ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌, ୧୮ ଘଣ୍ଟାରେ ଖସିପଡ଼ିଲା ସ୍ଲାବ୍‌

କେନ୍ଦ୍ରାପଡ଼ା ଅଫିସ,୧୬ା୩: କେନ୍ଦ୍ରାପଡ଼ା ସହର ତିନିମୁହାଣୀ ଛକ ନିକଟ ନିର୍ମାଣାଧୀନ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ୱ ପୋଲ ବୁଧବାର ଭୁଶୁଡି ପଡିଛି। ଏହି ଦୁର୍ଘଟଣାରୁ କାର୍ଯ୍ୟରତ ଶ୍ରମିକମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେହିପରି ରାସ୍ତାଠାରୁ ପ୍ରାୟ ୧୦୦ ମିଟର ଦୂରରେ କୌଣସି ଲୋକ ନ ଥିବାରୁ କେହି ମୃତାହତ ହୋଇ ନାହାନ୍ତି। ପୂର୍ତ୍ତ ବିଭାଗର ଏହି ନବନିର୍ମାଣ ପୋଲ ଭୁଶୁଡିବା ପରେ ତା’ର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଫକୀର ଚନ୍ଦ୍ର ଖଟୁଆ, ଦିଲ୍ଲୀପ ଦାଶ, ଶ୍ୟାମାମଣି ତ୍ରିପାଠୀ, ଉମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ କହିଛନ୍ତି, ସହରର କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ତିନିମୁହାଣୀ ଚଟି ପୋଲଠାରୁ ନୂଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଦ୍ୱିତୀୟ ବାଇପାସ୍‌ ରୋଡ ନିର୍ମାଣ ହେଉଛି। ପୋଲର ପିଲର ନିର୍ମାଣ ସରିଥିବା ବେଳେ ଏବେ ବାଡା ତିଆରି କରାଯାଉଛି। ମଙ୍ଗଳବାର ଅପରାହ୍ନ ୩ଟାରେ ୩୬ ମିଟର ଲମ୍ବ ଓ ୬ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ପୋଲର ଦ୍ୱିତୀୟ ବାଡା ଦୁଇଟି କ୍ରେନ ସାହାଯ୍ୟରେ ଉଠାଯାଇ ରଖାଯାଇଥିଲା। ବୁଧବାର ସକାଳ ପ୍ରାୟ ୯ଟାରେ ହଠାତ୍‌ ପୋଲ ବାଡା ଭୁଶୁଡି ପଡିବାରୁ ମୃଦୁ ଭୂମିକମ୍ପ ପରି ଅନୁଭବ ହୋଇଥିଲା। ଘଟଣାସ୍ଥଳରୁ କାର୍ଯ୍ୟରତ ଶ୍ରମିକମାନେ ଦୌଡି ପଳାଇ ଯାଇଥିଲେ। ଏହି ବାଇପାସ୍‌ ରୋଡ ନିର୍ମାଣ ଦାୟିତ୍ୱ ଏଆରଏସ୍‌ଏସ୍‌ କମ୍ପାନୀ ନେଇଛି। ନିର୍ମାଣ କାର୍ଯ୍ୟରେ ବହୁ ଅନିୟମିତତା ଥିବା ବହୁବାର ପୂର୍ତ୍ତ ବିଭାଗ ଦୃଷ୍ଟିକୁ ଅଣାଯାଇଛି। ଉଦ୍‌ଘାଟନ ପୂର୍ବରୁ ପୋଲ ଭୁଶୁଡି ଥିବାରୁ ଏହାର ସ୍ଥାୟିତ୍ୱ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ସେମାନେ ମତ ଦେଇଛନ୍ତି। ଅପରପକ୍ଷେ କାର୍ଯ୍ୟରତ ଶ୍ରମିକମାନେ କହିଛନ୍ତି, କ୍ରେନ ହଟାଇବା ବେଳେ ରଖାଯାଇଥିବା ପୋଲ ବାଡା ଭୁଶୁଡି ପଡିଥିଲା। ଏସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ପୋଲ ନିର୍ମାଣରେ
ତ୍ରୁଟିକୁ ନେଇ ବୈଷୟିକ ଟିମ୍‌ ଯାଞ୍ଚ କରିବ। ତେବେ ଘଟଣାସ୍ଥଳରେ କେହି ମୃତାହତ ହୋଇନାହାନ୍ତି। ନିର୍ମାଣଗତ ତ୍ରୁଟି ଥିଲେ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ସହର ରାସ୍ତାରୁ ଭିଡ଼ କମାଇବା ପାଇଁ ତିନିମୁହାଣୀସ୍ଥିତ ଚଟି ପୋଲଠାରୁ ଗରାପୁର କାଳୀମନ୍ଦିର ପର୍ଯ୍ୟନ୍ତ ଦ୍ୱିତୀୟ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଏଆରଏସ୍‌ଏସ୍‌ କମ୍ପାନୀ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗରୁ ୨୩କୋଟି ୭୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟାଦେଶ ନେଇଥିଲା। ଏହି କାର୍ଯ୍ୟାଦେଶ ମଧ୍ୟରେ ବାଇପାସ୍‌ ରାସ୍ତାର ଗୋବରୀ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ନଭେମ୍ବର ୮ ରେ ଏହି ସେତୁର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୪ବର୍ଷ ପରେ ୨୦୨୦ ଫେବୃୟାରୀ ୭ରେ ଏହି ସେତୁର ନିର୍ମାଣ କାମ ଆରମ୍ଭ ହୋଇ ୨୦୨୨ ମାର୍ଚ୍ଚ ୬ରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଅଦ୍ୟାବଧି ଏହି ପ୍ରକଳ୍ପର ୫୦ପ୍ରତିଶତ କାମ ଶେଷ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri