ଦୈତାରୀରୁ ୫୦% ଖଣି ଉତ୍ତୋଳନ ପ୍ରତ୍ୟାହାର

ଯାଜପୁର ଅଫିସ,୧୯।୩ : ଯାଜପୁର ଜିଲା ସୁକିନ୍ଦା ବ୍ଲକ ଏବଂ ମହାଗିରୀ ପର୍ବତମାଳା ଚତୁଃପାର୍ଶ୍ୱରେ ପ୍ରଚୂର ପରିମାଣର ଖଣିଜ ସମ୍ପଦ ଭରି ରହିଥିବାରୁ ଏହାକୁ ଓଡ଼ିଶାର ରନତ୍ଗର୍ଭା ବୋଲି କୁହାଯାଉଛି ା ଏଠାରେ ଦେଶର ବହୁ ନାମୀ କମ୍ପାନୀ ନିଜର ବେପାର ମେଲାଇଛନ୍ତି। କିନ୍ତୁ କେତେକ କ୍ଷେତ୍ରରେ ସରକାରଙ୍କ ସର୍ତ୍ତ ଓ ନୀତିନିୟମକୁ ନ ମାନି ଖଣି ଉତ୍ତୋଳନ ଚାଲିଥିବାରୁ ବିପୁଳ ରାଜସ୍ବହାନୀ ହେଉଥିବା ଅଭିଯୋଗ ହେଉଛି। ଯାଜପୁର ରୋଡ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ଅଧୀନ ଜିଲାର ସୀମାନ୍ତ ତଥା କେନ୍ଦୁଝର ଜିଲାର ଦୈତାରୀ ଲୁହା ପଥର ଖଣିରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିବେଶଗତ ଅନୁମତି(ଇସି)ଆଣି ନ ପାରିବାରୁ ଏହି ଖଣିର ଉପତ୍ାଦନ କ୍ଷମତାକୁ ପ୍ରାୟ ୫୦% ହ୍ରାସ କରି ଦିଆଯାଇଛି।
ସୂଚନା ଅନୁଯାୟୀ ୨୦୨୧ ଜୁଲାଇରେ ଏହି ଖଣିରୁ ବାର୍ଷିକ ୩ ମିଲିୟନ ଟମ୍‌(ଏମଟି)ରୁ ୬ ଏମଟି ପର୍ଯ୍ୟନ୍ତ ଲୁହାପଥର ଉତ୍ତୋଳନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିିବି) ପକ୍ଷରୁ ପରିଚାଳନଗତ ଅନୁମତି ବା କନସେଣ୍ଟ ଟୁ ଅପରେଟ(ସିଟିଓ) ଦିଆଯାଇଥିଲା। ହେଲେ ସିଟିଓ ଅନୁଯାୟୀ ବିଭିନ୍ନ ସର୍ତ୍ତ, ନୀତିନିୟମ ଏବଂ ଚୁକ୍ତି ପାଳନ କରିବାରେ ଓଏମ୍‌ସି ବିଫଳ ହେବାରୁ ୩ ଏମ୍‌ଟି ପରିମାଣକୁ ପ୍ରତ୍ୟାହାର କରାଯାଇଛି। ଫଳରେ ଏହି ଖଣି ଉପରେ ନିର୍ଭର କରୁଥିବା ଶିଳ୍ପ କାରଖାନା ସମେତ କର୍ମଚାରୀ ଓ ଶ୍ରମିକଙ୍କ ଆଶା ଧୂଳିସାତ ହୋଇଥିବାବେଳେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବ ବୋଲି ମତପ୍ରକାଶ ପାଇଛି।
ଏସ୍‌ପିସିବିର ନିର୍ଦ୍ଦେଶ ଅନୁଯାୟୀ ୨୦୨୩ ଫେବୃୟାରୀରେ ଦୈତାରୀ ଲୁହାପଥର ବର୍ଦ୍ଧିତ ଖଣି ଉତ୍ପାଦନ ବନ୍ଦ କରିବାକୁ ପଡିଛି। କାରଣ ଏହାର ପରିବେଶ ଅନୁମତି ଅନୁଯାୟୀ ଅନୁମୋଦିତ ସୀମା ଅତିକ୍ରମ କରି ସାରିଛି। ୨୦୨୨ ଜୁଲାଇରୁ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ଦୈତାରୀ ଖଣିରୁ ଲୁହାପଥର ମୂଲ୍ୟ ୨୭% ରୁ ଅଧିକ ବୃଦ୍ଧି ପାଇଛି । ଏଠାରେ ଉତ୍ପାଦନ କେବଳ ପ୍ରଭାବିତ ହୋଇନାହିଁ ସମ୍ପୃକ୍ତ ଶିଳ୍ପ କାରଖାନାଗୁଡିକ ମଧ୍ୟ କ୍ଷତି ସହିଛନ୍ତି ବୋଲି ଅଭିଯୋଗ ଉଠିଛି। ପୂର୍ବ ନିର୍ଦ୍ଧାରିତ ୬ ଏମ୍‌ଟି ଖଣି ଉତ୍ତୋଳନ କରିବାକୁ ପୁଣି ଆବଶ୍ୟକ ପଦକ୍ଷେପ ନ ନେଲେ ଶ୍ରମିକ, କର୍ମଚାରୀଙ୍କ ସମେତ କାରଖାନା ଓ ରାଜ୍ୟ ସରକାର ଆର୍ଥିକସ୍ତରରେ ବହୁଳ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି କ୍ରମରେ ଗତ ୧୬ା୩ା୨୦୨୩ ରେ ହୋଇଥିବା ନିଲାମରେ ମଧ୍ୟ ୧ ଲକ୍ଷ ଟନ୍‌ ପରିବର୍ତ୍ତେ କେବଳ ୧୦ ହଜାର ଟନ୍‌ ପ୍ରଦାନ ଲୁହାପଥର ପ୍ରଦାନ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ଏହାଦ୍ୱାରା ମୂଲ୍ୟବାନ ଲୁହାପଥରକୁ ଭିତ୍ତିକର ଗଢିଉଠିଥିବା ବହୁ କାରଖାନା ଅସହାୟ ହୋଇ ପଡିଛନ୍ତି। ଶ୍ରମିକ ଓ କର୍ମଚାରୀଙ୍କ ଜୀବିନଜୀବିକା ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଅନ୍ୟପକ୍ଷେ କ୍ରୋମାଇଟ ଖଣିରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁର ଜିଲାର ବାଲେଶ୍ୱର ଆଲୋଏଜ, ଜିନ୍ଦଲ ଖଣି, କଳରଙ୍ଗୀ କ୍ରୋମାଇଟ ମାଇନ୍ସ ଓ କଳରଙ୍ଗୀଅଟା କ୍ରୋମାଇଟ ଖଣି ଦୀର୍ଘ ବର୍ଷ ହେଲା ବିଭିନ୍ନ କାରଣରୁ ବନ୍ଦ ପଡିଛି। ଫଳରେ ସେ ଖଣିରେ କାର୍ଯ୍ୟକରି ପରିବାର ପୋଷୁଥିବା ୫ ହଜାରରୁ ଊର୍ଦ୍ଧ୍ୱ ପରିବାର ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ା ଏହାବାଦ୍‌ ଚାଲୁ ରହିଥିବା ବିଭିନ୍ନ ଖଣିରେ ଲୋକଙ୍କୁ ହଟାଇ ମେଶିନ ଦ୍ୱାରା କାର୍ଯ୍ୟ କରିବାରୁ ସ୍ଥାନୀୟ ଅଧିବାସୀ ଦାଦନ ଖଟିବାକୁ ଶ୍ରେୟ ମଣିଛନ୍ତି ା ଅଞ୍ଚଳର ପ୍ରାକୃତିକ ସମ୍ପଦ ଲୁଟ କରିବାରେ ଶିଳ୍ପପତିମାନେ ଲାଗି ପଡିଥିବାବେଳେ ସୁକିନ୍ଦାର ସର୍ବାଙ୍ଗୀନ ଉନ୍ନତି ପାଇଁ ବାହାସ୍ପୁଟ ମାରୁଥିବା ସରକାର ଚୁପ୍‌ ରହି ବସିଯାଇଛି ା ୧୯୪୬ରୁ ସୁକିନ୍ଦା ଉପତ୍ୟକାରେ ଖଣି ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କୁହାଯାଇଛି ା କିନ୍ତୁ ଏହି ସମଗ୍ର ଅଞ୍ଚଳରୁ କେତେ ପରିମାଣର କ୍ରୋମାଇଟ୍‌ ଉତ୍ତୋଳନ ସରିଛି କେହି କହି ପାରୁନାହାନ୍ତି ା ଉତ୍ତୋଳନ ପରେ କେତେ ବଳକା ରହିଛି ତା’ର ମଧ୍ୟ ସଠିକ ହିସାବ କାହାରି ପାଖରେ ନାହିଁ ା ଆଜକୁ ପ୍ରାୟ ୨୫ ବର୍ଷ ତଳେ ଯାଜପୁର ଜିଲାର ସାଧାରଣ ଲୋକେ କୋ୍ରମାଇଟର ପ୍ରକୃତ ମୂଲ୍ୟ ଏବଂ ଏଗୁଡିକୁ କିପରି ଚୋରାଚାଲାଣ ସମ୍ପର୍କରେ ଅବଗତ ନ ଥିଲେ ା ସେହି ସମୟରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ସଲାସୁତୁରା କରି ବ୍ୟବସାୟୀମାନେ ବହୁ ହଜାର କୋଟି ଟଙ୍କାର କ୍ରେମାଇଟ ଲୁଟ୍‌ କରିଛନ୍ତି ା ଏବେ ସେହି ବ୍ୟବସାୟୀମାନେ ଓଡ଼ିଶାର ପ୍ରତିଷ୍ଠିତ ଧନଶାଳୀ ବ୍ୟକ୍ତିଭାବେ ଗଣାଯାଉଛନ୍ତି ା ଏଭଳି ଚୋରି ହୋଇଥିବା କ୍ରୋମାଇଟର ପରିମାଣ ଓ ତାର ମୂଲ୍ୟ ଜାଣିବା ସରକାରଙ୍କ ପକ୍ଷରେ କାଠିକର ପାଠ ହୋଇଛି ା ଏଭଳିସ୍ଥିତିରେ ଖଣି ଉତ୍ତୋଳନକୁ ସରକାର ସୁନିୟନ୍ତ୍ରିତ କରିବାର ଆବଶ୍ୟକତା ବଢିଯାଇଛି ା
ଏ ସଂକ୍ରାନ୍ତରେ ଯାଜପୁର ରୋଡ ଡିଡିଏମ୍‌ ବିଭୂତି ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ପରିବେଶଗତ ଅନୁମତି ପାଇଁ ବର୍ଦ୍ଧିତ ଉତ୍ତୋଳନ ପରିମାଣକୁ ପ୍ରତ୍ୟାହାର କରାଯାଇଛି। ତେବେ ବର୍ତ୍ତମାନ ପୂର୍ବ ନିର୍ଦ୍ଧାରିତ ବାର୍ଷିକ ୩ ଏମ୍‌ଟି ଖଣି ଉତ୍ତୋଳନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri