଙ୍କୁ ରାଜ୍ୟ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ ଉଚ୍ଛେଦ କରିବାରୁ ବାରଣ କରିନାହିଁ। କାରଣ ଏହା କେବଳ ସାମର୍ଥ୍ୟ ପ୍ରଦାନକାରୀ କ୍ଷମତା, ଯାହା ବଳରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଏକ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରିଥାଆନ୍ତି। ଟ୍ରିବ୍ୟୁନାଲ ଗଠନ ପାଇଁ ଉଦ୍ଦିଷ୍ଟ କ୍ଷମତାରେ ଟ୍ରିବ୍ୟୁନାଲ ଉଚ୍ଛେଦ କ୍ଷମତା ମଧ୍ୟ ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଓଏଟି ଗଠନ କରିବା ପରେ ଅଧିକାରହୀନ ହୋଇଯାଇନାହାନ୍ତି। ଅନୁଚ୍ଛେଦ ୩୨୩ ଏକ ସାମର୍ଥ୍ୟ ପ୍ରଦାନକାରୀ କ୍ଷମତା, ଯାହାକୁ ବାଧ୍ୟତାମୂଳକ ନିୟମ ବିବେଚନା କରାଯାଇପାରିବ ନାହିଁ। ୨୦୧୯ ଅଗଷ୍ଟ ୨ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସ୍ୟାଟ୍‌କୁ ଉଚ୍ଛେଦ କରାଯାଇଥିଲା। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ସ୍ୟାଟ୍‌ର ଉଚ୍ଛେଦ ନ୍ୟାୟ ପାଇବାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁନାହିଁ। କାରଣ ଓଡ଼ିଶା ହାଇକୋର୍ଟ ସ୍ୟାଟ୍‌ରେ ଗଡ଼ୁଥିବା ମାମଲାଗୁଡ଼ିକର ଶୁଣାଣି କରିବେ ବୋଲି ଖଣ୍ଡପୀଠକହିଛନ୍ତି।
୨୦୨୨ ସେପ୍ଟେମ୍ବର ୨୧ରେ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର ଯୁକ୍ତି ବାଢ଼ିଥିଲେ ଯେ, ହାଇକୋର୍ଟର ୮ ବିଚାରପତିଙ୍କୁ ବଦଳି ଓ ନୂଆ ସର୍ଭିସ୍‌ ପ୍ରସଙ୍ଗରେ ଶୁଣାଣି ପାଇଁ ଦାୟିତ୍ୱ ଦିଆଯାଇଛି। ସ୍ୟାଟ୍‌ ଉଚ୍ଛେଦ ପରେ ହାଇକୋର୍ଟକୁ ୪୯,୮୧୭ ମାମଲା ସ୍ଥାନାନ୍ତର କରାଯାଇଛି। ସେଥିରୁ ୩୮,୦୦୦ ମାମଲାର ଫଇସଲା ହୋଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ୧୯୮୬ ଜୁଲାଇ ୪ରେ କେନ୍ଦ୍ର ସରକାର ସ୍ୟାଟ୍‌ ପ୍ରତିଷ୍ଠା କରିଥିଲେ। ଆଡ୍‌ମିନିଷ୍ଟ୍ରେଟିଭ୍‌ ଉଚ୍ଛେଦ ଆଇନ ବଳରେ ସ୍ୟାଟ୍‌କୁ ଉଚ୍ଛେଦ କରିବା ପାଇଁ ୨୦୧୫ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ୧୯୯୭ରେ ଏଲ୍‌. ଚନ୍ଦ୍ର କୁମାରଙ୍କ ମାମଲାରେ ସୁପ୍ରିମକୋର୍ଟ ରାୟ ଦେବା ପରେ ଟ୍ରିବ୍ୟୁନାଲ ରାଜ୍ୟର କର୍ମଚାରୀମାନଙ୍କୁ ନ୍ୟାୟ ଦେବାରେ ନିଜ ମୂଳ ଲକ୍ଷ୍ୟ ହାସଲ କରିପାରି ନ ଥିବା ଦର୍ଶାଇ ଓଡ଼ିଶା ସରକାର ଏପରି ପଦକ୍ଷେପ ନେଇଥିଲେ। ୨୦୧୯ରେ ପ୍ରତ୍ୟେକ ଅପିଲକାରୀ ଓଡ଼ିଶା ହାଇକୋର୍ଟରେ ୨୦୧୯ ଅଗଷ୍ଟ ୨ର ରାୟ ସହ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଖାରଜ କରିବା ପାଇଁ ରିଟ୍‌ ପିଟିଶନ୍‌ ଦାଖଲ କରିଥିଲେ। ହାଇକୋର୍ଟ ସେସବୁକୁ ନେଇ ବିରୋଧୀ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ୨୦୨୧ ଜୁନ୍‌ ୭ରେ ପିଟିଶନ୍‌ଗୁଡ଼ିକୁ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri