Odisha Elections 2024

୧୦ ବର୍ଷରେ ୭୮୪ ହାତୀ ମୃତ

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ହାତୀବଂଶ ଧୀରେ ଧୀରେ ଲୋପ ହୋଇଯିବ। ଖାଦ୍ୟ, ପାନୀୟ ଓ ବାସସ୍ଥଳୀ ଅଭାବରୁ ଏହି ବିଶାଳକାୟ ଜୀବ ଜନବସତିମୁହାଁ ହେଉଛନ୍ତି। ଫଳରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ କାରଣରୁ ହାତୀ ମୃତ୍ୟୁମୁଖରେ ପଡୁଛନ୍ତି। କେବଳ ହାତୀ ନୁହେଁ ଏହି ସଂଘର୍ଷରେ ଅନେକ ବ୍ୟକ୍ତିଙ୍କର ମଧ୍ୟ ପ୍ରାଣହାନି ଘଟୁଛି।
ଗତ ୧୦ ବର୍ଷ(୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ)ରେ ଓଡ଼ିଶାର ବିଭିନ୍ନ ଜିଲାରେ ୭୮୪ ହାତୀ ମରିଥିବା ବେଳେ ୯୨୫ ମଣିଷ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଭାଜପା ସଭ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମଙ୍ଗଳବାର ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ୨୦୧୨-୧୩ରେ ୮୨ ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୪, ୨୦୧୫-୧୬ରେ ୮୬, ୨୦୧୬-୧୭ରେ ୭୬, ୨୦୧୭-୧୮ରେ ୭୮, ୨୦୧୮-୧୯ରେ ୯୩, ୨୦୧୯-୨୦ରେ ୮୨, ୨୦୨୦-୨୧ରେ ୭୭ ଏବଂ ୨୦୨୧- ୨୨ରେ ୮୬ ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୧୨-୧୩ରେ ହାତୀ ଆକ୍ରମଣରେ ୮୦ ଜଣଙ୍କର ଜୀବନ ଯାଇଥିବା ବେଳେ ୨୦୧୩-୧୪ରେ ୬୭, ୨୦୧୪-୧୫ରେ ୬୫, ୨୦୧୫-୧୬ରେ ୮୯, ୨୦୧୬-୧୭ରେ ୬୬, ୨୦୧୭-୧୮ରେ ୧୦୫, ୨୦୧୮-୧୯ରେ ୮୫, ୨୦୧୯-୨୦ରେ ୧୧୭, ୨୦୨୦-୨୧ରେ ୧୩୯ ଓ ୨୦୨୧-୨୨ରେ ୧୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ଏହି ସମୟରେ ମୋଟ ୨୧୨ ଜଣ ହାତୀ ଆକ୍ରମଣରେ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇଛନ୍ତି। ୨୦୧୨-୧୩ରେ ୫, ୨୦୧୩-୧୪ରେ ୧୯, ୨୦୧୪-୧୫ରେ ୧୦, ୨୦୧୫-୧୬ରେ ୧୩, ୨୦୧୬-୧୭ରେ ୧୪, ୨୦୧୭-୧୮ରେ ୧୮, ୨୦୧୮-୧୯ରେ ୧୬, ୨୦୧୯-୨୦ରେ ୪୫, ୨୦୨୦-୨୧ରେ ୨୧ ଓ ୨୦୨୧-୨୨ରେ ସର୍ବାଧିକ ୫୧ ଜଣ ଅକର୍ମଣ୍ୟ ହୋଇଛନ୍ତି। ହାତୀ ମୃତ୍ୟୁ ମାମଲା ମଧ୍ୟରୁ ୩୯ ମାମଲାର ତଦନ୍ତ କରାଯାଇ ୫୦ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଚାର୍ଜଶିଟ୍‌ ହୋଇଛି। ତେବେ କୌଣସି ଅଭିଯୁକ୍ତଙ୍କୁୁ ବର୍ତ୍ତମାନ ସୁଦ୍ଧା ଦଣ୍ଡ ଦିଆଯାଇନାହିଁ।୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ ହାତୀ ଅଛନ୍ତି। ହାତୀ ସୁରକ୍ଷା ନିମନ୍ତେ ଜଙ୍ଗଲରେ ବୃକ୍ଷରୋପଣଠାରୁ ଆରମ୍ଭ କରି ଚାରଣ ଭୂମି ସୃଷ୍ଟି, ଜଳାଶୟ ଖନନ, ଶିକାରୀ ନିରୋଧ ଶିବିର କରିବା, ବୈଜ୍ଞାନିକ ଜ୍ଞାନକୌଶଳ ଦ୍ୱାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି। ସେହିପରି ଭାଜପା ସଭ୍ୟ କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟର ୩୯ଟି ବନଖଣ୍ଡରେ ବିଭିନ୍ନ କାରଣରୁ ୪୧୦ ହାତୀଙ୍କ ମୃତ୍ୟୁ ହୋଇଛି। ଏହି ୫ ବର୍ଷ ଭିତରେ ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶିକାରୀଙ୍କ ହାତରେ ୧୦ ହାତୀଙ୍କ ଜୀବନ ଯାଇଛି। ବିଷ ପ୍ରୟୋଗ ଦ୍ୱାରା ରାଉରକେଲା ଡିଭିଜନରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି। ବିଦ୍‌ୟୁତ୍‌ ଆଘାତରେ ଆକସ୍ମିକ ଭାବେ ୨୬ ହାତୀଙ୍କ ଜୀବନ ଯାଇଥିବା ବେଳେ ସୁଚିନ୍ତିତ ଭାବେ ୩୫ ହାତୀ ମରାଯାଇଛି। ରେଳ ଦୁର୍ଘଟଣାରେ ୧୭ ଓ ସଡ଼କ ଦୁର୍ଘଟଣାରେ ୪ ହାତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୮୫ ହାତୀଙ୍କ ମୃତ୍ୟୁ ହୋଇଛି। ଆନ୍ଥ୍ରାକ୍ସ ରୋଗରେ ୨୪ ଓ ହରପିସ୍‌ ରୋଗରେ ୧୦ ହାତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ରୋଗରେ ୧୨୪ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ହାତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ

ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍‌ସି ଅନୁମୋଦନରେ ବିଭିନ୍ନ ସଂସ୍ଥା...

ଅଧିକାଂଶ ଭୋଟରଙ୍କୁ ମିଳିନି ଚିରକୁଟି

ରାଉରକେଲା, ୧୯ା୫(ସଙ୍ଗୀତା ଜେନା)ଆଉ ମାତ୍ର ଦିନକ ପରେ ସୁନ୍ଦରଗଡ଼ ଲୋକ ସଭା ଓ ବିଧାନସଭା ଆସନ ଲାଗି ମତଦାନ ହେବାକୁ ଯାଉଛି। ମତଦାନ ସଂଖ୍ୟା ବୃଦ୍ଧି...

ଭବାନୀପାଟଣାରେ ଫେଲ୍‌ ମାରିଛି ମୁକ୍ତା ଯୋଜନା

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ନିର୍ମାଣ ହୋଇଥିବା ରାସ୍ତାକଡ଼ ବ୍ୟାୟାମଶାଳା ପିଲାଙ୍କ ପାର୍କ ନା ସୌନ୍ଦର୍ଯ୍ୟକରଣ ଉପକରଣ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି...

୨୫ ପରିବାରକୁ ଗୋଟିଏ ନଳକୂପ

ଝରିଗାଁ,୧୯।୫(କିଶୋର ଚନ୍ଦ୍ର ମଣ୍ତଳ)ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପାନୀୟ ଜଳ ସଙ୍କଟ ଦେଖା ଦେଉଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଦାବି ଜଣାଇଲେ ମଧ୍ୟ...

୧୦୦ ପିଲାଙ୍କୁ ୨ ଶିକ୍ଷକ

ଉମରକୋଟ, ୧୯।୫(ସନ୍ତୋଷ ଶତପଥୀ)ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତିଙ୍କ ଉନ୍ନତି ପାଇଁ ଯୋଜନା କରୁଛନ୍ତି। କିନ୍ତୁ ପିଲାଙ୍କ ପାଠପଢ଼ା ଚୁଲିକୁ ଯିବାକୁ ବସିଲାଣି। ପିଲାଙ୍କୁ ଉନ୍ନତ...

ରାଜନୈତିକ ନୁହେଁ, ନ୍ୟାୟ ପାଇଁ ଲଢ଼େଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା)ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ...

ଆସିକାର ବିକାଶ ଶୀର୍ଷ ଛୁଇଁବ: ମଞ୍ଜୁଳା

ଆସିକା/ବ୍ରହ୍ମପୁର,୧୯ା୫(ସୁରେନ୍ଦ୍ରନାଥ ସାହୁ/ଅଶୋକ କୁମାର ସାହୁ):ଆସନ୍ତା ୨୦ ତାରିଖରେ ଆସିକା ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ।...

ରାସ୍ତା କାମ ଅଧାରୁ ଛାଡ଼ି ଠିକାଦାର ଛୁ’

ପାଣିକୋଇଲି,୧୯ା୫(ବିକାଶ ମଲ୍ଲିକ)ଅମୃତିଆଠାରୁ ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତା ଏବେ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ପୂର୍ବରୁ ପାଣିକୋଇଲି ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ ଅମୃତିଆ ଗ୍ରାମ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri