ଅଧ୍ୟାପକ ଅଭାବ ବିଜ୍ଞାନ ଶିକ୍ଷାରେ ବାଧକ

ଯାଜପୁର ଅଫିସ,୧୧ା୩: ରାଜ୍ୟର ଅଧିକାଂଶ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ପ୍ରାଧ୍ୟାପକ ପଦବୀ ପୂରଣ ହୋଇପାରୁନାହିଁ। ବିଶେଷକରି ବିଜ୍ଞାନ ପାଠ୍ୟକ୍ରମରେ ଏହି ଅଭାବ ବେଶି ପରିଲକ୍ଷିତ ହେଉଛି। ଉଚ୍ଚଶିକ୍ଷା ବିଭାଗର ଅଜବ ନୀତି ଯୋଗୁ ଶିକ୍ଷକ ଅଭାବ ସମସ୍ୟା ବଳବତ୍ତର ରହୁଛି। ଫଳରେ ବିଜ୍ଞାନ ପାଠ୍ୟକ୍ରମଗୁଡ଼ିକର ଗୋଟିଏ ଦିନରେ ୫ଟି କ୍ଲାସ୍‌ ଥିଲେ ହେଉଛି ୨/୩ଟି କ୍ଲାସ୍‌। ବର୍ଷର କୋର୍ସ ଶେଷ ହୋଇପାରୁ ନାହିଁ। ଫଳରେ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗୁଣାମତ୍କ ଶିକ୍ଷା ହ୍ରାସ ପାଉଛି। ଏହା ଅଭିଭାବକମାନଙ୍କୁ ଅତ୍ୟନ୍ତ ପ୍ରଭାବିତ କରିଛି। ଅନେକ ଛାତ୍ରୀଛାତ୍ର ବେସରକାରୀ କଲେଜ ଉପରେ ନିର୍ଭରଶୀଳ ହୋଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ମତପ୍ରକାଶ ପାଇଛି।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଜ୍ଞାନ ଶିକ୍ଷାକୁ ଅଣଦେଖା କରି ନିଯୁକ୍ତି ସମ୍ଭାବ୍ୟ ଥିବା ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାରୁ ଦିନକୁ ଦିନ ବହୁ ମହତ୍ତ୍ୱପୂର୍ଣ୍ଣ ବିଜ୍ଞାନ ଶିକ୍ଷା ରସାତଳଗାମୀ ହେଉଥିବା ମତପ୍ରକାଶ ପାଇଛି। କେବଳ ଗ୍ରାମାଞ୍ଚଳ କଲେଜ ନୁହେଁ, ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ବଡ଼ ସହରର ପ୍ରତିଷ୍ଠିତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ଏକାଧିକ ବିଜ୍ଞାନ ଶିକ୍ଷକ ପଦବୀ ଖାଲିପଡ଼ିଛି। ପ୍ରଥମେ ଅତ୍ୟାଧୁନିକ ପରୀକ୍ଷାଗାର ଏବଂ କମ୍ପ୍ୟୁଟର ଉପକରଣ ଉପରେ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାର ବିଷ୍ଣୁ ସାମନ୍ତରାୟ ଡିଗ୍ରୀ କଲେଜ, ସାହାସପୁର ଡିଗ୍ରୀ କଲେଜ, ବରୁଣେଶ୍ୱର ଡିଗ୍ରୀ କଲେଜ, ଅଳକୁଣ୍ଡ ଆଞ୍ଚଳିକ ବଳଦେବଜୀଉ ମହିଳା ଡିଗ୍ରୀ କଲେଜ, କନିକାପଡ଼ା ସାଧୁ ଗୌଡ଼େଶ୍ୱର ଡିଗ୍ରୀ କଲେଜ, ରାମବାଗ ଆଞ୍ଚଳିକ ଡିଗ୍ରୀ କଲେଜ, ମୁଗପାଳ ଉପେନ୍ଦ୍ରନାଥ ସାରଦା ଡିଗ୍ରୀ କଲେଜ, ହରିପୁର ଭାରତୀ ବିହାର ଏବଂ ବ୍ୟାସନଗର ସ୍ବୟଂଶାସିତ ଇତ୍ୟାଦି କଲେଜରେ ଅତ୍ୟାଧୁନିକ ପରୀକ୍ଷାଗାର ନାହିଁ। ଏପରି କି କମ୍ପ୍ୟୁଟର ଶିକ୍ଷା ପାଇଁ ଆବଶ୍ୟକ ଉପକରଣ ଅଭାବରୁ ଛାତ୍ରୀଛାତ୍ର ସେଥିରୁ ବଞ୍ଚିତ ରହୁଛନ୍ତି। ଅନୁଦାନ ଅଭାବ ଏହାର ପ୍ରମୁଖ କାରଣ ବୋଲି ସୂଚନା ମିଳିଛି। ସେହିପରି ଶିକ୍ଷକ ଅଭାବ କ୍ଷେତ୍ରରେ ଯାଜପୁର ନରସିଂହ ଚୌଧୁରୀ ସ୍ବୟଂଶାସିତ କଲେଜକୁ ଉଦାହରଣ ଭାବେ ନେଲେ ସେଠାରେ ଉଦ୍ଭିଦ ବିଜ୍ଞାନରେ ଜଣେ, ରସାୟନ ବିଜ୍ଞାନରେ ୨ ଜଣ, ଗଣିତରେ ୩ ଜଣ, ପଦାର୍ଥ ବିଜ୍ଞାନରେ ୨ ଜଣ ଏବଂ ପ୍ରାଣୀ ବିଜ୍ଞାନରେ ୩ ଜଣ ଅଧ୍ୟାପକ ପଦବୀ ଖାଲିପଡ଼ିଛି। କେବଳ ଯାଜପୁର ଜିଲା ନୁହେଁ, ଭୁବନେଶ୍ୱର ରାଜଧାନୀ କଲେଜରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଛି। ଏହି ସରକାରୀ କଲେଜରେ ରସାୟନ ବିଜ୍ଞାନରେ ୩ ଜଣ, ପ୍ରାଣୀ ବିଜ୍ଞାନରେ ୨ ଜଣ, ଗଣିତରେ ୩ ଜଣ, ପଦାର୍ଥ ବିଜ୍ଞାନରେ ୧ ଜଣ ଅଧ୍ୟାପକ ନାହାନ୍ତି। ଏଥିରୁ ସରକାରୀ କଲେଜକୁ ଅଣଦେଖା କରି ପରୋକ୍ଷରେ ବେସରକାରୀ କଲେଜକୁ ପ୍ରୋତ୍ସାହନ ଦିଆଯାଉଥିବା ସ୍ପଷ୍ଟ ହେଉଛି ବୋଲି ମତପ୍ରକାଶ ପାଇଛି। ଏଭଳି ଧାରା ଜାରି ରହିଲେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ବିଜ୍ଞାନ ଶିକ୍ଷା ବିଲୋପ ହୋଇପଡ଼ିବ ବୋଲି କୁହାଯାଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ସ୍ବୟଂଶାସିତ କଲେଜର ପୂର୍ବତନ ଅଧ୍ୟକ୍ଷ କୁଶଚନ୍ଦ୍ର ପ୍ରଧାନ କୁହନ୍ତି, ଅତ୍ୟାଧୁନିକ ପରୀକ୍ଷାଗାର ସନ୍ତୋଷଜନକ ନୁହେଁ। ଏଥିପାଇଁ ସରକାର ଆବଶ୍ୟକ ଉପକରଣ ଯୋଗାଇ ଦେବା କଥା। ଏପରି ନ ହେବା ଯୋଗୁ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri