ଏଇ ଭାରତରେ

ଡାକ୍ତର ହେବ ତ ଏମିତି, ଯାହା କରୁଛନ୍ତି ଆନ୍ଧ୍ର ପ୍ରଦେଶର ବିନ୍ଦୁ ମେନନ । ଗୋଟିଏ ପଟେ ଚାକିରି ଓ ଅନ୍ୟ ପକ୍ଷରେ ମାଗଣା ରୋଗୀସେବା କରୁଛନ୍ତି ଡା.ବିନ୍ଦୁ। ସେ ନେଲୋରର ନାରାୟଣ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ କାର୍ଯ୍ୟରତ। ନିଜର ଦାୟିତ୍ୱ ପରେ ସେ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଉଛନ୍ତି। ସେ ନେଲୋର ଜିଲାର ଦୁର୍ଗମ ଗାଁଗୁଡ଼ିକୁ ଯାଇ ଅପସ୍ମାର, ଷ୍ଟ୍ରୋକ୍‌ ଓ ନ୍ୟୁରୋଲୋଜି ସମସ୍ୟାର ଚିକିତ୍ସା କରୁଛନ୍ତି। ଗାଡ଼ିରେ ସବୁପ୍ରକାର ଚିକିତ୍ସା ବ୍ୟବସ୍ଥା କରାଯାଇଛି। ୨୦୧୫ରୁ ସେ ‘ନ୍ୟୁରୋ ଅନ୍‌ ହ୍ବିଲ୍ସ’ ନାମରେ ଏହି ଅଭିଯାନ ଚଳାଇଛନ୍ତି। ଏବେ ସୁଦ୍ଧା ସେ ୪୪ଟି ଗାଁରେ ୨୦୦ଟି ମେଡିକାଲ କ୍ୟାମ୍ପ୍‌ କରି ମାଗଣା ଚିକିତ୍ସା ଯୋଗାଇ ଦେଇସାରିଲେଣି। ସେ ପ୍ରାୟ ୧୨,୦୦୦ ଲୋକଙ୍କୁ ନ୍ୟୁରୋ ସମସ୍ୟା, ଷ୍ଟ୍ରୋକ୍‌ , ଅପସ୍ମାର ଏବଂ ଡାଇବେଟିସ ସମ୍ପର୍କରେ ସଚେତନ ମଧ୍ୟ କରିଛନ୍ତି। ଡା.ବିନ୍ଦୁ ପ୍ରତି ୩ ମାସରେ ଗାଁକୁ ଯାଉଛନ୍ତି ଓ ତାଙ୍କ ଚିକିତ୍ସା କାର୍ଯ୍ୟକ୍ରମ ଚଳାଉଛନ୍ତି। ଦୁର୍ଗମ ଅଞ୍ଚଳରେ ରୋଗୀମାନେ ଅଧିକ ଚିକିତ୍ସା ଚାହଁୁଥିଲେ ସେମାନଙ୍କୁ ବିନା ଖର୍ଚ୍ଚରେ ସହରର ହସ୍ପିଟାଲକୁ ଆଣୁଛନ୍ତି। ଏହାବ୍ୟତୀତ ଗାଁ ନିକଟସ୍ଥ ପିଏଚ୍‌ସିଗୁଡ଼ିକରେ ଥିବା ଡାକ୍ତରମାନଙ୍କୁ ଚିକିତ୍ସା ସମ୍ପର୍କରେ ଅବଗତ କରିବା ସହ ରୋଗୀମାନଙ୍କ ପାଇଁ ସେଠାରେ ଚିକିତ୍ସାର ବ୍ୟବସ୍ଥା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri