Odisha Elections 2024

ଇମ୍ରାନଙ୍କୁ କୋର୍ଟରେ ଆଶ୍ୱସ୍ତି, ଜାମିନବିହୀନ ଓ୍ବାରେଣ୍ଟ ଉପରେ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ରୋକ…

ଇସଲାମାବାଦ,୧୪।୩ : ମହିଳା ବିଚାରପତି ତଥା ଅନ୍ୟ ଅଧିକାରୀଙ୍କୁ ଧମକ ଦେବା ମାମଲାରେ ଅଡୁଆରେ ପଡିଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ୱାରେଣ୍ଟକୁ ଇସଲାମାବାଦର ଏକ କୋର୍ଟ ସ୍ଥଗିତ ରଖିଛନ୍ତି।

ସୋମବାର ଦିନ ଇମ୍ରାନ ଖାନଙ୍କ ବିରୋଧରେ ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ ଜେବା ଚୌଧୁରୀ ଏବଂ ଇସଲାମାବାଦ ପୋଲିସ ଅଧିକାରୀଙ୍କ ବିରୋଧରେ ଧମକପୂର୍ଣ୍ଣ ଭାଷା ବ୍ୟବହାର କରିଥିବା ନେଇ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା ବୋଲି ଡନ ନ୍ୟୁଜ ରିପୋର୍ଟ କରିଥିଲା। ସୋମବାର ଶୁଣାଣିରେ ଇମ୍ରାନଙ୍କ ଓକିଲ କହିଛନ୍ତି ଯେ ଭିଡିଓ ଲିଙ୍କ ମାଧ୍ୟମରେ ପିଟିଆଇ ନେତା କୋର୍ଟରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ବରିଷ୍ଠ ନାଗରିକ ବିଚାରପତି ରାଣା ମୁଜାହିଦ ରହିମ ତାଙ୍କ ଆବେଦନକୁ ଖାରଜ କରି ମାର୍ଚ୍ଚ ୨୯ସୁଦ୍ଧା ଇମ୍ରାନଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପରେ ପିଟିଆଇ ନେତା ଇମ୍ରାନ ଖାନ ୱାରେଣ୍ଟକୁ ଜିଲା କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଯେଉଁଠାରେ ଅତିରିକ୍ତ ସେସନ୍ସ ଜଜ ଫୈଜାନ ହାଇଦର ଗିଲାନି କହିଛନ୍ତି ଯେ ଇମ୍ରାନ ଖାନଙ୍କ ଆଇନଜୀବୀ ଯୁକ୍ତି ଦର୍ଶାଇଛନ୍ତି ଯେ ସୁରକ୍ଷା କାରଣରୁ ତାଙ୍କ ଆବେଦନକାରୀ ଟ୍ରାଏଲ କୋର୍ଟରେ ହାଜର ହୋଇପାରିବେ ନାହିଁ। ଶୁଣାଣି ସମୟରେ ଇମ୍ରାନ ଖାନଙ୍କ ଓକିଲ କହିଛନ୍ତି ଯେ ତାଙ୍କ ବିରୋଧରେ ସୁରକ୍ଷା ଧମକ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇସଲାମାବାଦ ପରିଦର୍ଶନ କରିବା ସୁରକ୍ଷିତ ନୁହେଁ।

ମଙ୍ଗଳବାର ଦିନ କୋର୍ଟରେ ହାଜର ହୋଇଥିବା ଆଡଭୋକେଟ ନାଏମ ପଞ୍ଜୋଥା ଏବଂ ଇଣ୍ଟିଜର୍‌ ପଞ୍ଜୋଥା ଯୁକ୍ତି ବାଢ଼ିଛନ୍ତି ଯେ ପିଟିଆଇ ମୁଖ୍ୟଙ୍କ ବିରୋଧରେ ଜାରି କରାଯାଇଥିବା ସମସ୍ତ ଓ୍ବାରେଣ୍ଟ ଜାମିନଯୋଗ୍ୟ ଅଟେ। ଇମ୍ରାନଙ୍କ ପାଇଁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି କି ନାହିଁ ବୋଲି ବିଚାରପତି ପ୍ରଶ୍ନ କରିଥିଲେ। ଆଇନଜୀବୀ ଉତ୍ତର ଦେଇଥିଲେ ଯେ ପୂର୍ବରୁ ମହିଳା ବିଚାରପତିଙ୍କୁ ଧମକ ଦେବା ମାମଲାରେ କୌଣସି ଗିରଫ ପରୱାନା ଜାରି କରାଯାଇ ନାହିଁ। ତୋସାଖାନା ମାମଲାରେ ଇମ୍ରାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିବା ସରକାରଙ୍କ ପକ୍ଷରୁ ଉପସ୍ଥିତ ହୋଇଥିବା ଆଇନଜୀବୀ କୋର୍ଟଙ୍କୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋଖବେର ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି

ଦୁବାଇ,୨୦ା୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିବା ପରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ସୋମବାର ପ୍ରଥମ ଉପରାଷ୍ଟ୍ରପତି...

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବେ ଏହି ପଦ? କ’ଣ କହୁଛି ସମ୍ବିଧାନ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ଉଦ୍ଧାରକାରୀ ଦଳ ରେଡ କ୍ରେସେଣ୍ଟ ଘଣ୍ଟା ଘଣ୍ଟା ପରିଶ୍ରମ...

ଅଧା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ସ୍ବପ୍ନ

ତେହେରାନ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଆଉ ନାହାଁନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ହୁସେନ ଆମୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ସୌଦି କିଙ୍ଗ ସଲମାନ ଅସୁସ୍ଥ

ରିୟାଦ,୨୦।୫: ସୌଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ...

ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍‌ରେ ଖୁସିର ମାହୋଲ

ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri