ନବରଙ୍ଗପୁର ଜିଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିଛି

ନବରଙ୍ଗପୁର,୧୩ା୩(ବି.ପ୍ର.)ସବୁ କ୍ଷେତ୍ରରେ ପଛୁଆ ଜିଲା ଭାବେ ପରିଗଣତି ନବରଙ୍ଗପୁରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି। ଜିଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରି ମଧ୍ୟ ମୋଟ ୯୭୩ଜଣ ପରୀକ୍ଷାର୍ଥୀ ପ୍ରଥମ ଦିନର ଓଡ଼ିଆ ପରୀକ୍ଷା ଦେଇନାହାନ୍ତି। ଶିକ୍ଷା ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ କେହି ମାନିବାକୁ ନାରାଜ। ତାଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ଜିଲାରେ ଶିକ୍ଷାର ମୂଳଦୁଆ ଭାଙ୍ଗି ପଡୁଛି । ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ର ନିଜେ ଫର୍ମ ପୂରଣ କରିଥିଲେ ନା କେବଳ ସେମାନଙ୍କ ଲାଗି ଆସୁଥିବା ଷ୍ଟାଇପେଣ୍ଡ, ପୋଷାକ ପତ୍ର ପାଇଁ ସଂଖ୍ୟା ବଢ଼ାଯାଇଛି କି ଏହା ରାଜ୍ୟ ସରକାର ଏବଂ ଜିଲା ଶିକ୍ଷା ବିଭାଗର ନୂଆ ଷଡ଼ଯନ୍ତ୍ର ବୋଲି ଏଆଇସିସି ସଭ୍ୟା ମନସା ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀ ସମ୍ମିଳନୀରେ ଏଆଇସିସି ସଭ୍ୟା ତଥା ଛାତ୍ର କଂଗ୍ରେସ ସଦସ୍ୟା ମନସା ଅଧ୍ୟକ୍ଷତା କରି ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଥିଲେ। କେବଳ ୫ଟି ନାଁରେ ଖାଲି କୋଠା ବାଡ଼ି ତିଆରି ଚାଲିଛି । ବାସ୍ତବରେ ମାଟ୍ରିକ ଛାତ୍ର ଯାହାର ବୟସ ମାତ୍ର ୧୫ ବର୍ଷ ସେ ଆଜି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି। ଏହାକୁ ନେଇ ନବରଙ୍ଗପୁର ଜିଲା ରାଜ୍ୟସ୍ତରରେ ଲଜ୍ଜିତ l ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପ୍ରକୃତ ସତ୍ୟାସତ୍ୟ ବାହାର କରନ୍ତୁ l ସେପଟେ ଯାତାୟାତ ଖର୍ଚ୍ଚ ଦେଇ ନିଜ ବିଦ୍ୟାଳୟ ପରିବର୍ତ୍ତେ ଅନ୍ୟ ବିଦ୍ୟାଳୟ କେନ୍ଦ୍ରକୁ ଯାଇ ଗରିବ ପିଲା ପରୀକ୍ଷା ଦେବାକୁ ଅସମର୍ଥ ହୋଇପଡୁଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ପ୍ରତି ଶିକ୍ଷକଙ୍କ ଭୟ ନାହିଁ। ପୂର୍ବରୁ ସିଆଇ ଏବଂ ଡିଆଇ ରହୁଥିଲେ। ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଭୟ ରହୁଥିଲା । ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ନାହିଁ । ଅର୍ଥ ଅଭାବ ଯୋଗୁ ମାଟ୍ରିକ ପାସ ପରେ ପିଲା ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। କଲେଜରେ ମାତ୍ରାଧିକ ଡୋନେସନ । ଗାଁରୁ ସହରକୁ ଆସି ପିଲା ଘରଭଡା ଦେଇ ପାଠପଢ଼ିବା ସମ୍ଭବ ହେଉନି। ବିଦ୍ୟାଳୟରେ ଶିକ୍ଷକ ଲମ୍ବା ଛୁଟିରେ ରହିଲେ ଦରମା କରାଯାଉଛି। ବିନାଛୁଟିରେ ଶିକ୍ଷୟିତ୍ରୀ ଶିକ୍ଷକ ଘରେ ରହିଲେ ମଧ୍ୟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏ ସମସ୍ତ ଘଟଣାକୁ ଦେଖିଲେ ଜିଲାରେ ଶିକ୍ଷା ବ୍ୟବସ୍ଥା କେତେ ନିମ୍ନଗାମୀ ହୋଇପଡିଛି ତାହା ଜଣାପଡ଼ୁଛି ବୋଲି ମନସା କହିଛନ୍ତି। ଖବରଦାତା ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ପବିତ୍ର ଚନ୍ଦ୍ର, ପିସିସି ସଭ୍ୟା ହରାବତୀ ଗଣ୍ଡ, ଦିବାକର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri