‘ଦ’ ଏଲିଫ୍ୟାଣ୍ଟ ହ୍ବିସପରର୍ସ’ର ଓସ୍କାର ଜିତିବା ଖୁସିରେ ଅମୁଲ କଲା ଡୁଡଲ: ଲେଖିଲା, ହାଥି ମେରେ ସାଥି

ମୁମ୍ବାଇ,୧୪।୩: ଚଳିତ ଥର ଭାରତ ଓସ୍କାର ପୁରସ୍କାରରେ ଇତିହାସ ସୃଷ୍ଟି କରିଛି। ଯେଉଁଠାରେ ଆର୍‌ଆର୍‌ଆର୍‌ ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଶ୍ରେଷ୍ଠ ଅରିଜିନାଲ୍‌ ସଙ୍ଗ୍‌ ବର୍ଗରେ ଓସ୍କାର ଜିତିଛି ସେଠାରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ‘ଦ’ ଏଲିଫ୍ୟାଣ୍ଟ ହ୍ବିସପରର୍ସ’କୁ ପୁରସ୍କୃତ କରାଯାଇଛି। ବର୍ତ୍ତମାନ ଭାରତୀୟ ଫିଲ୍ମକୁ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ମିଳଥିବା ବିଜୟକୁ ନେଇ ସମଗ୍ର ଦେଶ ଉତ୍ସବ ପାଳନ କରୁଛି। ଇତିମଧ୍ୟରେ ଭାରତର ଏକ ଲୋକପ୍ରିୟ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏକ ଡୁଡଲ ମାଧ୍ୟମରେ ୯୫ତମ ଏକାଡେମୀ ଆଓ୍ବାର୍ଡରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ବର୍ଗରେ ଓସ୍କାର ଜିତିଥିବା ‘ଦ’ ଏଲିଫ୍ୟାଣ୍ଟ ହ୍ବିସପରର୍ସ’କୁ ଏକ ସୁନ୍ଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଚଳଚ୍ଚିତ୍ର ନିର୍ମାତା ଗୁନୀତ ମୋଙ୍ଗା ଏବଂ ନିର୍ଦ୍ଦେଶକ କାର୍ତ୍ତିକୀ ଗୋନସାଲଭଙ୍କ ହାତୀ ସହିତ ଏକ କାର୍ଟୁନ ଶେୟାର କରି ଏହାର କ୍ୟାପସନରେ େଲେଖିଛନ୍ତି, ‘ହାଥୀ ମେରେ ସାଥି’ ଏବଂ ‘ଅମୁଲ ଜମ୍ବୁ ସ୍ବାଦ’। ଉକ୍ତ ଡୁଡଲରେ ଗୁନୀତ ଏବଂ କାର୍ତ୍ତିକୀଙ୍କୁ ନିଜ ହାତରେ ଓସ୍କାର ଆଓ୍ବାର୍ଡ ଧରିଥିବାର ଦେଖିବାକୁ ମିଳିଥିବା ବେଳେ ହାତୀଟି ମଧ୍ୟ ଦୁଇ ଗୋଡରେ ଠିଆ ହୋଇ ଜଲି ମୁଡରେ ନଜର ଆସିଛି। ଏହି ପୋଷ୍ଟ ଶେୟାର ହେବାର କିଛି ସମୟ ମଧ୍ୟରେ ଏହାକୁ ୭୬,୦୦୦ରୁ ଅଧିକ ଲୋକ ଦେଖି ପସନ୍ଦ କରିଛନ୍ତି। ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri