କାହିଁ ସେ ବସନ୍ତ

ବସନ୍ତରେ ଏବେ ଅନୁଭବ ହେଉଛି ଗ୍ରୀଷ୍ମର ଗୁଳୁଗୁଳି। ଅଧିକ ଖରା ଏବଂ ଗରମ ଅଧିକାଂଶଙ୍କ ସ୍ବାସ୍ଥ୍ୟ ଉପରେ ପକାଉଛି ପ୍ରତିକୂଳ ପ୍ରଭାବ, ଯାହାକୁ ଦୂର କରି ଏଦିନେ ଫିଟ୍‌ ରହିବା ଲାଗି କେତେକ ଦିଗ ପ୍ରତି ସତର୍କ ରହିବା ଗୁରୁତ୍ୱପୂର୍ଣ୍ଣ…

ଆଉ ବସନ୍ତରେ ନାହିଁ ସେ ମଳୟ ପବନର ସୁନ୍ଦର ଅନୁଭବ, ଏବେ ଝାଞ୍ଜି ପବନରେ ହନ୍ତସନ୍ତ ସଭିଏଁ। ଏବେଠୁ ତାପମାତ୍ରା ବୃଦ୍ଧି ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାଜିଲାଣି ଚିନ୍ତାର କାରଣ। ଏମିତିରେ ଶରୀରକୁ ସୁସ୍ଥ ରଖିବା ଲାଗି ବିଭିନ୍ନ ଦିଗ ପ୍ରତି ବିଶେଷ ଯତ୍ନ ନେବା ଆବଶ୍ୟକ…
ଶରୀର ପ୍ରତି ରୁହନ୍ତୁ ଯତ୍ନବାନ୍‌: ଶୀତଦିନେ ଅନେକଙ୍କର ପାଣି ପିଇବା କମିଯାଇଥାଏ। ହେଲେ ବର୍ତ୍ତମାନ ଗରମ ବଢ଼ି ଯାଇଥିବାରୁ ପାଣି ପିଇବା ମାତ୍ରା ବଢ଼ାଇବାକୁ ଚେଷ୍ଟା କରନ୍ତୁ। ନଚେତ୍‌ ଶରୀରରେ ଜଳୀୟ ଅଂଶ କମିଯାଇ ଡିହାଇଡ୍ରେଶନ୍‌ ବା ଶରୀର ଶୁଷ୍କ ହୋଇଯିବା ଦ୍ବାରା ଅଂଶୁଘାତର ଆଶଙ୍କା ବୃଦ୍ଧି ପାଇଥାଏ। ତା’ ଛଡ଼ା କମ୍‌ ପାଣି ପିଇଲେ ସୂର୍ଯ୍ୟକିରଣରେ ଥିବା ଅଲ୍‌ଟ୍ରା ଭାଓଲେଟ୍‌ ରଶ୍ମି ଶରୀରର ଉତ୍ତାପକୁ ବଢ଼ାଇ ଦେଇଥାଏ। ଫଳରେ ଅନେକଙ୍କଠାରେ ବାନ୍ତି, ମୁଣ୍ଡବିନ୍ଧା, ଝାଡ଼ା, ନିମ୍ନ ରକ୍ତଚାପ ଆଦି ସମସ୍ୟା ଦେଖାଦିଏ ଏବଂ ରୋଗୀ ଅଚେତ ହୋଇ ପଡ଼ିଯାଏ। ମାନସିକ ଅସନ୍ତୁଳନ ସହ ମୁଣ୍ଡ ବୁଲାଇ ଦେଇଥାଏ ା ଶରୀରରୁ ଜଳୀୟ ଅଂଶ କମିଯାଇ ପରିସ୍ରାପୋଡ଼ା ସହ ପରିସ୍ରା ସଂକ୍ରମଣ ବେଶି ହୋଇଥାଏ। ଏହାଦ୍ୱାରା କିଡ୍‌ନୀ ଉପରେ ଚାପ ପଡ଼ିଥାଏ ଏବଂ କିଡ୍‌ନୀ ଫେଲ୍ୟୁଅର ହେବା ଆଶଙ୍କା ବଢ଼ିଯାଏ। ଅଧିକାଂଶ ଯୁବତୀଯୁବକ ଗରମରେ ଆଇସ୍‌କ୍ରିମ୍‌, ଚୁସ୍କି, କୋଲ୍ଡ ଡ୍ରିଙ୍କ୍ସ ଭଳି ଥଣ୍ଡା ଖାଦ୍ୟ ଓ ପାନୀୟ ଅଧିକ ପରିମାଣରେ ଖାଉଥିବା ଦେଖିବାକୁ ମିଳେ। ହେଲେ ଏଦିନେ ଶରୀରର ତାପମାତ୍ରା ଅଧିକ ଥିବାରୁ ହଠାତ୍‌ ଏଭଳି ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା ଶରୀରର ତାପମାତ୍ରା ଅସନ୍ତୁଳିତ ହୋଇ ଥଣ୍ଡା, କାଶ, ଥ୍ରୋଟ୍‌ ବା ଗଳା ଇନ୍‌ଫେକ୍ସନ୍‌ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ। ଏସବୁ ସମସ୍ୟା ନ ଉପୁଜିବା ଲାଗି ଦିନକୁ ଅତି କମ୍‌ରେ ୪ ଲିଟରରୁ ଊଦ୍ଧର୍‌ବ ପାଣି ପିଅନ୍ତୁ, ଲସି, ସର୍ବତ, ପଇଡ଼ପାଣି, ସୁରେଇ, ମାଠିଆ ପାଣି, ଲେମ୍ବୁ ସରବତ, ଘୋଳଦହି, ଲୁଣମିଶା ତୋରାଣି, ବେଲପଣା, ଜୁସ୍‌, ଆଖୁରସ ଆଦି ମଧ୍ୟ ପିଅନ୍ତୁ।
ସୁଷମ ଖାଦ୍ୟ ରଖିବ ଫିଟ୍‌: ଆଜିର ଯୁବପିଢ଼ି ସନ୍ତୁଳିତ ଖାଦ୍ୟ ପରିବର୍ତ୍ତେ ଫାଷ୍ଟଫୁଡ୍‌, ତେଲମସଲାଯୁକ୍ତ ଖାଦ୍ୟ ଏବଂ ଅନ୍ୟ ଗରିଷ୍ଠ ଖାଦ୍ୟ ଅଧିକ ଖାଇବାକୁ ପସନ୍ଦ କରୁଛନ୍ତି। ହେଲେ ବର୍ତ୍ତମାନ ଗରମରେ ଝାଳ ଅଧିକ ହେଉଥିବାରୁ ଶରୀରରୁ ସ୍ନେହସାର, ଖଣିଜ ଲବଣ ଓ ଜଳୀୟ ଅଂଶ ନଷ୍ଟ ହୋଇ ଅତିରିକ୍ତ ତାପ ହଜମକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ। ଫଳରେ ଖାଦ୍ୟ ସହଜରେ ହଜମ ହୋଇ ନ ଥାଏ ଏବଂ ଅମ୍ଳ ବା ଏସିଡିଟି ସମସ୍ୟା ଦେଖାଦେଇଥାଏ। ତେଣୁ ଏଦିନେ ଏଭଳି ଖାଦ୍ୟ ଖାଇବା ଅନୁଚିତ। ତା’ଛଡ଼ା ଏସବୁ ଖାଦ୍ୟ ବେଶି ସମୟ ରହୁଥିବାରୁ ଜୀବାଣୁ ସଂକ୍ରମଣ ହୋଇ ଫୁଡ୍‌ ପଏଜନିଂ କରାଇଥାଏ। ଫଳରେ ଝାଡ଼ା, ବାନ୍ତିର ଆଶଙ୍କା ବଢ଼ିଯାଏ। ତେଣୁ ଏଦିନେ ଏସବୁ ଖାଦ୍ୟ ପରିବର୍ତ୍ତେ ସୁଷମ ଖାଦ୍ୟ ଗ୍ରହଣ କରନ୍ତୁ। ପଖାଳ ଏଦିନେ ସବୁଠାରୁ ଭଲ। ଏଦିନେ କାକୁଡ଼ି, ତରଭୁଜ ଭଳି ଋତୁଭିତ୍ତିକ ଫଳ ଅଧିକ ଖାଆନ୍ତୁ।
ତ୍ୱଚାକୁ ଦିଅନ୍ତୁ ସୁରକ୍ଷା: ଖରା ପ୍ରଖର ହେଲେ ଅନେକଙ୍କଠାରେ ସନ୍‌ଟ୍ୟାନ୍‌ ଏବଂ ସ୍କିନ୍‌ ଆଲର୍ଜି ଦେଖାଦିଏ। କେବଳ ଏତିକି ନୁହେଁ, ଝାଳ ଲାଗି ଘିମିରି ଏବଂ ଅନ୍ୟାନ୍ୟ ଚର୍ମରୋଗ ମଧ୍ୟ ଦେଖାଦେଇଥାଏ। ତେଣୁ ଏଦିନେ ସିନ୍ଥେଟିକ୍‌ ଲୁଗା ବ୍ୟବହାର ନ କରି ଶରୀରରେ ବାୟୁ ଚଳାଚଳ ପାଇଁ ସୂତାଲୁଗା ବ୍ୟବହାର କରନ୍ତୁ ା ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ। ବାହାରକୁ ଯିବା ନିହାତି ଜରୁରୀ ହେଲେ ମୁଣ୍ଡକୁ ଓଦା କପଡ଼ାରେ ଗୁଡ଼ାଇ, ଛତା, ଜୋତା, ଗ୍ଲୋବ୍‌ସ ଓ କଳା ଚଷମା ବ୍ୟବହାର କରନ୍ତୁ ଏବଂ ସାଙ୍ଗରେ ପାଣି ନିଅନ୍ତୁ। ଟ୍ୟାନିଂ ନ ହେବା ଲାଗି ସନ୍‌ସ୍କ୍ରିନ୍‌ ଲୋଶନ୍‌ ବ୍ୟବହାର କରନ୍ତୁ। ଚନ୍ଦନ- ହଳଦୀ ପ୍ୟାକ୍‌ ଲଗାନ୍ତୁ। ଏହା ସହ ଲିମ୍ବପତ୍ର ବାଟି ଲଗାଇଲେ ଘିମିରି ଏବଂ ଅନ୍ୟାନ୍ୟ ତ୍ୱଚା ସମସ୍ୟା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri